ବିଧାୟକ ଙ୍କ ଗାଡି ଆଗରେ ଶୋଇ ପ୍ରତିବାଦ କଲେ ଚାଷୀ
କଳାହାଣ୍ଡି – କଳାହାଣ୍ଡି ଜିଲ୍ଲା କଲମପୁର ପେକ୍ସ ର ୪୮ ଜଣ ଚାଷୀଙ୍କୁ ଟୋକନ ଡ଼ାଟାବେସ ରେ ପଞ୍ଜିକରଣ କରିଥିବା ସତ୍ତ୍ୱେ ମଧ୍ୟ ଆଜି ସୁଦ୍ଧା ଅନଲାଇନ ହୋଇ ପାରିନାହିଁ । ଏଣୁ ଏହି ଚାଷିମାନେ ମଣ୍ଡି ରେ ଧାନ ବିକ୍ରି କରିବାରୁ ବଂଚିତ ହେଉଛନ୍ତି । ବାରମ୍ବାର ପେକ୍ସ କର୍ମଚାରୀ ଓ ତହସିଲଦାର ଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସମାଧାନ ନ ହେବାରୁ ଗତକାଲି ଉତ୍ୟକ୍ତ ଚାଷି ଧାନ ଆଣି ତହସିଲ ଅଫିସ ରେ ଗଦା କରି ପ୍ରତିବାଦ କରିବା ସହ ପରିଦର୍ଶନ ରେ ଆସିଥିବା ଧର୍ମଗଡ ଉପ ଜିଲ୍ଲାପାଳ ଙ୍କ ସରକାରୀ ଗାଡିଆଗରେ ଶୋଇ ପ୍ରତିବାଦ କରିଥିଲେ । ସେହିପରି ଅନୁରୂପ ଭାବେ ସ୍ଥାନୀୟ ଧର୍ମଗଡ ବିଧାୟକ ମୋଉଷଧି ବାଗ କଳାହାଣ୍ଡି ଉତ୍ସବ ରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କ ଗାଡି ଆଗରେ ମଧ୍ୟ ଚାଷି ମାନେ ଶୋଇ ପ୍ରତିବାଦ କରିଥିବା ବେଳେ ବିଧାୟକ ଙ୍କୁ ହଟହଟା ହେବାକୁ ପଡିଥିଲା । ପରେ ବିଧାୟକ ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସହ ଯୋଗାଯୋଗ କରିବା ପରେ ଯୋଗାଣ ଅଧିକାରୀ ପହଞ୍ଚି ୭ ଦିନ ମଧ୍ୟରେ ଟୋକନ ଦେବା ସହ ଧାନ ଉଠା ଯିବା ବୋଲି ପ୍ରତିଶୃତି ମିଳିବାପରେ ଆମରଣ ଅନଶନ ରେ ବସିଥିବା ଚାଷୀମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିବା ଜଣାପଡିଛି ।