ବିଧାୟକ ଓ ସାଂସଦଙ୍କ ଦ୍ୱାରା ଭୁମି ଅଧିକାର ପ୍ରମାଣ ପତ୍ର ବଣ୍ଟନ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟଠାରେ ଭୁମି ଅଧିକାର ପ୍ରମାଣପତ୍ର ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି । ନିର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଉଦ୍ଘଘାଟକ ଭାବେ ଆସ୍କା ସାଂସଦ ପ୍ରମିଳା ବିଷୋୟୀ ଯୋଗଦେଇଥିବା ବେଳେ ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ଜାଗା ମିଶନ ଜରିଆରେ ବିଭିନ୍ନ ଭୂମିହୀନ ବସ୍ତି ବାସିନ୍ଦାଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ଦେଇ ସ୍ଥାୟୀ ବାସଗୃହ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତି ବଦ୍ଧ ବୋଲି ସାଂସଦ ଶ୍ରୀମତୀ ବିଷୋୟୀ ପ୍ରକାଶ କରିଥିଲେ । ନବୀନ ସରକାର ଅମଳରେ ବିଭିନ୍ନ ଯୋଜନାରେ ଓଡ଼ିଶାର ସବୁ ବର୍ଗର ଲୋକ ଉପକୃତ ହେଉଛନ୍ତି । ବର୍ତ୍ତମାନ ପଟ୍ଟା ମିଳିନଥିବା ହିତାଧିକାରୀଙ୍କୁ ଚିହ୍ନଟ କରାଯାଇ ଆଗାମୀ ଦିନରେ ସେମାନଙ୍କୁ ପ୍ରମାଣପତ୍ର ମିଳିବ ବୋଲି ବିଧାୟକ ବକ୍ତବ୍ୟ ରଖିବା ସହ ବସ୍ତି ବାସିନ୍ଦାଙ୍କ ପାଇଁ ରାଜ୍ୟ ସରକାରଙ୍କ ସ୍ୱତନ୍ତ୍ର ଦୃଷ୍ଟି ରହିଛି ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୫ ନମ୍ବର ୱାର୍ଡ ହରିଜନ ସାହିର ୨୩ ଜଣ,୧୨ ନମ୍ବର ୱାର୍ଡ ଭଗବତ ପାଟଣାର ୨୫ ଜଣ ମହିଳାଙ୍କୁ ଭୁମି ଅଧିକାର ପ୍ରମାଣ ପତ୍ର ସାଂସଦ ଓ ବିଧାୟକ ପ୍ରଦାନ କରିଥିଲେ । ପୁର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ମେଦିରୀ ସାହିର ୩୬ ଜଣ, ହରିଜନ ସାହିର ୪ ଜଣଙ୍କୁ ପଟ୍ଟା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ମଧ୍ୟ ସମସ୍ତ ଭୂମିହୀନ ବାସିନ୍ଦାଙ୍କୁ ଚିହ୍ନଟ କରାଯାଇ ସ୍ଥାୟୀ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ନିର୍ବାହୀ ଅଧିକାରୀ ଶ୍ରୀ ପାତ୍ର ପ୍ରକାଶ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଆଇନଜୀବୀ ସନ୍ତୋଷ ପଣ୍ଡା,ପୁର୍ବତନ ନଗରପାଳ ଚନ୍ଦ୍ରମଣି ସାମଲ,ପୁର୍ବତନ ଉପନଗରପାଳ ପ୍ରଶାନ୍ତ କୁମାର ସାହୁ,ଡାଃ.ପୁର୍ଣ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ ସାହାଣୀ, ସନ୍ତୋଷ ସୁବୁଦ୍ଧି ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପରିଷଦର ପ୍ରୋଗ୍ରାମ ମ୍ୟାନେଜର ସୁଶାନ୍ତ କୁମାର ମିଶ୍ର, କନିଷ୍ଠ ଯନ୍ତ୍ରୀ ବିଶ୍ୱରଞ୍ଜନ ଜେନା, ସନ୍ତୋଷ ପଣ୍ଡା, ବାବୁଲା ଗୌଡ, ମୁନା ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ