ବିନା ଲାଇସେନ୍ସରେ ଚାଲିଛି ପାଥୋଲୋଜି କ୍ଳିନିକ୍ – ଚଢାଉ କେବେ ..?

ହିଂଜିଳିକାଟୁ . (ଶେଷଦେବ ସାହୁ) : ଗଂଜାମ ଜିଲ୍ଲା ହିଂଜିଳିକାଟୁ ସହରରେ ଛତୁ ପୁଟିଲା ଭଳି ପାଥୋଲୋଜି କ୍ଳିନିକ୍ ଗଢି ଉଠିଛି । ଏଗୁଡ଼ିକ ମଧ୍ୟରୁ ବହୁ ପାଥୋଲୋଜି କ୍ଳିନିକ୍ ବିନା ଲାଇସେନ୍ସରେ ଚାଲିଥିବା ନେଇ ଦିର୍ଘ ଦିନ ଧରି ଅଭିଯୋଗ ହୋଇ ଆସୁଛି । ଏ ସମ୍ପର୍କରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ହୋଇ ଆସୁଥିଲେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପ୍ରକାର ଦୁଷ୍ଟାନ୍ତ ମୁଳକ ପଦକ୍ଷେପ ଗ୍ରହଣ କରାଯାଉନଥିବା ଜଣାପଡ଼ିଛି । ହିଂଜିଳିକାଟୁ ପୌରାଂଚଳ ସମେତ ନିକଟର୍ବୀି ଗ୍ରାମାଂଚଳ ଗୁଡ଼ିକରେ ବହୁ ପାଥୋଲୋଜି କ୍ଳିନିକ୍ ବିନା ଲାଇସେନ୍ସରେ ଚାଲିଥିବା ଅଭିଯୋଗ ହୋଇଛି । ରାଜ୍ୟର ବଡ଼ ବଡ଼ ସହର କଟକ, ଭୂବନେଶ୍ୱର ଓ ବ୍ରହ୍ମପୁର ସହରରେ ନସିଂ ହୋମ ଗୁଡ଼ିକର ସରକାରୀ ନିୟମାନୁସାରେ ପ୍ରତିବର୍ଷ ଲାଇସେନ୍ସ ନବୀକରଣ ହେଉଥିବା ବେଳେ ହିଂଜିିଳିକାଟୁ ସହରରେ ସରକାରୀ ନିୟମକୁ ଖୋଲାଖୋଲି ଉଲଙ୍ଘନ କରାଯାଉଥିବା ଅଭିଯୋଗ ହେଉଛି । ସେହିଭଳି ସ୍ଥାନୀୟ ସହର ଓ ଗ୍ରାମାଂଚଳ ଗୁଡ଼ିକରେ ଖୋଲାଯାଇଥିବା ବହୁ ପାଥୋଲୋଜି କ୍ଳିନିକ୍ ଗୁଡ଼ିକରେ ଅନଭିଞ ବ୍ୟକ୍ତିଙ୍କୁ ବିଭିନ୍ନ ପରୀକ୍ଷା କରିବା ପାଇଁ ନିଯୁକ୍ତି କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । କିଛି ଦିନ ପୂର୍ବେ ସ୍ଥାନୀୟ ସହର ଓ ଗ୍ରାମଂଚଳ ଗୁଡ଼ିକରେ ଗଢିଉଠିଥିବା ବହୁ ବେଆଇନ ପାଥୋଲୋଜି କ୍ଳିନିକ୍ ଉପରେ ଚଢାଉ କରାଯିବା ସହ ଆଇନାନୁଯାୟୀ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଥିଲା । କିନ୍ତୁ କୌଣସି ଚଢାଉ କିମ୍ବା କାର୍ଯ୍ୟାନୁଷ୍ଠାନ କରାଯିବାର ଦେଖିବାକୁ ମିଳିନଥିଲା । ଯାହାଫଳରେ ଦିନକୁ ଦିନ ବେଆଇନ ପାଥୋଲୋଜି କ୍ଳିନିକ୍ ସଂଖ୍ୟା ବୃଦ୍ଧି ପାଇବାରେ ଳାଗିଛି ଏବଂ ରୋଗୀ ଲହାର ଶିକାର ହେଉଥିବା ଅଭିଯୋଗ ହେଉଛି ।ସ୍ଥାନୀୟ ଅଂଚଳର କିଛି ପ୍ରତିଷ୍ଠିତ ଡ଼ାକ୍ତର, ନିର୍ଦ୍ଧିଷ୍ଟ ଏକ ପାଥୋଲୋଜି କ୍ଳିନିକକୁ ହାତ କରି ମୋଟା ଅଙ୍କର ପିସି କାରବାରକୁ ନେଇ ବିନା କାରଣରେ ବିଭିନ୍ନ ପରୀକ୍ଷା କରାଇବା ପାଇଁ ପାଥୋଲୋଜି କ୍ଳିନିକ ଗୁଡ଼ିକରୁ କମିଶନ ନେଇ ଡ଼ାକ୍ତରମାନେ ପଠାୁଥିବା ଅଭିଯୋଗ ହେଉଥିବା ବେଳେ ରୋଗୀ ମାନେ ଅକାରଣରେ ନୟାନ୍ତ ହେଉଛନ୍ତି । ସହରରେ ବିଭିନ୍ନ ପାଥୋଲୋଜି କ୍ଳିନିକ୍ରେ ବିଭିନ୍ନ ଦର ରହିଥିବାରୁ ଲୋକେ କୌଣସି ପରୀକ୍ଷାର ସଠିକ ଦର ଜାଣିପାରୁନାହାନ୍ତି । ପାଥୋଲୋଜି ସେଂଟର ଗୁଡ଼ିକ ମନଇଛା ଫିସ୍ ରୋଗୀଙ୍କ ଠାରୁ ନେଉଥିବାରୁ ଏହା ଉପରେ ପ୍ରଶାସନର କୌଣସି ଲଗାମ ନଥିିବା ମନେହେଉଛି । ପୂର୍ବବର୍ଷ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ବ୍ରହ୍ମପୁର ସହରରେ ଚଢାଉ କରାଯାଇ ବେଆଇନଭାବେ ଗଢିଉଠିଥିବା ନସିଂହୋମ ଓ ପାଥୋଲୋଜି ଉପରେ ଚଢାଉ କରାଯିବା ପରେ ସ୍ଥାନୀୟ ଅଂଚଳରେ ବେଆଇନ ଭାବେ ଗଢିଉଠିଥିବା ପାଥୋଲୋଜି କ୍ଳିନିକ ମାଲିକ ମାନଙ୍କମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଥିଲା । କିଛି ଦିନର ନିବତା ପରେ ଯଥା ପୂବଂ ତଥା ପରଂ ନୀତିରେ ବେଆଇନ ଭାବେ ପୁଣି ଥରେ ସ୍ଥାନୀୟ ସହର ଓ ନିକଟସ୍ଥ ଗ୍ରାମାଂଚଳ ଗୁଡ଼ିକରେ ପୁଣି ଥରେ ଛତୁ ଫୁଟିଲା ଭଳି ବହୁ ବେଆଇନ ଭାବେ ବିନା ଲାଇସେନ୍ସରେ ପାଥୋଲୋଜି କ୍ଳିନିକ୍ ଗୁଡ଼ିକ ଗଡି ଉଠିଛି । ରୋଗ ସମ୍ପର୍କରେ ରିପୋର୍ଟରୁ ସଠିକ ସୂଚନା ମିଳିପାରୁନଥିବାରୁ ବିଭିନ୍ନ ସମୟରେ ରୋଗୀଙ୍କ ପ୍ରାଣହାନି ଘଟିବା ପୂର୍ବରୁ ଅଭିଯୋଗ ହୋଇଛି । ଉକ୍ତ ପାଥୋଲୋଜି କ୍ଳିନିକ୍ ଗୁଡ଼ିକ ବର୍ତମାନ ସମୟରେ କଂସେଇ ପାଲଟିଥିବା ନେଇ ରୋଗୀ ଓ ସମ୍ପର୍କୀୟ ମାନଙ୍କ ଠାରେ ଅଭିଯୋଗ ହୋଇଛି । ବିଭିନ୍ନ ପାଥୋଲୋଜି କ୍ଳିନିକ ଗୁଡ଼ିକରେ କ୍ୱାକ୍ ମାନେ ରୋଗୀ ଚିକିତ୍ସା କରୁଥିବାର ମଧ୍ୟ ଦେଖାଦେଉଛି । ପାଥୋଲୋଜି କ୍ଳିନିକ ମଧ୍ୟରେ ବେଆଇନ ଗର୍ଭପାତ କରୁଥିବାର ମଧ୍ୟ ଅଭିଯୋଗ ହେଉଛି । ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଦୃଷ୍ଟି ଦେଇ ବେଆଇନ ଭାବେ ଗଢି ଉଠିଥିବା ଏବଂ ବିନା ଲାଇସେନ୍ସରେ ଚାଲିଥିବା ପାଥୋଲୋଜି କ୍ଳିନିକ୍ ଉପରେ ଚଢାଉ କରି ଆଇନାନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଂଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ