ବିନା ଟେଣ୍ଡରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ନିର୍ମାଣ କାମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ହେବାକୁ ଥିବା ରଥଯାତ୍ରା ପାଇଁ ଗୁଣ୍ଡିଚାବାଡି ତଥା କଲେଜ ରୋଡ ଅଞ୍ଚଳର ନିର୍ମାଣ କାର୍ଯ୍ୟ ବିନା ଟେଣ୍ଡରରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଥିବାର ଜଣାପଡିଛି |ସୂଚନା ଯୋଗ୍ୟ ଯେ, ଉକ୍ତ ଅଞ୍ଚଳ ଶ୍ରୀକୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହା ବିଦ୍ୟାଳୟକୁ ସଂଯୋଗ କରୁଥିବା ବେଳେ ଏହା ଗୁଣ୍ଡିଚାବାଡିର ମୁଖ୍ୟ ଅଂଶ ଅଟେ | ରଥଯାତ୍ରା ବେଳେ ଗୁଣ୍ଡିଚାବାଡିରେ ତିନି ରଥକୁ ରଖାଯାଇଥାଏ ଏବଂ ଏଠାରେ ଯାତ୍ରା ପାଇଁ ବିଭିନ୍ନ ଦୋକାନ, ମୀନାବଜାର, ଦୋଳି, ମୋଦକାକୂଆଁ, ଛୋଟ ପିଲାଙ୍କ ଲାଗି ବିଭିନ୍ନ ଦୋଳି ତଥା ଦୋକାନ ମାନ ଖୋଲାଯାଇଥାଏ | ଏହି ଅଞ୍ଚଳକୁ ସଂପ୍ରସାରଣ ତଥା ଉନ୍ନତି କରିବା ଉଦ୍ଦେଶ୍ୟକୁ ସ୍ୱାଗତ କରାଯାଉଥିବା ବେଳେ ଲାଭଖୋର ମନମୁଖୀ କାର୍ଯ୍ୟକରାଯାଉଥିବାର ଉଦ୍ଦେଶ୍ୟକୁ ନାପସନ୍ଦ କରିଛନ୍ତି ସହରବାସୀ | ଲାଭଖୋର ଉଦ୍ଦେଶ୍ୟରେ ବିନା ଟେଣ୍ଡର ଆହ୍ବାନ କରାଯାଇ ଏହି ରାସ୍ତା ତଥା ଅଞ୍ଚଳରେ ସିମେଣ୍ଟ ରାସ୍ତା ନିର୍ମାଣ କରାଯାଉଛି ବୋଲି ଚର୍ଚ୍ଚା ହେଉଛି | ସେହିପରି ଏହି ନିର୍ମାଣ କାର୍ଯ୍ୟ କେତେ ଟଙ୍କା ବ୍ୟୟ ଅଟକଳ ରଖା ଯାଇଛି ତାହାର କୌଣସି ସ୍ପଷ୍ଟ ସୂଚନା ମଧ୍ୟ ଦିଆଯାଇନାହିଁ | ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏହି ନିର୍ମାଣ କାର୍ଯ୍ୟର ବିସ୍ତୃତ ବିବରଣୀ ଦେବାକୁ ସାଧାରଣ ରେ ଦାବି ହୋଇଛି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ