ବିନା ନୋଟିସରେ ପଞ୍ଚାୟତ ପୋଖରୀ ନିଲାମ ଅଭିଯୋଗ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବଗଡା ଓ ଭରତପୁର ଗ୍ରାମପଞ୍ଚାୟତର ସୀମାରେ ଥିବା ଶ୍ରୀ ରତ୍ନାକର ବଟ ମହାପୁରୁଷଙ୍କ ପୋଖରୀକୁ ବଗଡା ଗ୍ରାମପଞ୍ଚାୟତ ପକ୍ଷରୁ ବିନା ନୋଟିସରେ ନିଲାମ କରାଯାଇଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି । ସେହି ପୋଖରୀଟି ବଗଡା ପଞ୍ଚାୟତର କଚେରୀପଡା ଗ୍ରାମର ୩ନମ୍ବର ୱାର୍ଡ ଏବଂ ଭରତପୁର ଗ୍ରାମପଞ୍ଚାୟତର ଜଗନ୍ନାଥପୁର ଗ୍ରାମର ୧୧ନମ୍ବର ୱାର୍ଡର ମଧ୍ୟ ଭାଗରେ ଅବସ୍ଥିତ । ଏହି ପୋଖରୀଟି ଉନ୍ନୟନ ପରିଷଦର ସଭ୍ୟମାନଙ୍କ ସହାୟତାରେ ଖୋଳାଯାଇଥିଲା । ଏବେ ବଗଡା ପଞ୍ଚାୟତ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାନଯାଇ ବିନା ନୋଟିସରେ ସେହି ପୋଖରୀଟିକୁ ନିଲାମ କରାଯାଇଥିବା ଅଭିଯୋଗ ହୋଇଛି । ଏତଦବ୍ୟତିତ ସେହି ପୋଖରୀର ଭରତପୁର ପଞ୍ଚାୟତ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ଥିବା ଅଂଶକୁ ସୀମା ନିର୍ଦ୍ଧାରଣ କରାଯାଇ ଉନ୍ନୟନ ପରିଷଦକୁ ହସ୍ତାନ୍ତର କରାଯିବାକୁ ଉଭୟ କଚେରୀପଡା ଓ ଜଗନ୍ନାଥପୁର ଗ୍ରାମର ଗ୍ରାମବାସୀଙ୍କ ପକ୍ଷରୁ କୁଞ୍ଜବିହାରୀ ଓଝା, ସୁକାନ୍ତ କର, ନଳିନିକାନ୍ତ ପତି, ଉତ୍ତମ ଚରଣ ଦାସ, ହେମନ୍ତ ବେହେରା, ଗୋବିନ୍ଦ ଘଡାଇ, ବୈଷ୍ଣବ ଚରଣ ରାଉତ, ସୁକାନ୍ତ କୁମାର ଦାସ, ପ୍ରଶାନ୍ତ ଦାସ, ମଙ୍ଗୁଳି ଚରଣ ରାଉତ, ପ୍ରଫୁଲ୍ଲ ମହାନ୍ତି, ଜଗବନ୍ଧୁ ଦାସ, ସୈାମ୍ୟରଞ୍ଜନ ମହାନ୍ତି, କେଶବ ବେହେରା, ଭରତପୁର ପଞ୍ଚାୟତର ସରପଞ୍ଚ ନିଳାମ୍ବର ମଳିକ ଓ ସମିତି ସଭ୍ୟା ପ୍ରଣତୀ ବେହେରା ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ