ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡ଼ା ବିଧାୟକ ସମିର ରଞ୍ଜନ ଦାଶ ଙ୍କ ଦ୍ଵାରା ଆଜି ନିମାପଡ଼ା ନିର୍ବାଚନୀ ମଣ୍ଡଳୀ ର ତିନିଟି ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପ ର ଶିଳାନ୍ୟାସ କରାଯାଇଛି ।ଚାରିଛକ ନିଗମାନନ୍ଦ ମହିଳା ମହାବିଦ୍ୟାଳୟର ୪୨ ତମ ପ୍ରତିଷ୍ଠା ଦିବସରେ ବିଧାୟକ ସମିର ରଞ୍ଜନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟରେ ଏକ ମହିଳା ହଷ୍ଟେଲ ର ଶିଳାନ୍ୟାସ କରିଥିଲେ ।ସେଥିଲାଗି ୧୫ ଲକ୍ଷ ଟଙ୍କା ଓ କ୍ଲାସ ରୁମ୍ ଲାଗି ୧ କୋଟି ୪ ଲକ୍ଷ ୯୩ ହଜାର ଟଙ୍କା ବ୍ୟୟ ଅଟକଳ ରଖାଯାଇଛି। ସେହିପରି ନିମାପଡ଼ା କାକଟପୁର ରାସ୍ତାର ତୁଳସୀପୁର ଛକ ଠାରୁ ସାନହୁଲି ଭାୟା ଚହଟା ରାସ୍ତା ଲାଗି ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ୨ କୋଟି ୩୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି।ଛଣିଜଙ୍ଗ ପଞ୍ଚାୟତ ଆଇଁଶମୂଳ ଠାରେ ୭ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଅଙ୍ଗନୱାଡ଼ି କେନ୍ଦ୍ର ର ନୂତନଗୃହ ର ଭିତ୍ତିପ୍ରସ୍ତର ସ୍ଥାପନ କରିଥିବାବେଳେ ଚାରିମୌଜା ଚକରୋଡା ରାସ୍ତା ଅଧା କାର୍ଯ୍ୟ ପାଇଁ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ ଓ କେଉଟଶାଳଦା କ୍ଲବ୍ ଘର ଲାଗି ୨.୫୦ଲକ୍ଷ ଟଙ୍କାର ଶୁଭ ଦେଇଛନ୍ତି ।ସେହି ଗ୍ରାମରେ ସ୍କୁଲ ଗୃହ ଫାଟି ଥିବା ନେଇ ଗ୍ରାମବାସୀ, ଶିକ୍ଷକ, ଶିକ୍ଷୟତ୍ରୀ ମାନେ ବିଧାୟକ ଙ୍କୁ ଦେଖାଇଥିଲେ ।ବିଧାୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ସ୍ଵର୍ଣ୍ଣ ରଶ୍ମି ସାହୁ ପୂର୍ବତନ ଅଧ୍ୟକ୍ଷ ଗୋପୀନାଥ କର ,କଲ୍ୟାଣୀ ପଟ୍ଟନାୟକ ,ଶାନ୍ତିଲତା ସେନାପତି ପରିଚାଳନା କମିଟି ସଭାପତି ଡ଼ ସନ୍ତୋଷ ମିତ୍ର ,କମିଟି ସଭ୍ୟ ବସନ୍ତ ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ , ଚାରି ଛକ ସାମ୍ବାଦିକ ସଂଘର ସଭାପତି ପ୍ରଫୁଲ୍ଲ କୁମାର କର ,କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ,ସମ୍ପାଦକ ବସନ୍ତ କୁମାର୍ ଦାସ ୨୧ ନମ୍ବର୍ ଜିଲ୍ଲା ପରିଷଦ ସଭ୍ୟ ସସ୍ମିତା ନାୟକ ସମେତ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ ।ଏହି ଅବସରରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟ କ୍ରମ ବିଧାୟକ ଙ୍କ ଦ୍ଵାରା କରା ଯାଇଥିଲା ।ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ସ୍ୱପ୍ନେଶ୍ୱର ଲେଙ୍କା, ମହେନ୍ଦ୍ର ମହାପାତ୍ର ,ସଭାପତି ସୁବାସ ବାରିକ ,ବ୍ଲକ ଅଧ୍ୟକ୍ଷ ଶଙ୍କର ଭୋଇ , ସରପଂଚ ମଞ୍ଜୁଶ୍ରୀ ଭୋଇ ,ସମିତି ସଭ୍ୟା ଝରଣା ସାହୁ,ପ୍ରଭାତ ଦାଶ, ତ୍ରିଲୋଚନ କର, ଅରକ୍ଷିତ ଭୋଇ, ପୂର୍ବତନ ସରପଞ୍ଚ ଆର୍ତ୍ତ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଚାକୋରଡ଼ା ଠାରେ ବିଧାୟକ ଙ୍କୁ ବିଜେପି କର୍ମୀ ମାନେ ବିରୋଧ ପ୍ରଦର୍ଶନ କରିବାରୁ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଚାରିଛକ ଥାନା ପୋଲିସ ଘଟଣା ରେ ହସ୍ତକ୍ଷେପ କରିବାରୁ ପରିସ୍ଥିତି ଶାନ୍ତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ