ବିନା ବଳିତାରେ ଅନବରତ ଜଳୁଛି ଦୀପ

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ବେଲଗୁଣ୍ଠା ବ୍ଳକ୍ କ୍ଷତ୍ରିୟବରପୁର ପଞ୍ଚାୟତର ପାଲକଷଣ୍ଢା ଗ୍ରାମ କାଳୀ ମନ୍ଦିରରେ ଆଜି ଏକ ଅଲୌକିକ ଘଟଣା ଦେଖିବାକୁ ମିଳିଛି I ସେଠାରେ ଗତ କାଲି ରାତିରେ ତେଲ ଭର୍ତ୍ତି କରି ରଖା ଯାଇଥିବା ଏକ ଦୀପ ବିନା ବଳିତାରେ ମଧ୍ୟ ଆଜି ଦୀର୍ଘ ସମୟ ଧରି ଜଳୁଥିବା ଦେଖିବାକୁ ମିଳିଛି I ସୂଚନା ପ୍ରକାରେ ଆଜି ପବିତ୍ର ମକର ସଙ୍କ୍ରାନ୍ତି ଥିବାରୁ ମନ୍ଦିରର ପୂଜକ ଯୁଗଳ ରଣା ଆଜି ଭୋର୍ ତିନିଟାରୁ ଆସି ମନ୍ଦିର ଦୁଆର ଖୋଲିବା ବେଳକୁ ଏକ ଦୀପ ଜଳୁଥିବାର ଦେଖିବାକୁ ପାଇଥିଲେ I କିନ୍ତୁ ଗତ କାଲି ମନ୍ଦିର ବନ୍ଦ ହେବା ସମୟରେ କୌଣସ ଦୀପ ଲଗାଯାଇନଥିଲା I କେବଳ କିଛି ଦୀପରେ ତେଲ ଭର୍ତ୍ତି କରି ରଖା ଯାଇଥିଲେ ମଧ୍ୟ ସେଗୁଡିକରେ ବଳିତା ପଡିନଥିଲା I ତେଣୁ ବିନା ବଳିତାରେ ଦୀପଟି ଆପେ ଆପେ ଅନବରତ ଜଳୁଥିବା ଦେଖି ଯୁଗଳ ଆଶ୍ଚର୍ଯ୍ୟ ହୋଇଯାଇଥିଲେ I ଏହି ଘଟଣାଟି ରାତି ପାହିବା ବେଳକୁ ବିଜୁଳି ବେଗରେ ପ୍ରଚାରିତ ହୋଇଯିବା ଯୋଗୁଁ ପାଲକଷଣ୍ଢା ସମେତ ଆଖପାଖ ଗ୍ରାମରୁ କାଳୀ ମନ୍ଦିରକୁ ଏହି ଅଲୌକିକ ଘଟଣା ଦେଖିବା ପାଇଁ ଲୋକଙ୍କ ସୁଅ ଛୁଟିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ