ବିନା ଏଷ୍ଟିମେଂଟରେ ଚାଲିଛି କାମ ଞ୍ଚବିଡିଓ ଙ୍କୁ ଅଭିଯୋଗ

ନାଉଗାଁ ,: ନାଉଗାଁ ପଂଚାୟତର ଅବଦଲପୁର ଗ୍ରାମରେ ଥିବା ନଳକୂପ ଚତୁଃପାଶ୍ୱର୍ ଚଉତରା କାର୍ଯ୍ୟ କରାଯାଇଅଛି । କାର୍ଯ୍ୟ ବିନା ଏଷ୍ଟିମେଂଟ ଓ ବିଭାଗୀୟ ଯନ୍ତ୍ରୀଙ୍କ ଅନୁପସ୍ଥିତରେ ହୋଇଥିବା ଗ୍ରାମର ଦେବଜ୍ୟୋତି ମହାନ୍ତି ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । କାର୍ଯ୍ୟଟି ଗ୍ରାମ ପଂଚାୟତ ଅଧୀନରେ ରହିଅଛି । ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମର ମଲ୍ଲିକଙ୍କ ସୂଚନା ମୁତାବକ ଉକ୍ତ କାର୍ଯ୍ୟ ପାଇଁ ପଂଚାୟତରେ କୈାଣସି ଏଷ୍ଟିମେଂଟ କିମ୍ବା ଏଗ୍ରିମେଂଟର ଫାଇଲ ଖୋଲାଯାଇ ନାହିଁ । ତେବେ ଉକ୍ତ କାର୍ଯ୍ୟ କିପରି କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅପରପକ୍ଷେ ସମସ୍ତ ସରକାରୀ କାର୍ଯ୍ୟ ହେବା ସମୟରେ ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହିବା କଥା । କିନ୍ତୁ ଏହି କାର୍ଯ୍ୟରେ କୈାଣସି ଯନ୍ତ୍ରୀ ଉପସ୍ଥିତ ନଥିବା ବେଳେ କାର୍ଯ୍ୟ କରୁଥିବା ଠିକାଦାର ମନଇଚ୍ଛା କାର୍ଯ୍ୟ କରିଥିବା ଜଣାଯାଇଛି । ନଳକୂପ ଚତୁଃପାଶ୍ୱର୍ରେ ପ୍ଳାଏ ଆସ୍ ଇଟାର ବ୍ୟବହାର କରିବାର ନିୟମ ରହିଥିବା ବେଳେ ଏଥିରେ ପୋଡା ଇଟା ବ୍ୟବହାର କରାଯାଇଥିବା ଜଣାଯାଇଛି । ତେଣୁ ଏହାକୁ ତଦନ୍ତ କରାଯାଇ ପୁନର୍ବାର କାର୍ଯ୍ୟ କରିବାକୁ ଅଭିଯୋଗରେ ଦର୍ଶାଯାଇଛି । ବର୍ତମାନ ମାର୍ଚ୍ଚ ମାସ ଚାଲିଥିବାରୁ ପଂଚାୟତରେ ଥିବା ଅନୁଦାନ ଫେରିଯିବା ଆଶଙ୍କାରେ ଅନେକ ପଂଚାୟତରେ ବିନା ଏଷ୍ଟିମେଂଟରେ କାର୍ଯ୍ୟ ଚାଲୁଥିବା ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଏ ବିଷୟରେ ବିଡିଓ ରଶ୍ମିରେଖା ମଲ୍ଲିକଙ୍କୁ ପଚାରିବାରେ ଏହାର ତଦନ୍ତ ପାଇଁ ସହକାରୀ ଯନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ