ବିନା ଟଙ୍କାରେ ମିଳେ ଜିନିଷ

ଆଜିର ଯୁଗରେ ବିନା ଟଙ୍କାରେ କୌଣସି ଜିନିଷ ମିଳେ ନାହିଁ । କିନ୍ତୁ ପୃଥିବୀରେ ରହିଛି ଏଭଳି ଏକ ସ୍ଥାନ ଯେଉଁଠାରେ ବିନା ଟଙ୍କା ଖର୍ଚ୍ଚ କରି ଆପଣ ଜିନିଷ କିଣିପାରିବେ । ଆସାମର ମୋରିଗାଓଁ ଜିଲ୍ଲାରେ ପ୍ରତିବର୍ଷ “ଜୋନବିଲ’ ନାମକ ଏକ ମେଳା ଲାଗେ ଯେଉଁଠାରେ ଲୋକେ ବିନା ଟଙ୍କା ଖର୍ଚ୍ଚ କରି ଜିନିଷ କିଣିବାର ସୁଯୋଗ ପାଇଥାନ୍ତି । ଆସାମର ପାହାଡିଆ ଜନଜାତି ଏବଂ ସହରାଞ୍ଚଳ ଜନଜାତି ନିଜ ନିଜ ସାମଗ୍ରୀ ବିକ୍ରୟ କରିବା ପାଇଁ ଏହି ମେଳାରେ ବହୁ ସଂଖ୍ୟାରେ ଯୋଗଦାନ କରନ୍ତି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ମେଳାରେ ଟଙ୍କା ପଇସାର କାରବାର ହୋଇ ନ ଥାଏ ବରଂ ଲୋକମାନେ ଜିନିଷ ବଦଳରେ ଜିନିଷ ଦେଇ କିଣାବିକା କରିଥାନ୍ତି । ଏଠାରେ ସାଧାରଣତଃ କୃଷିଜାତ ଦ୍ରବ୍ୟ, ମାଛ, ଘରକରଣା ଜିନିଷ ଆଦିର ଅଦଳବଦଳ ହୋଇଥାଏ । ଏହି ଅବସରରେ ମେଳା ଆରମ୍ଭରୁ ଅଧିବାସୀମାନେ ଅଗ୍ନି ପୂଜା କରିଥାନ୍ତି ଏବଂ ତା’ ସହ ସାମୂହିକ ମାଛ ଧରିବା ପରମ୍ପରା ମଧ୍ୟ ଆୟୋଜିତ ହୋଇଥାଏ । ଏହି ମେଳା ଦୀର୍ଘ ୫ଶହ ବର୍ଷ ଧରି ଏଭଳି ·ଲିଆସୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ