ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ

ଫୁଲବାଣୀ, (ସୂର୍ଯ୍ୟ ନାରାୟଣ ବେହେରା):ସ୍ଥାନୀୟ ଫୁଲବାଣୀ ଜଗନ୍ନାଥ ମନ୍ଦିରରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ ହୋଇଯାଇଛି।ସକାଳୁ ମାତ୍ର ୧୦ଜଣ ସେବକଙ୍କୁ ନେଇ ଧାଡି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣା ଯାଇଥିଲା ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ।ଅଣାଯିବା ପରେ ସମସ୍ତ ନୀତି ନିୟମ ଅନୁସାରେ ବଳଭଦ୍ରଙ୍କୁ ୩୩,ଜଗନ୍ନାଥଙ୍କୁ ୩୫,ଦେବୀ ସୁଭଦ୍ରା ଙ୍କୁ ୨୨ସୁଦର୍ଶନ ଙ୍କୁ୧୮ଗରା ରେ ସ୍ନାନ କରା ଯାଇଥିଲା ବୋଲି ମନ୍ଦିର ସମ୍ପାଦକ ତଥା ଆଇନଜୀବୀ ହରିଶ୍ଚନ୍ଦ୍ର ମହାରଣା ପ୍ରକାଶ କରିଥିଲେ।ମନ୍ଦିର ସ୍ନାନ ମଣ୍ଡପ ଠାରୁ ୨୦୦ ମିଟର ବ୍ୟବଧାନରେ ଏକ ବାଉଁଶ ବାଡ଼ କରାଯାଇଥିଲା।କୌଣସି ଭକ୍ତ ଯେପରି ପ୍ରବେଶ ନ କରିପାରନ୍ତି ମନ୍ଦିର ନିକଟକୁ ସେଥିପ୍ରତି ବିଶେଷ ଧ୍ୟାନ ଦେଇଥିଲେ ମନ୍ଦିର ସଭାପତି ସୁନାସିର ମହାପାତ୍ର ,ଉପସଭାପତି ଆଇନଜୀବୀ ବିଜୟ କୁମାର ମହାନ୍ତି, ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣା ,ଉପଦେଷ୍ଟା ବରିଷ୍ଠ ଆଇନଜୀବୀ ପ୍ରତାପ ପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ।ଏପରିକି କିଛି ପୋଲିସ,ଓ ଗୃହରଖି ଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ଦାୟିତ୍ୱ ଦିଆ ଯାଇଥିଲା।ଏସଡିପିଓ ମହେନ୍ଦ୍ର ନାଥ ମୂର୍ମୁ ବାରମ୍ବାର ମନ୍ଦିରକୁ ଆସି ତଦାରଖ କରି ଯାଉଥିଲେ ।କିଛି ଭକ୍ତ ଆସିଥିଲେ ସେମାନେ କରଯାଇଥିବା ବାରିକଟ ନିକଟରେ ଭୋଗ ଥୋଇ ଦେଇ ମୁଣ୍ଡିଆ ମାରି ଚାଲି ଯାଉଥିଲେ।ବୋଧ ହୁଏ କରୋନା ମହା ବିପତ୍ତି ରୁ ରକ୍ଷା କରିବା ପାଇଁ ସେମାନେ ମହାପ୍ରଭୁଙ୍କୁ ଜଣାଣ କରିଥିଲେ।ଏହି ମହାନ କାର୍ଯ୍ୟରେ କୌଣସି ସାମ୍ବାଦିକ ଙ୍କୁ ମଧ୍ୟ ପ୍ରବେଶ ପାଇଁ ଅନୁମତି ମିଳିନଥିଲା।ବର୍ତ୍ତମାନ ବାକି ରହିଲା ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷ ଯାତ୍ରା କିପରି ରୀତିନୀତି ରେ ପାଳିତ ହେବ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ