ବିଧାୟକ ମଙ୍ଗୁ ଖିଲ ପିସିସି ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ
ମାଲକାନଗିରି,(ମନୋଜ କୁମାର ସାହା): ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀ ମଙ୍ଗୁ ଖିଲଙ୍କୁ ଗତ ଶନିବାର ଓଡିଶା ପ୍ରଦେଶ କମିଟି ଗଠିତ ହୋଇଥିବା ନୂଆ ପ୍ରଦେଶ କମିଟିର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ମନୋନୀତ କରାଯାଇଛି।ଶ୍ରୀ ଖିଲ ଛାତ୍ର ଜୀବନରୁ ରାଜନୀତି ରେ ପଦ ଦେଇ ପଥମେ ୱାଡ଼ ମେମ୍ବର ପରେ ସରପଞ୍ଚ ଓ ଜିଲ୍ଲା ପରିଷଦ ଭାବରେ ନିର୍ବାଚିତ ହୋଇଥିଲେ।ଜିଲ୍ଲା କଂଗ୍ରେସ ଦଳର ଜଣେ ଟାଣୁଆ ଯୁବ ନେତା ହିସାବରେ ତାଙ୍କୁ ଚଳିତ ସାଧାରଣ ନିର୍ବାଚନରେ ଦଳ ବିଧାୟକ ପ୍ରାଥି ଭାବରେ ଟିକେଟ ମିଳିଥିଲା।କିନ୍ତୁ ଶ୍ରୀ ଖିଲ ଦୁଇ ପାରମ୍ପରିକ ବେଜେପି ଓ ବିଜେଡି ପ୍ରାଥିଙ୍କୁ ବହୁ ପଛରେ ପକାଇ ବିପୁଳ ବିଜୟ ହାସଲ କରିଥିଲେ।ଛାତ୍ର ଜୀବନରୁ ରାଜନୀତି ରେ ପାଦ ଦେବା ଦିନ ଠାରୁ ସେ ଆଉ ପଛକୁ ଫେରି ନାହାନ୍ତି।ଦଳର ପରିସ୍ଥିତି କୁ ନଜରରେ ରଖି ପିସିସି ସଭାପତି ଭକ୍ତ ଚରଣ ଦାସ ଶ୍ରୀ ଖିଲ ଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ଦେଇଛନ୍ତି।ଶ୍ରୀ ଖିଲଙ୍କୁ ରାଜ୍ୟ ସାଧାରଣ ସମ୍ପାଦକ ଦାୟିତ୍ୱ ଖବର ପାଇବା ପରେ ମାଥିଲି କଂଗ୍ରେସ ମହଲରେ ଖୁସିର ଲହରୀ ଖେଳିଯାଇଛି।ବ୍ଲକ ସଭାପତି ମଙ୍ଗଳା ଗୌଡ଼,ପୂର୍ବତନ ବ୍ଲକ ଅଧ୍ୟକ୍ଷ ସ୍ମୃତି ଓ ପୂର୍ବତନ ଅଧ୍ୟକ୍ଷ ତ୍ରିନାଥ ଭୂମିଆ, ରଞ୍ଜନ,ମାଥିଲି ସଦର ସମିତି ସଭ୍ୟ ତଥା ଯୁବ ନେତା ବାଲରାଜୁ କୋପେ,ବରିଷ୍ଠ କଂଗ୍ରେସ ନେତା ଏମ୍ଡ଼ି ଆକବର,ବରିଷ୍ଠ କଂଗ୍ରେସ ନେତା ଉଦୟନାଥ ମହାରଣା,ପୂର୍ବତନ ସରପଞ୍ଚ ଗୌରୀ ବଟେ, ସମିତି ସଭ୍ୟା ମାମିନା ନାୟକ,ପୂର୍ବତନ ସରପଞ୍ଚ ଫୁଲମତି ଜିରାମ ଓ ପୂର୍ଣ୍ଣ ମହାରଣାଙ୍କ ସମେତ ବହୁ କଂଗ୍ରେସ ର ସକ୍ରିୟ କର୍ମୀ ମାନେ ଶ୍ରୀ ଖିଲଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ ସବୁ ମହଲ ରୁ ମଧ୍ୟ ଶୁଭେଚ୍ଛା ର ସୁଅ ଛୁଟୁଛି।