ବିଧାୟକ ହେବ ତ ଏମିତି ଉଚ୍ଛେଦ ସମୟରେ ଡ୍ରୋଜର ଆଗରେ ବସିଲେ ଅନନ୍ତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ମଧ୍ୟ ନିର୍ବାଚନ ମଣ୍ଡଳୀର ସାଇନ୍ସପାର୍କ ଛକଠାରେ ମଙ୍ଗଳବାର ଓଡ଼ିଶାର ପ୍ରଥମ ମହିଳା ଭେଣ୍ଡିଂଜୋନକୁ ବିଡ଼ିଏର କିଛି ଅଫିସର ଓ ପୋଲିସ୍ର ମିଳିତ ଉଦ୍ୟମରେ ଉଚ୍ଛେଦ କରିବାକୁ ଆସିଥିଲେ । ଉଚ୍ଛେଦ ସମୟରେ ମହିଳାମାନେ ପ୍ରତିବାଦ କରିବାରୁ ପୋଲିସ୍ ମହିଳାମାନଙ୍କୁ ଜୋର ଜବରଦସ୍ତ ରାସ୍ତାରୁ ହଟାଇ ଉଚ୍ଛେଦ କାର୍ଯ୍ୟ ଚଳାଇଥିଲେ । ସେହି ସମୟରେ ଦୋକାନୀମାନେ ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନାଙ୍କୁ ଫୋନ୍ ଯୋଗେ ତାଙ୍କର ଦୁଃଖ ଜଣାଇବା ପରେ ଶ୍ରୀଯୁକ୍ତ ଜେନା ତୁରନ୍ତ ଘଟଣାସ୍ଥଳରେ ପହଞ୍ôଚ ଯାଇଥିଲେ । ସେଠାରେ ଥିବା ବିଡ଼ିଏ ଅଧିକାରୀଙ୍କୁ ଉଠାଦୋକାନୀ ଆଇନ ଉପରେ ପଚାରିବାରୁ ବିଡ଼ିଏ ଅଧିକାରୀମାନେ ହଡ଼ବଡ଼େଇ ଯାଇଥିଲେ ଏବଂ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖିଥିଲେ । ଘଟଣାସ୍ଥଳରେ ସେଠାରେ ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ, ସମ୍ପାଦକ ଶୁଭଲକ୍ଷ୍ମୀ ମହାନ୍ତି, ସସ୍ମିତା ସାହୁ ପ୍ରମୁଖ ପହଞ୍ôଚ ଆନ୍ଦୋଳନକାରୀ ଦୋକାନୀମାନଙ୍କୁ ବୁଝାଶୁଝା କରିଥିଲେ । ଏହାପରେ ଶ୍ରୀଯୁକ୍ତ ଜେନା ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ବିଡ଼ିଏ ଅଧିକାରୀ, ବିଏମ୍ସିର ମଧ୍ୟ ଜେଡିସି, ଉଚ୍ଚପଦସ୍ଥ ପୋଲିସ ଅଧିକାରୀ ଏବଂ ବିଏମ୍ସିର ଉପ ଆୟୁକ୍ତ ଶ୍ରୀଯୁକ୍ତ ଅଜୟ କୁମାର ମହାନ୍ତିଙ୍କୁ ଫୋନ୍ କରି ଦୋକାନ କାହିଁକି ଉଚ୍ଛେଦ କରୁଛନ୍ତି ବୋଲି ପ୍ରଶ୍ନ କରିଥିଲେ ।ଶ୍ରୀଯୁକ୍ତ ମହାନ୍ତି କହିଥିଲେ ଯେ, ବିଏମ୍ସି ଉଠାଦୋକାନୀଙ୍କୁ ଉଚ୍ଛେଦ କରୁନାହିଁ । ଯଦି ଉଚ୍ଛେଦ ହୋଇଛନ୍ତି, ସେମାନଙ୍କୁ ତୁରନ୍ତ ଭେଣ୍ଡିଂଜୋନ ମାଧ୍ୟମରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହାପରେ ସେଠାରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଦୋକାନୀମାନଙ୍କୁ ଯେପର୍ଯ୍ୟନ୍ତ ଥଇଥାନ କରାନଯାଇଛି, ସେ ପର୍ଯ୍ୟନ୍ତ ଉଚ୍ଛେଦ କାର୍ଯ୍ୟକୁ ସ୍ଥଗିତ ରଖାଗଲା ବୋଲି ଶ୍ରୀ ମହାନ୍ତି କହିଥିଲେ ।