ବିନା ଫଳକ ବିନା ଟେଣ୍ଡର ରେ ଚାଲିଛି ୧୫ ଲକ୍ଷ ଟଙ୍କା ର କାମ

ମୋହନା, (ଅଂଶୁମାନ ପଣ୍ଡା) :-ରାଜ୍ୟ ସରକାର ବିଭିନ୍ନ କ୍ଷେତ୍ର ରେ ଲୋକ ଙ୍କ ସମସ୍ୟା ସମାଧାନ କରି ବଡ ବଡ କୋଠା ନିର୍ମାଣ କରୁଛନ୍ତି I ଏଭଳିକି ଅଧିକ ଟଙ୍କା ଖର୍ଚ୍ଚ ର କାମ ରେ ଟେଣ୍ଡର କରାଯାଉଛି କାରଣ ରାଜସ୍ୱ କୁ ଟିକସ ଯିବ ହେଲେ ଏଠି ଠିକା ଦାର ଙ୍କ ଧମକ ରେ ବିଭାଗୀୟ ଯନ୍ତ୍ରୀ ଚୁପ୍ ଏଭଳି ଦୃଶ୍ୟ ଦେଖିବାକୁ ମିଳୀଛି I ଗଜପତି ଜିଲ୍ଲା ମୋହନା ବ୍ଲକ ରେ ସଦମହକୁମାରେ କୃଷୀ ବିଭାଗ କାର୍ଯ୍ୟାଳୟ ନିକଟରେ ଏକ ୧୫ଲକ୍ଷ ଟଙ୍କା ର କୋଠା ନିର୍ମାଣ ଚାଲିଛି ତାହା ମଧ୍ୟ ବିନା ଟେଣ୍ଡର ଏବଂ ବିନା ଫଳକ ରେ ନିମ୍ନମାନର କାମ ବିଭାଗ ଅଧିକାରି କିଭଳି ସରକାରି ନିୟମ କୁ ଆଡେଇ ନିଜ ଇଚ୍ଛା ରେ ୧୫ଲକ୍ଷ ଟଙ୍କା ର କାମ ସଲାସୁତୁରା ଦେଲେ ନା ଠିକାଦାର ଓ ଯନ୍ତ୍ରୀ ମଧ୍ୟରେ ସଲା ସୂତ୍ର ରହିଛି I ଏହି ବିଷୟରେ କନିଷ୍ଟ ଜନ୍ତ୍ରୀ ଅଧିକାରୀ ଙ୍କୁ ପଚାରି ବାରୁ ସେ କହିଛନ୍ତି ପ୍ରଥମେ ଟେଣ୍ଡର ବାହାର କରା ଯାଇଥିଲା କିନ୍ତୁ କେହି ପକେଇ ନଥିଲେ I ତେଣୁ ବହୁ ବର୍ଷ ବିତିବାରୁ ଦିଆଯାଇଛି I ସେପଟେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଛନ୍ତି କାରଣ ଉକ୍ତ ଠିକା ଦାର ଙ୍କ କାମ ସମ୍ପୂର୍ଣ୍ଣ ନିମ୍ନ ମାନର ନିର୍ମାଣ ହେଉଛି ପୂର୍ବରୁ ବ୍ଲକ୍ କାର୍ଯ୍ୟାଳୟ ନିର୍ମାଣ କରିଥଲେ ତାହା ଗୋଟିଏ ବର୍ଷ ବିତିନି ପାଣି ଗଳିବା ଶହ ଛାତ ରୁ ସିମେଣ୍ଟ ଚାଦର ଖସୁଛି I କଲ୍ୟାଣୀ ମଣ୍ଡପ ରେ ସେଇ ଭଳି ଅବସ୍ଥା ଯନ୍ତ୍ରୀ ଙ୍କ କାର୍ଯ୍ୟାଳୟ ମଧ୍ୟ ପାଣି ଗଳୁଛି I ଛାତରୁ ତେବେ ଏଭଳି କୁଜି ଠିକା ଦାର ଙ୍କୁ କିଭଳି କାମ ଦେଇଛନ୍ତି ଯନ୍ତ୍ରୀ ଯାହା ଏଠି ଜଣା ପଡ଼ୁଚି ଯନ୍ତ୍ରୀ ସଂଗ୍ରାମ ବେହେରା ଠିକା ଦାର୍ ମଧ୍ୟରେ ଗୁପ୍ତ ସମ୍ପ୍ରକ ବଡିଛି I ତୁରନ୍ତ ଉକ୍ତ ଠିକାଦାର ଙ୍କୁ କାମ ରୁ ବାହାର କରାଯାଇ ଉଚିତ୍ ଠିକାଦାର ଙ୍କୁ କାମ ଟି ଦେବା ପାଇଁ ଅଞ୍ଚଳ ରେ ଦାବୀ ହୋଇଛି  I
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ