ବିନା ଧେଣ୍ଡୁରାରେ ପଲ୍ଲୀସଭା ଓ ମେଟ୍ ଚୟନରେ ଚଞ୍ଚକତା ଅଭିଯୋଗ,

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସରକାରଙ୍କ ନିୟମ ଅନୁସାରେ ପଞ୍ଚାୟତର ପଲ୍ଲୀସଭା ଆୟୋଜନ କରିବା ପୂର୍ବରୁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଧେଣ୍ଡୁରା ଦେଇ ପଞ୍ଚାୟତ ବାସୀଙ୍କୁ ଅବଗତ କରାଯିବ । ହେଲେ ବିନା ଧେଣ୍ଡୁରାରେ ପଲ୍ଲୀସଭା ଆୟୋଜନ କରିବା ସହ କମ୍ ସଂଖ୍ୟକ ଲୋକଙ୍କୁ ନେଇ ମେଟ୍ ଚୟନ କରିବାକୁ ମସୁଧା ଚଲାଇବାକୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଚକ୍ରାନ୍ତ କରିଥିଲେ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏଭଳି ଏକ ଘଟଣା ଶନିବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ପଞ୍ଚାୟତରେ ଦେଖିବାକୁ ମିଳିଛି । ପ୍ରକାଶ ଯେ, ହିଞ୍ଜିଳିକାଟୁ ବ୍ଲକ୍ ବୁରୁପୋଡା ପଞ୍ଚାୟତରେ ଶନିବାର ପଲ୍ଲୀସଭା ଆୟୋଜନ କରାଯାଇଥିଲା । ପଲ୍ଲୀସଭାରେ ପଲ୍ଲୀସଭା ପୂର୍ବରୁ ଧେଣ୍ଡୁରା ମାଧ୍ୟମରେ ପଞ୍ଚାୟତର ଲୋକଙ୍କୁ ଅବଗତ କରାଯିବ ପାଇଁ ନିୟମ ରହିଥିବା ବେଳେ ବିନା ଧେଣ୍ଡୁରା ସହାୟତାରେ ଶନିବାର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପଲ୍ଲୀସଭାର ଆୟୋଜନ କରାଯାଇଥିଲା । ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଗ୍ରାମବାସୀ ପଞ୍ଚାୟତ କାର୍ଯ୍ୟାଳୟ ରେ ପଲ୍ଲୀସଭା ଆରମ୍ଭ ହେବା ମାତ୍ରେ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିବା ସହ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ଜାରି ରଖିଥିଲେ । ଏପରିକି ମେଟ୍ ଚୟନ କରିବା ପାଇଁ ଭିତିରିଆ ୧ ଲକ୍ଷ ଟଙ୍କା ଡିଲ୍ କରାଯାଇଥିବା ନେଇ ନାରାବାଜି ଦେବା ସହ ପଲ୍ଲୀସଭା ବନ୍ଦ କରିବା ପାଇଁ ଅଡି ବସିଥିଲେ । ଖବର ପାଇ ନୋଡାଲ ଅଧିକାରୀ ତଥା ଏପିଇଓ ମଧୁସୂଦନ ପ୍ରଧାନ ବୁରୁପୋଡା ପଞ୍ଚାୟତ କାର୍ଯ୍ୟାଳୟ ରେ ପହଞ୍ଚି ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନାଙ୍କ ସହ ଆଲୋଚନା କରି ପଲ୍ଲୀସଭାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ପଲ୍ଲୀସଭା ସ୍ଥଗିତ ନୋଟିସ ଜାରି ପରେ ଉତ୍ତେଜନା ଥମିଥିଲା । ଏ ନେଇ ସଂପୃକ୍ତ ପଞ୍ଚାୟତର ପିଇଓ ଲୋକନାଥ ପାଢିଙ୍କୁ ପଚାରିବାରୁ ସେ କହିଛନ୍ତି ଗତ ୧୦ ତାରିଖରେ ଗ୍ରାମରେ ଧେଣ୍ଡୁରା ଦିଆଯାଇଥିଲା । ଗ୍ରାମର ଅଧିକାଂଶ ଲୋକେ ଚାଷି ହୋଇଥିବାରୁ ଚାଷଜମିକୁ ଚାଲିଯାଇଥିବାରୁ ଧେଣ୍ଡୁରା ଶୁଣି ପାରିନାହାନ୍ତି । ମେଟ୍ ଚୟନରେ ୧ଲକ୍ଷ ଟଙ୍କା ଡିଲ୍ ଘଟଣାକୁ ସମ୍ପୁର୍ଣ୍ଣ କପୋଳକଳ୍ପିତ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ