ବିନା ବିଜୁଳିରେ ୬ ଘଣ୍ଟାରୁ ଅଧିକ ସମୟ ଜଳିବ ଇନଭର୍ଟର ବଲବ୍

ବୈଷୟିକ ଜ୍ଞାନ କୌଶଳର ବ୍ୟାପକ ପ୍ରୟୋଗ ଓ ଗବେଷଣା ଯୋଗୁଁ ସମ୍ପ୍ରତି ବିଶ୍ୱ ବଜାରରେ ନୂଆ ନୂଆ ଉତ୍ପାଦମାନ ଦେଖିବାକୁ ମିଳୁଛି । ଏଗୁଡ଼ିକ ମାନବ ସମାଜର ହିତରେ ଲାଗିପାରୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଗ୍ରେଟର ଇଣ୍ଡିଆ ଏକ୍ସପୋ ମାର୍ଟରେ । ଏଠାରେ ପ୍ରଦର୍ଶିତ ଏଲଇଡି ବାସ୍ତବିକ୍ ବ୍ୟବହାର ଯୋଗ୍ୟ । ଏଠାରେ ଏପରି ଏଲଇଡି ବଲବ୍ ସବୁ ପ୍ରଦର୍ଶିତ ହେଉଛି ଯେଉଁଗୁଡିକ ବିନା ବିଦ୍ୟୁତରେ ଜଳିପାରୁଛି । ଏଥିରେ ଏପରି ଏକ ଇନଭର୍ଟର ବଲବ୍ ପ୍ରଦର୍ଶିତ ହେଉଛି ଯାହା ବିଦ୍ୟୁତ କଟିଯିବା ପରେ ବି ୬ ଘଣ୍ଟାରୁ ଅଧିକ କାଳ ଜଳିପାରୁଛି । ଫଳର ଦେଶର ଯେଉଁ ସବୁ ଅଞ୍ଚଳରେ ଅଧିକ ସମୟ ବିଦ୍ୟୁତ୍ କାଟ୍ ହେଉଛି ସେହି ସବୁ ଅଞ୍ଚଳ ଲାଗି ଏଭଳି ଇନଭର୍ଟର ବଲବ୍ ବେଶ ଉପଯୋଗୀ ସାବ୍ୟସ୍ତ ହେବ । ଏହି ଇନଭର୍ଟର ବଲବ୍ ପ୍ରସ୍ତୁତ କରୁଥିବା ଏଲଇଡି କମ୍ପାନୀର ନିର୍ଦ୍ଦେଶିକା ଅଞ୍ଜୁ ଜୈନ୍ ଦେଶର ଗ୍ରାମୀଣ ଅଞ୍ଚଳର ଆବଶ୍ୟକତାକୁ ଦେଖି ବଲବ୍ ପ୍ରସ୍ତୁତ କରାଯାଇଥିବା କହିଛନ୍ତି । ଦେଶର ଗ୍ରାମାଞ୍ଚଳକୁ ଯଦିଓ ବିଦ୍ୟୁତ ଯୋଗାଇ ଦିଆଯାଇଛି, ତଥାପି ଅନେକ ଅଞ୍ଚଳରେ ୮ ଘଣ୍ଟାରୁ ବି କମ୍ ସମୟ ବିଦ୍ୟୁତ ଯୋଗାଣ ରହୁଛି । ଏଥିରେ ଲାଇନ କଟିଗଲେ ଏଭଳି ଏଲଇଡି ଲୋକଙ୍କୁ ବିଦ୍ୟୁତ୍ କାଟ ଜନିତ ପରିସ୍ଥିତିରେ ବିଶେଷ ସହାୟକ ହୋଇପାରିବ ବୋଲି କହିଛନ୍ତି । ବିଦ୍ୟୁତ କାଟ୍ ଜନିତ ପରିସ୍ଥିତିରେ ଲୋକେ ଜେନେରେଟର ବା ଇନଭର୍ଟର ବ୍ୟବହାର କରୁଛନ୍ତି । ହେଲେ ସବୁ ଲୋକଙ୍କ ଲାଗି ଇନଭର୍ଟର ବା ଜେନେରେଟର କିଣିବା ସାଧ୍ୟ ବାହାରେ । ଏଥିରେ ଜେନେରେଟର ପରିବେଶ ପ୍ରଦୂଷଣ କରୁଥିବା ଜଣାପଡିବା ପରେ ଏହାର ବ୍ୟବହାର ବି କମିଛି । ତେବେ ଏଭଳି ବଲବ୍ ଗ୍ରାମୀଣ ଲୋକଙ୍କ ଲାଗି ସହାୟକ ହୋଇପାରିବ ବୋଲି ଅଞ୍ଜୁ କହିଛନ୍ତି । ଏହି ବଲବ ବିଦ୍ୟୁତ ଥିବା ବେଳେ ଏସି ମୋଡରେ ଜଳିବ ଓ ବିଦ୍ୟୁତ କଟିଗଲେ ଆପେ ଆପେ ଡିସିମୋଡକୁ ଚାଲିଯିବ । ଏହାର ବ୍ୟାଟେରୀକୁ ସେଭଳି ପ୍ରସ୍ତୁତ କରାଯାଇଛି ଯେପରି ଓଭର ଚାର୍ଜ ଅଥବା ଡିଶ୍ଚାର୍ଜ ହେବ ନାହିଁ । ଏଣୁ ପିଲାଙ୍କ ପାଠପଢ଼ା ହେଉ କି ଘରର ଆଲୋକିକରଣ ଏଥିରେ ବିଦ୍ୟୁତ କାଟ ବେଳେ ବି ବଲବ ଆଲୋକିତ କରିପାରିବ । ତେବେ ସବୁଠାରୁ ବଡ଼ କଥା ହେଉଛି ୮ ଘଣ୍ଟା କରେଣ୍ଟ ରହୁଥିବା ସ୍ଥାନରେ ଏହା ୨୪ ଘଣ୍ଟା ସେବା ଯୋଗାଇଦେବାକୁ ଦକ୍ଷ । ଏଣୁ ଲୋକଙ୍କୁ ଆଉ ବିଜୁଳିକାଟରେ ଅନ୍ଧାରରେ ରହିବାକୁ ପଡ଼ିବନି ବୋଲି କହିଛନ୍ତି କମ୍ପାନୀର ନିର୍ଦ୍ଦେଶିକା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ