ବିଧାୟକ ପ୍ରତିନିଧିଙ୍କ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ଵିଡିଓ ଦେବଦତ୍ତ ଦାସ ଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଙ୍କ ପ୍ରତିନିଧି ଇଞ୍ଜିନିୟର ପ୍ରୟାସକାନ୍ତି ସାମଲ ଯୋଗଦେଇ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଥିଲେ। ବ୍ଲକର ଜଳମଣ୍ଡୁଆ,ନିର୍ଗୁଣ୍ଡି ଓ ନଗୁଆ ପଞ୍ଚାୟତ ରେ କାର୍ଯ୍ୟକାରୀ ହେବାକୁ ଥିବା କାର୍ଯ୍ୟକ୍ରମ ବାବଦରେ ଶ୍ରୀ ସାମଲ ବିଭାଗୀୟ ଅଧିକାରୀ ଙ୍କ ଠାରୁ ପଚାରି ବୁଝିଥିଲେ। ବିଶେଷ କରି ରାଜ୍ୟ ସରକାରଙ୍କ ଜନହିତକାରୀ ଯୋଜନାକୁ ଯଥା ଶୀଘ୍ର କାର୍ଯ୍ୟକାରୀ କରିବାକୁ ସେ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଉକ୍ତ ସମୀକ୍ଷା ବୈଠକରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ସାଂସଦଙ୍କ ପ୍ରତିନିଧି ଲଳିତ କୁମାର ରାଉତ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ,ଜିପିଓ ମୀନକେତନ ବାରିକ, ହିସାବ ରକ୍ଷକ ଗିରିଜା ଶଙ୍କର ସାହୁ ଙ୍କ ସମେତ ସମସ୍ତ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟନିର୍ବାହୀ ଅଧିକାରୀ,ଜିଆର ଏସ ପ୍ରମୁଖ ଉପସ୍ଥିତ ଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ