ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଗାଡି ଚଢା ମାମଲା; ମିଛକୁ ସତ କରିବାକୁ ପୋଲିସର ଷଡଯନ୍ତ୍ର କି ?

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଲୋକଙ୍କ ଉପରେ ଗାଡି ଚଢା ମାମଲାରେ ଲୋକଙ୍କ ଆଖିରେ ଆଙ୍ଗୁଳି ଗେଞ୍ଜି ସତକୁ ମିଛ, ମିଛକୁ ସତ କରିବା ପାଇଁ ଷଡଯନ୍ତ୍ର କରିଛି କି ପୋଲିସ ? ପୋଲିସ କରିଛି ନା କାହା ଚାପରେ ପୋଲିସ ଏପରି କରିବାକୁ ବାଧ୍ୟ ହୋଇଛି । ପ୍ରଶାନ୍ତ ଜଗଦେବ ଯେଉଁ ଗାଡି ଚଳାଇ ଲୋକଙ୍କୁ ଜୀବନରୁ ମାରିଦେବାର ଉଦ୍ୟମର ଅଭିଯୋଗ ଲାଗିଛି ସେ ଗାଡି ନମ୍ବର ହେଉଛି ଓଡି25 କେ 5775 ।ଯାହାକି ଡିସକଭରୀ ଗାଡି । ମାତ୍ର ପୋଲିସ ତରଫରୁ ରୁଜୁ ହୋଇଥିବା ଏଫଆଇଆରରେ ଏହି ଗାଡି ନମ୍ବର ଓଡି-02 ଏୱାଇ 5775 ରହିଛି । ଯାହାକି ଏକ କ୍ରେଟା ଗାଡି । ଗୋଟିଏ ପଟେ ସତ ଗାଡି ମିଛ ଗାଡି ବିବାଦ । ତା ଉପରେ ବିଧାୟକ ଆତ୍ମରକ୍ଷା ପାଇଁ ଜୀବନ ବିକଳରେ ଗାଡି ଚଢାଇଦେବା କାରଣରୁ ଲୋକମାନେ ଆହତ ହୋଇଥିବା ଏପରି ତଦନ୍ତକୁ ବାହୁବଳୀଙ୍କ ଫାଇଦାରେ ବ୍ୟବହାର କରାଯାଇଥିବା ଷଡଯନ୍ତ୍ରର ଆସିଛି ସଙ୍ଗୀନ ଅଭିଯୋଗ । ଡିସକଭରୀ ଗାଡିକୁ କ୍ରେଟା ଗାଡିର ରୂପ। ଦବଙ୍ଗ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସୁରକ୍ଷା ପାଇଁ ବଡ ଷଡଯନ୍ତ୍ର ସହ ବଡ ଚକ୍ରାନ୍ତ। ଚକ୍ରାନ୍ତ ପଛରେ ନେତା ନା ପ୍ରଶାସନ। ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ଖସାଇବା ପାଇଁ କିଏ କରିଛି ଏହି ଷଡଯନ୍ତ୍ର । ଆଉ ଏହି ଷଡଯନ୍ତ୍ରରେ ସାମିଲ ହୋଇଛି କି ପୋଲିସ । ଏସବୁ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଥିବା ବେଳେ ଏବେ ବିବାଦରେ ଏଣ୍ଟ୍ରି ମାରିଛନ୍ତି ନୟାଗଡ ବିଧାୟକ ତଥା ରାଜ୍ୟ କୃଷିମନ୍ତ୍ରୀ ଡ.ଅରୁଣ ସାହୁ । ଚିଲିକା ବାଣପୁରରେ ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଉତ୍ପାତ ଘଟଣାରେ ଏବେ ନୂଆ କାହାଣୀ ସୃଷ୍ଟି ହୋଇଛି । ଆଉ ଲୋକଙ୍କ ଉପରେ ମଡାଯାଇଥିବା ଗାଡି ଆଉ ଏତଲାରେ ଦିଆଯାଇଥିବା ଗାଡିର ନମ୍ବର କେମିତି ଭିନ୍ନ ହେଲା ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବି ତଥା କଂଗ୍ରେସ ନେତା ରଣଜିତ୍ ଦାସ । ଆଉ ସିଧାସିଧା ଏହି ମାମଲାରେ ମନ୍ତ୍ରୀ ଅରୁଣ ସାହୁଙ୍କ ଭୂମିକାକୁ ନେଇ ଉଠାଇଛନ୍ତି । ସେଦିନ ବିଧାୟକ ଯେଉଁ ଗାଡିକୁ ଲୋକଙ୍କ ଉପରେ ମଡାଇଥିଲେ ତାହା ନମ୍ବର ରହିଛି ଓଡି25 କେ 5775 । ଯାହାକି ଡିସକଭରୀ ଗାଡି । ମାତ୍ର ଲୋକଙ୍କୁ ବିଧାୟକଙ୍କ ଗାଡି ମଡାଇବାକୁ ନେଇ ଦାଏର ଏତଲାରେ ଗାଡି ନମ୍ବର କିନ୍ତୁ ଭିନ୍ନ । ଗାଡିର ନମ୍ବର ରହିଛି ଓଡି-02 ଏୱାଇ 5775 । ଆଉ ଏହି ଗାଡିଟି ଏକ କ୍ରେଟା ଗାଡି ବୋଲି ଅଭିଯୋଗ କରିଛନ୍ତି ରଣଜିତ୍। ଲୋକଙ୍କ ଉପରେ ମଡାଯାଇଥିବା ଗାଡିର ମାଲିକ ରହିଛନ୍ତି କୁମାର ଦେବଦତ୍ତ । ଯିଏ କି ନୟାଗଡ ଅଞ୍ଚଳର ଜଣେ ଠିକାଦାର । ଆଉ ସେ ହେଉଛନ୍ତି ନୟାଗଡ ବିଧାୟକ ଅରୁଣ ସାହୁଙ୍କ ରାଇଟ୍ ହ୍ୟାଣ୍ଡ । ଏଠି ପ୍ରଶ୍ନ ପାଖାପାଖି ୧ କୋଟି ଟଙ୍କାର ଜଣେ ଠିକାଦାରଙ୍କ ଗାଡିକୁ କାହିଁକି ଚଳାଉଥିଲେ ବିଧାୟକ ପ୍ରଶାନ୍ତ ଜଗଦେବ । ଆଉ ଏତଲା କପିରେ କାହିଁକି ବଦଳିଗଲା ଗାଡି ନମ୍ବର । ଠିକାଦାରଙ୍କ ସହ ବିଧାୟକଙ୍କ ସମ୍ପର୍କ କଣ ? ବିଧାୟକଙ୍କୁ ଗିପ୍ଟ ମିଳିନଥିଲା ତ ଏହି ଗାଡି? ଯଦି ଗିପ୍ଟ ମିଳିଥିଲା ତାହାହେଲେ ଏହା ପଛରେ କଣ ରହିଛି କାରଣ ? ଏହାର ତଦନ୍ତ ପାଇଁ ଦାବି କରିଛନ୍ତି ରଣଜିତ । ଡିସକଭର ଗାଡି ଧରାପଡିଥିଲେ, ବିବାଦକୁ ଆସିଥାନ୍ତେ ମନ୍ତ୍ରୀ ଅରୁଣ ସାହୁ । ଆଉ ମନ୍ତ୍ରୀ ଅରୁଣ ସାହୁଙ୍କ ଘଣ୍ଟ ଘୋଡାଇବା ପାଇଁ ଏହି ଷଡଯନ୍ତ୍ର ହୋଇଛି ବୋଲି ଅଭିଯୋଗ କରିଛନ୍ତି ରଣଜିତ । ଆଉ ଏନେଇ ପୋଲିସ ଦୃଷ୍ଟି ଦେବାକୁ ସେ କରିଛନ୍ତି ଦାବି । ଏଠି ବଡ ପ୍ରଶ୍ନ ଉଠୁଛି ଡିସକଭରୀ ଗାଡିକୁ କ୍ରେଟା ଗାଡିର ରୂପ ଦେବା ପଛରେ କଣ ରହିଛି ଷଡଯନ୍ତ୍ର । ଏହାର ଉପଯୁକ୍ତ ତଦନ୍ତ ହେଲେ ବଡ ରହସ୍ୟ ଖୋଲିବ । ଏପରିକି ବିଜେଡିର ଏହି ନେତାମାନଙ୍କୁ ଠିକାଦାର କେମିତି କୋଟିକୋଟି ଟଙ୍କାର ଗାଡି ଅଫର କରିଥିଲେ ଏହାର ଖୁଲାସା କାଳେ ହୋଇଯିବ । ଆଉ ପ୍ରଶାନ୍ତ ଏବଂ ଅରୁଣଙ୍କ ମଧୁଚନ୍ଦ୍ରିକା ଧରାପଡିଯିବ ସେଥିପାଇଁ ଏହି ଷଡଯନ୍ତ୍ର ବୋଲି ରଣଜିତ କହିଛନ୍ତି । ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । ବାହୁବଳୀ ବିଧାୟକ । ସବୁବେଳେ ବିବାଦରେ । ତେବେ ଲୋକଙ୍କ ଉପରେ ଗାଡି ମଡାଇ ଏବେ ଚର୍ଚ୍ଚାକୁ ଆସିଛନ୍ତି ଦବଙ୍ଗ ବିଧାୟକ । ଆଉ ଏହି ସମୟରେ ଲୋକଙ୍କ ଉପରକୁ ମାଡିଥିବା ଗାଡିର ନମ୍ବର ବଦଳାଇବା ପଛରେ କାହାର ରହିଛି ହାତ ତାହାକୁ ନେଇ ବଡ ପ୍ରଶ୍ନ ଉଠିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ