ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କ ପରଲୋକ
ଭୁବନେଶ୍ୱର (ଯୁଗାବ୍ଦ ନୁୂୃ୍ୟଜ): ବରଷ୍ଠ ବିଜେଡି ନେତା ତଥା ପାଟକୁରା ବିଧାୟକ ବେଦ ପ୍ରକାଶ ଅଗ୍ରୱାଲଙ୍କର ଅସୁସ୍ଥତା କାରଣରୁ ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଯାଇଛି। ।ସେ ଚଳିତ ନିର୍ବାଚନରେ ବିଜେଡିର ଇସ୍ତାହାର କମିଟିର ଅଧ୍ୟକ୍ଷ ହେବା ସହିତ ପାଟକୁରାରୁ ବିଜେଡି ପ୍ରାର୍ଥୀ ଥିଲେ। ବେଦପ୍ରକାଶ ମଧ୍ୟ ପୂର୍ବରୁ ରାଜ୍ୟ ସରକାରଙ୍କ ଅର୍ଥ ଓ ଯୋଗାଣ ମନ୍ତ୍ରୀ ଥିଲେ। ୧୯୭୪ରେ ଉତ୍କଳ କଂଗ୍ରେସର ବିଧାୟକ ଥିଲେ। ୧୯୭୭ ଜନତା ପାର୍ଟି ଓ ୧୯୯୦ରେ ଜନତା ଦଳର ବିଧାୟକ ଥିଲେ। ୨୦୦୦ରେ ବିଜେପି ବିଧାୟକ ଥିଲେ ବେଦପ୍ରକାଶ ଅଗ୍ରୱାଲ। ସେ ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୦୦୯ ଓ ୨୦୧୪ ମସିହାରେ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ କେନ୍ଦ୍ରାପଡ଼ାରୁ ମଧ୍ୟ ୪ ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।ତାଙ୍କର ମୃତ୍ୟୁର ଖବର ପ୍ରଚାର ପରେ ପାଟକୁରା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି। ପ୍ରକାଶଙ୍କ ଅନ୍ତିମ ଶରୀରକୁ ପାଟକୁରା ଅଣାଯିବା ପରେ ତାଙ୍କୁ ପୁରୀ ସ୍ୱର୍ଗ ଦ୍ୱାରରେ ଅନ୍ତିିମ ସଂସ୍କାର କରାଯିବ ବୋଲି କହିଛନ୍ତି ।