ବିଧାୟକ ପ୍ରତିନିଧିଙ୍କ ସମୀକ୍ଷା ବୈଠକ
ବାରିକପୁର, (ଯୁଗାବ୍ଦ ନ୍ୟୁଜ):ଭଣ୍ଡାରିପୋଖରୀ ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ବିଧାୟକଙ୍କ ପ୍ରତିନିଧି ପ୍ରୟାସ କାନ୍ତି ସାମଲ ଯୋଗଦେଇ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ। ବିଶେଷ କରି ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଭିନ୍ନ ଜନହିତକାରି ଯୋଜନା କେଉଁଭଳି ସୁଚାରୁ ରୂପେ କାର୍ଯ୍ୟକାରୀ ହୋଇପାରିବ ସେନେଇ ଶ୍ରୀ ସାମଲ ବୈଠକରେ ପରାମର୍ଶ ଦେଇଥିଲେ। ଏବେ ୫ଟି ମାଧ୍ୟମରେ ବିଦ୍ୟାଳୟ ରୂପାନ୍ତରିକରଣ କାର୍ଯ୍ୟ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ତାହାକୁ ଯଥାଶୀଘ୍ର ଆରମ୍ଭ କରିବା ପାଇଁ ସୂଚନା ଦେଇଥିଲେ। ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବିଡ଼ିଓ ଦେବଦତ୍ତ ଦାସ,ତହସିଲଦାର ସରୋଜକାନ୍ତ ନାୟକ, ବିଇଓ ଅଧିର କୁମାର ତରାଇ, ବ୍ଲକ ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ , ସହକାରୀ ଯନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ଦାସ, ବନ୍ତ ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ଜିଲ୍ଲା ପରିଷଦ ସଭ୍ୟ ଉତ୍କଳ କେଶରୀ ମହାନ୍ତି, ଲକ୍ଷ୍ମୀଧର ସାହୁ, ଲଳିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।