ବିଧାୟିକାଙ୍କ ଦ୍ବାରା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ
କୋଦଳା : କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ବେଗୁନିଆପଡ଼ା ବ୍ଳକ ଗସ୍ତ କରି ବିଭିନ୍ନ ପ୍ରକଳ୍ପର ଉଦଘାଟନ କରବା ସହ କିଛି ନୂତନ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ବ୍ଳକର ଖଣ୍ଡିଆନଈ ପଞ୍ଚାୟତ ମିରିଗିଲେଣ୍ଡି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ପାଞ୍ଚ ଲକ୍ଷ ଟଙ୍କାରେ ନିର୍ମିତ କୋଠଘର, ଚନ୍ଦନପୁର ପଞ୍ଚାୟତର ମୁଣ୍ଡୁଳl ଠାରେ ରାଜ୍ଯ ଅର୍ଥ କମିଶନ ଯୋଜନାରେ ନିର୍ମିତ ରୁରାଲ ପାର୍କ, ଚନ୍ଦନପୁରରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ରଜକ ସାମାଜର କୋଠଘର,ସିଙ୍ଗଡାପୋଲି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ କୋଠଘର, ଚିଙ୍ଗୁଡି ଖୋଲ ପଞ୍ଚାୟତର ଉସ୍ତାଳି ଠାରେ ଆମ ଗାଁ ଆମ ବିକାଶ ଯୋଜନାରେ ନିର୍ମିତ ଚିତ୍ତବିନୋଦନ କେନ୍ଦ୍ରକୁ ଉଦଘାଟନ କରିଥିଲେ ବିଧାୟିକା l ଏଥି ସହିତ ଅଙ୍ଗାରଗାଁ ଓ କେ. ବରିଡ଼ା ଗ୍ରାମରେ ଚତୁର୍ଦଶ ଅର୍ଥ କମିଶନ ଯୋଜନାରେ ନିର୍ମିତ ହେବାକୁ ଥିବା ଏକ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ବିଭିନ୍ନ ସ୍ଥାନରେ ହୋଇଥିବା ଏହି ଉଦଘାଟନୀ ଉତ୍ସବ ଅବସରରେ ବିଧାୟିକାଙ୍କ ସହ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ବ୍ଲକ ଅଧ୍ୟକ୍ଷା କେ. ରାଜଲକ୍ଷ୍ମୀ ଦୋରା, ବ୍ଲକ ବିଜେଡି ସଭାପତି ବିଜୟ କୁମାର ଦୋରା, ଜିଲ୍ଲା ପରିଷଦ ସଦସ୍ୟ ପ୍ରଫୁଲ୍ଲ ଚନ୍ଦ୍ର ତିଆଡି, ଉପାଧ୍ୟକ୍ଷ ଭ୍ରମରବର ଭୂୟାଁଙ୍କ ସମେତ ବହୁ ସରପଞ୍ଚ ଓ ସରକାରୀ ଅଧିକାରୀ ମାନେ ଉପସ୍ଥିତ ଥିଲେ।