ବିଧାୟକ ଚୟନରେ ଅସନ୍ତୋଷ ପ୍ରକାଶ କରି କଂଗ୍ରେସ କର୍ମୀଙ୍କ ଇସ୍ତଫା
ବିଧାୟକ ପ୍ରାର୍ଥୀ ଚୟନରେ ପାତରଅନ୍ତର ଅଭିଯୋଗ ଆଣି ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଓ ନେତା କଂଗ୍ରେସ ଦଳରୁ ସମୂହ ଇସ୍ତଫା ଦେଲେ । ଯୁବରାଜ ଶ୍ରୀଧର ଦେବ, ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ଶଙ୍କର ସୁବୁଦ୍ଧିଙ୍କ ସମେତ ବହୁ ଜନପ୍ରତିନିଧି ଆଜି ଦଳରୁ ଇସ୍ତଫା ଦେଇଛନ୍ତି। ଆଜି ଖେମୁଣ୍ଡି କାଳୁଆ ମନ୍ଦିରରେ ଏଥିନେଇ ଏକ ବୈଠକ ଅନୁଷ୍ଠିତ ହେବା ସହିତ ଆସନ୍ତା ସାଧାରଣ ନିର୍ବାଚନରେ ଦଳକୁ ସମର୍ଥନ ନକରିବାକୁ ଆହ୍ୱାନ ଦିଆଯାଇଥିଲା


