ବିନା ପ୍ରତିଦ୍ୱନ୍ଦିତାରେ ସମବାୟ ସମିତି ସଭାପତି ନିର୍ବାଚିତ

ବନ୍ତ, (ଚାନ୍ଦିନୀ ମହାନ୍ତି) :-ବନ୍ତ ବ୍ଲକ ଗଣିଜାଙ୍ଗ ସେବା ସମବାୟ ସମିତିର ସଭାପତି ଭାବେ ରଞ୍ଜନ କୁମାର ସାହୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି । ଉକ୍ତ ନିର୍ବାଚନକୁ ନିର୍ବାଚନ ଅଧିକାରୀ ନିଳକଣ୍ଠ ବାରିକ ପରିଚାଳନା କରିଥିଲେ । ନିର୍ବାଚନ ବେଳେ ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ପଞ୍ଚାୟତ ବିଜେଡି ସଭାପତି ଭୀମ ଚରଣ ସାମଲ, ପୂର୍ବତନ ସମବାୟ ସମିତି ସଭାପତି ଜଗନ୍ନାଥ ପାଣିଗ୍ରାହୀ, ଆଇନଜୀବି ଅଣାକାର ମଲ୍ଲିକ, ସରପଞ୍ଚ ରଶ୍ମିତା ସେଠୀ, ସମିତି ସଭ୍ୟ ମନୋରଞ୍ଜନ ସେଠୀ, ବ୍ଲକ ବିଜେଡି ସଭାପତି କମଳାକାନ୍ତ ସାହୁ, ଛୟାଳସିଂ ପଞ୍ଚାୟତ ବିଜେଡି ସଭାପତି ଗଣେଶ ପ୍ରସାଦ ଦାସ, ରାମ ଚନ୍ଦ୍ର ପଣ୍ଡା, ହରେକୃଷ୍ଣ ମଲ୍ଲିକ, ଚନ୍ଦନ କୁମାର ବେହେରା, ମନୋଜ କୁମାର ପଣ୍ଡା, ପଞ୍ଚାନନ ଦାସ, ପଞ୍ଚାନନ ପ୍ରଧାନ, ଭରତ ମହାପାତ୍ର, ଯଦୁନାଥ ଗିରି, ଶ୍ରୀକାନ୍ତ ସାହୁ, ରାଜେନ୍ଦ୍ର ବେହେରା, ଅଶୋକ ବେହେରା ଉପସ୍ଥିତ ଥିଲେ । ଏଥିନେଇ ରାଜ୍ୟ ବିଜେଡି ସଂପାଦକ ତଥା ବିଧାୟକ ପ୍ରତିନିଧି ଇଂ.ପ୍ରୟାସକାନ୍ତି ସାମଲଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ