ବିନା ଭକ୍ତରେ ମାଉସୀମା ଘରେ ବିଜେ କଲେ ଜଗନ୍ନାଥ

ମୋହନା (ଅଂଶୁମାନ ପଣ୍ଡା): ମୋହନା ବ୍ଳକର ୧୦ଟି ପଂଚାୟତର ଭକ୍ତମାନେ ନିର୍ଭର କରୁଥିବା ମୋହନା ରଥଯାତ୍ରା କୋଭିଡ -୧୯ ପାଇଁ କଟକଣା ଏବଂ ସୁପ୍ରିମ କୋର୍ଟର ନିର୍ଦ୍ଧେଶ ଅନୁସାରେ ୧୪୪ ଧାରାରେ ମଧ୍ୟରେ ପାଳନ କରାଯାଇଛି ଗୁଣ୍ଡିଚା ଯାତ୍ରା । ବିନା ଭକ୍ତରେ ଜଗନ୍ନାଥକି ନିତିକାନ୍ତି ସକାଳ ଧୂପ ଦୀପ, ସାଜସଜ୍ଜା ଭୋଗଲାଗି ହେବା ପରେ ଝୁଟି ରଥ ପ୍ରତିଷ୍ଠା କରି ଠାକରଙ୍କୁ ବିଜେ କରି ଅସ୍ଥାୟୀ ମାଉସୀମା ଘରେ ବିଜେ କରାଯାଇଛୀ ଜଗତରନାଥ ଜଗନ୍ନାଥଙ୍କୁ ଏହିଅବସରରେ ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ବିଡିଓ ବଂଶିଧର ଖୋସଲା, ମୋହନା ଥାନା କର୍ମଚାରି, ମନ୍ଦିର ପରିଚାଳନା କମିଟି, ପଣ୍ଡିତ ଶିବ ଶଙ୍କର ପଣ୍ଡା, ପୂଜକ ବୁଲୁ ରଥ, ଗଗନ ପାଳ, ଭଳା ସାହୁ, ଅଂଶୁମାନ ପଣ୍ଡା, ଶିବ ସାହୁ, ଗ୍ରାମ ମୁଖିଆ ପ୍ରତାପ ଚନ୍ଦ୍ର ପାତ୍ର, ଅଶୋକ ବେହେରା ଆଦି ଉପସ୍ଥିତ ରହି ସାମାଜିକ ଦୂରତା ରଖି ନିତିକ୍ରାନ୍ତି କରାଯାଇଛୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ