ବିଧାୟକ ଶ୍ରୀକାନ୍ତ ସାହୁ ଲୋକାର୍ପିତ କଲେ ବିଜୁ ସେତୁ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ଗ୍ରାମାଞ୍ଚଳର ବିକାଶ ଓ ଗମନାଗମନର ସୁବିଧା ପାଇଁ ମଙ୍ଗଳବାର ଦିନ ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ବାଲିଛାଇ ଓ ଘୋଡ଼ାପଲାଣ ପଞ୍ଚାୟତକୁ ସଂଯୋଗ କରୁଥିବା ରାସ୍ତାର ବାଘୁଆ ନଦୀ ଉପରେ ବିଜୁ ସେତୁ କୁ ପୋଲସରା ବିଧାୟକ ତଥ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ନିଜ ବକ୍ତବ୍ୟରେ ବିଧାୟକ ଶ୍ରୀ ସାହୁ ପ୍ରକାଶ କରିଥିଲେ ଯେ ଗ୍ରାମାଞ୍ଚଳର ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଦ୍ଧପରିକର, ଏହି ସେତୁ ହେଉଛି ତାହାର ଦୃଷ୍ଟାନ୍ତ । ଉଭୟ ବାଲିଛାଇ ପଞ୍ଚାୟତ ଓ ଘୋଡାପଲାଣ ପଞ୍ଚାୟତର ଲୋକମାନେ ବାଘୁଆ ନଦୀରେ ବିପଦ ସଙ୍କୁଳ ଅବସ୍ଥାରେ ଯିବା ଆସିବା କରୁଥିବା ବେଳେ ରାଜ୍ୟ ସରକାର ବିଜୁ ସେତୁ ଯୋଜନାରେ ଏହି ସେତୁ ନିର୍ମାଣ କରି ଅଞ୍ଚଳର ଜନସାଧାରଣଙ୍କୁ ନବବର୍ଷର ଭେଟି ପ୍ରଦାନ କରିଛନ୍ତି । ବିଜୁ ସେତୁ ଲୋକାର୍ପିତ ଓଆର ଅଞ୍ଚଳ ବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଅରବିନ୍ଦ ସ୍ୱାଇଁ, ବ୍ଲକ ବିଜେଡ଼ି ସଭାପତି ସୁରେନ୍ଦ୍ର ପ୍ରଧାନ, ସମ୍ପାଦକ ଅଶୋକ କୁମାର ବିଷୋୟୀ, ବ୍ଲକ୍ ଅଧ୍ୟକ୍ଷ ବଳରାମ ସେଠୀ, ଉପାଧ୍ୟକ୍ଷା ସଂଯୁକ୍ତା ବାଡତ୍ୟା, ଘୋଡାପଲାଣ ସରପଞ୍ଚ ପ୍ରତିନିଧି ଧ୍ରୁବ ଚରଣ ଦାସ, ସମିତିସଭ୍ୟା ଶ୍ରୀମତୀ ଦାସ, ଘନଶ୍ୟାମ ଦାସ, ବିଜୟ ପ୍ରଧାନ, ସନ୍ତୋଷ କୁମାର ବେହେରା, ବାଲିଛାଇ ପଞ୍ଚାୟତର ପ୍ରହଲ୍ଲାଦ ସାହୁ, ପ୍ରହଲ୍ଲାଦ ପ୍ରଧାନଙ୍କ ସମେତ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ