ବିନା ପ୍ରତିଦ୍ୱନ୍ଦିତାରେ ଉପସଭାପତି ଭାବେ ସୁକାନ୍ତୀ ଜେନା ନିର୍ବାଚିତ
ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ସରମରା ସେବା ସମବାୟ ସମିତିର ଉପସଭାପତି ଭାବେ ସୁକାନ୍ତୀ ଜେନା ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଦେବେନ୍ଦ୍ର ଦଳେଇ ନିର୍ବାଚନ ପରିଚାଳନା କରିଥିବା ବେଳେ ସଂପାଦକ ନିତ୍ୟାନନ୍ଦ ଜେନା ସହଯୋଗ କରିଥିଲେ । ନିର୍ବାଚନ ବେଳେ ସଭାପତି ଗୋଲକ ପାଗଳ, ଛୟାଳସିଂ ସମିତି ସଭ୍ୟା ନିରୁପମା ରାଉତ, ବ୍ଲକ କଂଗ୍ରେସ ସଭାପତି ରାଜ କିଶୋର ସ୍ୱାଇଁ, ପୂର୍ବତନ ସରପଞ୍ଚ କିଶୋର କିଙ୍କର ପଢିଆରୀ, ପଞ୍ଚାୟତ କଂଗ୍ରେସ ସଭାପତି ଶରତ ପଲେଇ, ପଞ୍ଚାୟତ ବିଜେପି ସଭାପତି ସନାତନ ସାହୁ, ବିଜୟ ଜେନା, ହରିହର ମଣ୍ଡଳ, ସୁକାନ୍ତ ସାହୁ, ଦୀଲିପ ପୁହାଣ, ନରେନ୍ଦ୍ର ଜେନା, ସୁରେଶ ନାୟକ, ଭରତ ତ୍ରିପାଠୀ, ଅଲେଖ ବାରିକ, ହେମନ୍ତ ସ୍ୱାଇଁ, ଅଭିରାମ ସ୍ୱାଇଁ, ଅଗଣା ବାରିକ, ପାକୁଲି ପତି, କାଳିଆ ନାୟକ, ଭାଗିରଥି ନାୟକ, ଗୁଲିଆ ନାୟକ, କାହ୍ନୁ ଚରଣ ଜେନା, କାର୍ତ୍ତିକ ରାଉତ, ଗୌରାଙ୍ଗ ରାଉତ, ମାନସ ଲେଙ୍କା, ଅପର୍ତ୍ତି ସାହୁ, ବାବୁ ପୃଷ୍ଟି, ରୁବି ପ୍ରଧାନ, ରଙ୍ଗାଧର ନାୟକ, ସସ୍ମିତା ଜେନା, ତାପସ ସାହୁ, ହୃଷିକେଶ ମଲ୍ଳିକ, ସୁବାଷ ନାୟକ, ବାସନ୍ତୀ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ବିଜୟ ଜେନା ଓ ଲକି ମାଷ୍ଟର ସ୍ୱାଇଁ ସମସ୍ତ ସହଯୋଗ କରିଥିଲେ ।


