ବିଧାୟକ ପ୍ରତିନିଧିଙ୍କ ସମୀକ୍ଷା ବୈଠକ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :-ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପ୍ରତିନିଧି ଇଞ୍ଜିନିୟର ପ୍ରୟାସ କାନ୍ତି ସାମଲ ଆଜି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି। ଦଳୀୟ କାର୍ଯ୍ୟାଳୟ ଠାରେ ନାଆମୀ, ଵନ୍ଦାଳମଢିଆଳୀ, ସାନଶାସନ, ସରସଦା ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନେଇ ଶ୍ରୀ ସାମଲ ଜନହିତକର କାର୍ଯ୍ୟ ବାବଦରେ ସମୀକ୍ଷା କରିଥିଲେ। ଏହାସହିତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପ୍ରଶାସନିକ ଅଧିକାରୀ ମାନଙ୍କୁ ନେଇ ଯୋଜନା ସମ୍ପର୍କରେ ସମୀକ୍ଷା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ ଶ୍ରୀ ସାମଲ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି । ସମୀକ୍ଷା ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଡ଼ିଓ ଦେବଦତ୍ତ ଦାସ, ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରିୟଙ୍କା ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ଲକ୍ଷ୍ମୀଧର ସାହୁ, ବଦ୍ରିନାରାୟଣ ରାଉତ, ସରପଞ୍ଚ ପୁର୍ଣ୍ଣଚନ୍ଦ୍ର ମାଝୀ, ସମସ୍ତ କନିଷ୍ଠ ଯନ୍ତ୍ରୀ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟାନ୍ୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ