ବିନା ରଥ ଟଣାରେ ଘୋଷ ଯାତ୍ରା ପାଳିତ
ବନ୍ତ, (ଚାନ୍ଦିନୀ ମହାନ୍ତି):କରୋନା କଟକଣା ପାଇଁ ସୁପ୍ରିମ କୋର୍ଟଙ୍କ ଅଙ୍କୁଶ ଯୋଗୁ ବନ୍ତ ବ୍ଲକର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ବିନା ରଥ ଟଣାରେ ନିରାଡମ୍ବର ଭାବେ ଘୋଷ ଯାତ୍ରା ପାଳିତ ହୋଇଛି । ନିମାପଡାସ୍ଥିତ କପାଳୀ କ୍ଷେତ୍ରରେ ପ୍ରତ୍ୟୁଷରୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି ପରେ ଷୋଡଶ ଉପଚାରରେ ପୂଜାର୍ଚ୍ଚନା କରାଯାଇ ବିଷ୍ଣୁଙ୍କ ସହସ୍ର ନାମ, ଜଗନ୍ନାଥଷ୍ଟକ, ଶ୍ରୀମଦ୍ଭାଗବତ ଗୀତା ପାଠ କରାଯାଇଥିଲା । ରଥକୁ ମାଉସୀମା ମନ୍ଦିରକୁ ନିଆ ନଯାଇ ନିରାଡମ୍ବର ଭାବେ ଘୋଷ ଯାତ୍ରା ପାଳନ କରାଯାଇଥିଲା । ଅପରାହ୍ନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଓ ସୁଦର୍ଶନଙ୍କୁ ପହଣ୍ଡି ବିଜେ କରାଯାଇ ମନ୍ଦିର ପରିସରରେ ଉପବେଷ୍ଠନ କରାଯାଇଥିଲା ।