ବିଧାୟକ ଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପ ର ଭିତ୍ତି ପ୍ରସ୍ତର
ରାଇକିଆ, (ଯୁଗାବ୍ଦ ନ୍ୟୁଜ):କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍ ର ଇନ୍ଦ୍ରଗଡ ପଞ୍ଚାୟତର ଲଣ୍ଡାବାଲିଠାରେ ଲଣ୍ଡେଇ ମା ମନ୍ଦିରର ନିର୍ମାଣ କାର୍ଯ୍ୟ ନିମନ୍ତେ ଭିତିପ୍ରସ୍ତର ସ୍ଥାପନ ଜି ଉଦୟଗିରି ବିଧାୟକ ସାଲୁଗା ପ୍ରଧାନଙ୍କ ଦ୍ଵାରା କରାଯାଇଆଛି। ମନ୍ଦିର କମିଟି ଏବଂ ପଞ୍ଚାୟତବାସୀ ଲଣ୍ଡାବାଲି ଛକ ଠାରୁ ବିଧାୟକଙ୍କୁ ପଟୁଆରରେ ଶୋଭାଯାତ୍ରାସହ ପାଛୋଟି ନେଇଥିଲେ। ଜିଲ୍ଲା ବିଜେଡି ଉପସଭାପତି ହୃଷିକେଶ ପାଢ଼ୀଙ୍କ ସଂଯୋଜନାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ବ୍ଲକ ସଭାପତି ରାଜମୋହନ ଦିଗାଳ ଏହାକୁ ପରିଚାଳନା କରିଥିଲେ । ବିଧାୟକ ରାଜ୍ୟ ସରକାରଙ୍କର ବିଭିନ୍ନ ଲୋକାଭିମୁଖୀ ଯୋଜନା ଗୁଡ଼ିକ ଉପରେ ଆଲୋକପାତ କରିବା ସହ ଏହା ଗ୍ରାମାଞ୍ଚଳ ରେ କିପରି ପ୍ରଭାବ ପକାଇଛି ଏବଂ ସାଧାରଣ ଜନତା କିପରି ଉପକୃତ ହୋଇଛନ୍ତି ସେ ନେଇ ଅଭିଭାଷଣ ପ୍ରଦାନ କରିଥିଲେ।ଏହି ଭିତିପ୍ରସ୍ତର ସ୍ଥାପନ କାଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ପ୍ରୀତମ ଚନ୍ଦ୍ର ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ,ଜିଲ୍ଲା ପରିଷଦ ସଭ୍ୟା ମମତାରାଣୀ ପ୍ରଧାନ, ବିଭିନ୍ନ ପଂଚାୟତ ରୁ ଆସିଥିବା ଲୋକ ପ୍ରତିନିଧି ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ ।


