ବିନା ବ୍ୟୟରେ ବ୍ୟାଧି ବିନାଶର ବୀଜମନ୍ତ୍ର

ମାୟାଧର ନାୟକ
ଏଇ ଆଠଶହ କୋଟି ଜନସଂଖ୍ୟା ପୃଥିବୀର ସମସ୍ତ ଜନଗଣ ଚାହାଁନ୍ତି – ରୋଗମୁକ୍ତ, କ୍ଷୁଧାମୁକ୍ତ, ପାପମୁକ୍ତ ସମାଜ । ଏ ତିନୋଟି ମହା ଶକ୍ତିଶାଳୀ ଶଦ୍ଦ ରୋଗ, କ୍ଷୁଧା, ପାପ ଯେଉଁଦିନ ବିନାଶ ହେବ – ସେଦିନ ଜାଣିବ ସମଗ୍ର ବିଶ୍ୱରେ ଶାନ୍ତି, ସୁଖ, ସନ୍ତୋଷ ବିରାଜମାନ କରିବ । ଏ ଧରିତ୍ରୀରେ ସବୁ ଜୀବଜନ୍ତୁ କିଛିନା କିଛି ରୋଗରେ ଆକ୍ରାନ୍ତ । ରୋଗରୁ ମୁକ୍ତି ପାଇବା ପାଇଁ ମଣିଷ ସିନା ତା’ର ସଞ୍ଚିତ ଧନରୁ ପାରୁପର୍ଯ୍ୟନ୍ତ ଖର୍ଚ୍ଚ କରେ, ତଥାପି ଅଧିକାଂଶ ମଣିଷ ରୋଗରେ ମରନ୍ତି । ଏବେ ୨୦୧୯ ମସିହାରୁ ଆଜି ପର୍ଯ୍ୟନ୍ତ ଏକ ଅଦୃଶ୍ୟ କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ କରୋନା କବଳରେ ସମଗ୍ର ବିଶ୍ୱରେ ଜନଗଣ କବଳିତ । କରୋନାର କୋକୁଆ କୁହାଟରେ ସମସ୍ତେ ଆତଙ୍କିତ । ଏହି ରାକ୍ଷସ ଠାରୁ ମୁକ୍ତି ପାଇବାପାଇଁ ଏପର୍ଯ୍ୟନ୍ତ କୌଣସି ନିଦାନ ବାହାରିନାହିଁ । ଚାହୁଁ ଚାହୁଁ ଲକ୍ଷ ଲକ୍ଷ ଲୋକଙ୍କ ଅମୂଲ୍ୟ ଜୀବନ ଆଖି ପିଛୁଳାକେ ଚାଲିଯାଉଛି । ସରକାରୀ-ବେସରକାରୀ ସ୍ତରରେ ମହାମହା ଚିକିତ୍ସକ ମଧ୍ୟ ଏହାର ନିଦାନ ପାଇଁ ଔଷଧ ଉଦ୍‍ଭାବନ ଏ ପର୍ଯ୍ୟନ୍ତ କରିପାରିନାହାଁନ୍ତି । ଲକ୍ଷ ଲକ୍ଷ କୋଟି ଖର୍ଚ୍ଚ କରି ଗବେଷଣା ଚାଲିଛି । ଆମେ ତ ମଣିଷମାନଙ୍କ କଥା ଭାବୁଛେ – ଆମ ସାଙ୍ଗରେ ସାଥି ହୋଇଥିବା ପୋଷିତ ପଶୁପକ୍ଷୀ ଓ ବାହାରେ ମୁକ୍ତ ଭାବେ ବିଚରଣ କରୁଥିବା କୋଟି କୋଟି ପଶୁପକ୍ଷୀମାନଙ୍କୁ ମଧ୍ୟ ରୋଗ ଛାଡେନା । ଅବଶ୍ୟ ଆମ ସରକାରମାନେ ପଶୁପକ୍ଷୀମାନଙ୍କ ଚିକିତ୍ସା ପାଇଁ କୋଟି କୋଟି ଖର୍ଚ୍ଚ କରୁଛନ୍ତି । ପଶୁପକ୍ଷୀ ସିନା କଥା କହିପାରନ୍ତିନାହିଁ, କିନ୍ତୁ ସେମାନଙ୍କ ରୋଗକଷ୍ଟର ଚିତ୍‍କାର ଆମମାନଙ୍କୁ ବ୍ୟଥିତ କରେ । ପ୍ରସାରିତ ପ୍ରକୃତିର ଚିତ୍ରିତ ଚୌହଦି ଆମ ଚାରିପଟେ । ଫୁଲଫଳ ପନିପରିବାଠୁ ଔଷଧୀୟ ବୃକ୍ଷଲତାରେ ଭରପୁର ଏ ଭବ୍ୟ ପ୍ରକୃତିର ଭବଭଣ୍ଡାର । ଅଥଚ ଆମର କୃତିମ ଜୀବନଶୈଳୀ ଆମକୁ ମୁହାଁଇନେଉଛି ବିଭିନ୍ନ ବ୍ୟାଧିର ବିଡମ୍ବନା ସହିତ ଅକାଳ ବାର୍ଦ୍ଧକ୍ୟ ଆଡେ । ଛଅ ଋତୁରେ ଛପନ ଭୋଗ – ଛଟପଟ ଆମେ । ପ୍ରକୃତି ଉପରେ ପତିଆରା ଥାପି ମୁକୁଳିଯିବା କି ବିକୃତିରୁ ? ବିଶାଳ ପ୍ରକୃତି ହିଁ ପ୍ରଦାନ କରିଛି ବିନା ବ୍ୟୟରେ ବ୍ୟାଧି ବିନାଶର ବୀଜମନ୍ତ୍ର । ପ୍ର୍ରକୃତରେ ଅନେକ ସରଳ ସହଜ କଥାକୁ ଆମେ ଅଣଦେଖା କରିଥାଉ । ଜନ୍ମହେଲେ ମୃତ୍ୟୁ ଯେମିତି ଅବଧାରିତ, ଶରୀର ଥିଲେ ବ୍ୟାଧି ସେମିତି ନିଶ୍ଚିତ । ଆଜିକାଲି ସାମାନ୍ୟ ରୋଗ ଉପଶମ ଯେତେ ବ୍ୟୟବହୁଳ ହେଉଛି, ସାଧାରଣ ଲୋକଙ୍କୁ ବେଶ୍‍ ବାଧୁଛି । ଆମ ଚାରିପାଖରେ ଏତେବେଶୀ ଔଷଧୀୟ ବୃକ୍ଷଲତା ଅଛି, ଯାହାର ଦ୍ରବ୍ୟଗୁଣ ଆମେ ଜାଣୁପାରୁନେ କିମ୍ବା ଜାଣିବାକୁ ଇଚ୍ଛା କରୁନେ । ଜଣେ ମଣିଷ କିଭଳି ରୋଗମୁକ୍ତ ନିତ୍ୟ ନିରାମୟ ଜୀବନଯାପନ କରିବ, ପୁଣି ବିନା ବ୍ୟୟରେ ଏ କଥାକୁ ଯଦି ଟିକେ ଦୃଷ୍ଟି ଦେବା ତା’ହେଲେ ଆହାଃ – ଆମ ଜୀବନଟା କି ଆନନ୍ଦମୟ ହୋଇଯାଆନ୍ତା । ଏବେ ଆସନ୍ତୁ ଆମ୍ଭେମାନେ କିଭଳି ବିନା ବ୍ୟୟରେ ବ୍ୟାଧି ବିନାଶ କରିବା – ସେ ସଂପର୍କରେ କିଞ୍ଚିତ୍‍ ଆଲୋଚନା କରିବା । ପ୍ରଥମେ ମୋ ନିଜଠାରୁ ଆରମ୍ଭ କରୁଛି । ମୁଁ ସବୁବେଳେ ବୟସକୁ ବେଖାତିର କରି ରାତିଦିନ ସାମାଜିକ ଆନ୍ଦୋଳନ, ଲେଖାଲେଖିରେ ବ୍ୟସ୍ତ । ସବୁଠୁ ବଡ ଆଶ୍ଚର୍ଯ୍ୟର ଏକ ଘଟଣା ଆପଣଙ୍କ ପାଖରେ ବଖାଣୁଛି । ମୁଁ ସବୁବେଳେ ଚଳଚଞ୍ଚଳ – ପରିବାର ପ୍ରତି ନଜର ନଦେଇ ଲୋକଙ୍କ କାମରେ ସବୁବେଳେ ବ୍ୟସ୍ତ । ଏଇ ୨୦୨୦ରୁ ୨୦୨୨ ନଭେମ୍ବର ପର୍ଯ୍ୟନ୍ତ ବିଶେଷ କୁଆଡେ ନଯାଇ ଘରେ ବସି ଖାଲି ଚା’ପାନ ଖାଇ ପ୍ରାୟ ସକାଳ ଆଠଟାରୁ ଉଠି ଚିରାଚରିତ ଅଭ୍ୟାସ ସକାଳର ଓଡିଆ, ଇଂରାଜୀ, ବଙ୍ଗଳା, ହିନ୍ଦି ଖବରକାଗଜ ପାଖାପାଖି ୩୨ଟାକୁ ପଢିବାକୁ ଆରମ୍ଭ କରେ । ମୋତେ ମଧୁମେହ ରୋଗ । ପତ୍ନୀ ଇନ୍ଦିରା ଦାସ ତାଗିଦ୍‍ କରିବାରୁ ଦିନ ୧୦ଟାରୁ ୧୧ଟା ଭିତରେ ନିତ୍ୟକର୍ମ ସାରି ଔଷଧ ଓ ଜଳଖିଆ ସେବନ କରେ । ପୁଣି ସେଇ ୧୧ଟାରୁ ମୋ ପାଖକୁ ଆସୁଥିବା ଲୋକଙ୍କ ସହ କଥାବାର୍ତ୍ତା, ଚର୍ଚ୍ଚା, ଫୋନ୍‍ରେ ମଧ୍ୟ କଥାବାର୍ତ୍ତା କରୁକରୁ ଦିନ ସାଢେ ଗୋଟାଏ ବାଜିଯାଏ । ଠିକ୍‍ ମଧ୍ୟାହ୍ନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ