ବିନା ବସରେ ବସଷ୍ଟାଣ୍ଡ

ହାଟଡିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତବାସୀ ସ୍ୱଳ୍ପ ବସ୍ ଭଡ଼ା ଦେଇ ସୁବିଧାରେ ବ୍ଲକ ମଧ୍ୟରେ ଥିବା ବିଭିନ୍ନ ଅଞ୍ଚଳକୁ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ ଗ୍ରାମିଣ ପରିବହନ ସେବା (ଜିପିଏସ) ବସ୍ ଚାଲିଛି। ଓଡ଼ିଶା ସରକାରଙ୍କ ପକ୍ଷରୁ ହାଟଡିହି ବ୍ଲକ ମଧ୍ୟରେ ମୋଟ ୬୮ଟି ବସଷ୍ଟାଣ୍ଡ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା ବେଳେ ବର୍ତମାନ ସୁଦ୍ଧା ୨୫ଟି ବସଷ୍ଟାଣ୍ଡ ନିର୍ମାଣ ସରିଛି। ବ୍ଲକର ବିଭିନ୍ନ ରୁଟ୍ ପାଇଁ ମୋଟ ୭ଗୋଟି ବସ୍ ଚାଲୁଥିଲା ବେଳେ ଅଧିକାଂଶ ରୁଟ୍ ପାଇଁ ଲମ୍ବିଥିବା ରାସ୍ତାକଡ଼ରେ ଚିକ୍କଣିଆ ବସଷ୍ଟାଣ୍ଡ ଦଣ୍ଡାୟମାନ ଥିଲେ ସୁଦ୍ଧା ସେହି ରୁଟ୍ ରେ ଆଜିଯାଏ ଗ୍ରାମିଣ ପରିବହନ ସେବା ବସ୍ ଚଳାଚଳ କରୁନାହିଁ। ଯାହା ଫଳରେ ଯାତ୍ରୀମାନେ ଅସୁବିଧା ଭୋଗ କରୁଥିଲା ବେଳେ ସାଧାରଣତଃ ମହିଳା ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଢ଼ାଇପୋଖରୀ, ମରେଇଗାଁ, ଗୋପାଳପୁର, ସଢା ଭଳି ବିଭିନ୍ନ ସ୍ଥାନରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନୂତନ କରି ଜିପିଏସ୍ ବସଷ୍ଟାଣ୍ଡ ନିର୍ମାଣ ହୋଇଥିବା ବେଳେ ତାହା କେବଳ ଗୋରୁଗାଈଙ୍କ ବାସସ୍ଥଳୀ ପାଇଟିଛି ବୋଲି ଗ୍ରାମବାସୀମାନେ କହିଛନ୍ତି। ବ୍ଲକ ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ