ବିଧାୟକ ଗଣେଶ୍ୱର ବେହେରାଙ୍କ ଭାଗବତପୁର ପଞ୍ଚାୟତ ଗସ୍ତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ନବ ନିର୍ବାଚିତ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାବଗତପୁର ପଞ୍ଚାୟତକୁ ଗସ୍ତ କରି ପ୍ରଥମେ ଚଣ୍ଡୀବଜାରସ୍ଥିତ ମା’ ରାମଚଣ୍ଡୀ ଦେବୀଙ୍କୁ ଦର୍ଶନ କରି ଆଶ୍ରିର୍ବାଦ ନେବା ପରେ ସ୍ୱର୍ଗତ ଭାଗବତ ସ୍ୱାଇଁଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ହୃଦଘାତରେ ମୃତ୍ୟୁବରଣ କରିଥିବା ସିମଳଦାର ଶିବ ବେହେରାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଥିଲେ । ପରେ ଅସୁସ୍ଥ ଥିବା ପ୍ରଭାକର ମଲିକଙ୍କ ଘରକୁ ଯାଇ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ପରେ ସିମଳଦାର ପ୍ରଭାକର ସ୍ୱାଇଁଙ୍କ ପୁଅ ବାହାଘରରେ ଯୋଗଦେଇ ପୁତ୍ର ଓ ପୁତ୍ରବଧୁଙ୍କୁ ଆଶ୍ରିର୍ବାଦ ଦେଇଥିଲେ । ବିଧାୟକ ଶ୍ରୀ ବେହେରାଙ୍କ ଏହି ଗସ୍ତ ସମୟରେ ପଞ୍ଚାୟତର ଶରତ ଚନ୍ଦ୍ର ସ୍ୱାଇଁ, ପ୍ରମୋଦ କୁମାର ସାହୁ, ସମିତିସଭ୍ୟା ପ୍ରମିଳା ମିଶ୍ର, ହୃଦାନନ୍ଦ ଲେଙ୍କା, ବସନ୍ତ କୁମାର ଯେନା, ନଗେନ୍ଦ୍ର ରାଉତ, ଧରଣୀଧର ଦାସ, ପ୍ରଶାନ୍ତ ଦାସ, ସଂଗମ ସାମଲ, ଅଜୟ ମଲ୍ଲିକ, ରାଜକିଶୋର ବେହେରା, ସେକ ଫୁରକାନ୍, ଅକ୍ଷୟ ରାଉଳ, ପ୍ରଦୀପ ବରାଳ, ଅଲେଖ ସ୍ୱାଇଁ(ମେଳକସାହି), କୈଳାସ ସ୍ୱାଇଁ, ବୁଲୁ ସେଠୀ, ନିଗମ ଶେଖର ମହାନ୍ତିଙ୍କ ସମେତ ବହୁ ଶୁଭେଛୁ ଓ ସମର୍ଥକମାନେ ବିଦାୟକ ଶ୍ରୀ ବେହେରାଙ୍କୁ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଶୁଭେଛା ଜଣାଇଥିଲେ ।


