ବିନା ଭକ୍ତରେ ଶ୍ରୀଜୀଉଙ୍କ ରାମପର୍ଶୁରାମ ଅବତାର
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଆନ୍ଧ୍ର ସୀମାନ୍ତରେ ଦକ୍ଷିଣ ଓଡିଶାର ପ୍ରସିଦ୍ଧ ପାରଳା ରଥଯାତ୍ରା ଚଳିତ ବର୍ଷ କରୋନା ଯୋଗୁଁ ବନ୍ଦ ରହିଛି । ରଥଯାତ୍ରାର ପୁର୍ବ ଦିନ ୨୨ତାରିଖ ଠାରୁ ପାରଳା ଶ୍ରୀଜଗନ୍ନାଥ ମନ୍ଦିର ଅଞ୍ଚଳରେ ୧୪୪ ଧାରା ଜାରି କରାଯିବା ସହ ମନ୍ଦିରର ପ୍ରବେଶ ପଥକୁ ସିଲ୍ କରି ଦିଆଯାଇଛି । ଯାହାକି ଶେଷ ସୁଦ୍ଧା ବଳବତ୍ତର ରହିବ । ଗତ ୨୩ ତାରିଖ ରଥଯାତ୍ରା ଦିନ ଠାରୁ ଆଜିର ତିନି ଠାକୁର ମନ୍ଦିର ବେଢାରେ ରାମ-ପର୍ଶୁରାମ ଅବତାର ସବୁକିଛି ୧୪୪ ଧାରା କଟକଣା ମଧ୍ୟରେ ବିନା ଭକ୍ତରେ ପୁଜା ରୀତି ନିତି ଚାଲୁ ରହିଛି । ଆଜି ଅତ୍ୟନ୍ତ ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇ ରାମ-ପର୍ଶୁରାମ ଅବତାର ହୋଇଛି । ହେଲେ ସମସ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । କେବଳ ଗଜପତି ଜିଲ୍ଲା ପ୍ରଶାସନ ଦ୍ୱାରା ପ୍ରେରିତ ଫଟୋ ଓ ଭିଡିଓ ଦ୍ୱାରା ଅଞ୍ଚଳବାସୀ ଠାକୁରଙ୍କୁ ଦର୍ଶନ କରି ପୁଜାପାଠ କରୁଛନ୍ତି । ସମସ୍ତ ନୀତିକାନ୍ତି ଗୁଡିକ ମନ୍ଦିରର ସେବାୟତ ମାନଙ୍କ ଦ୍ୱାରା ହେଉଛି ।