ବିନା ଶିକ୍ଷାଗତ ଯୋଗ୍ୟତାରେ ଚାଲିଛି ହାଡଭଙ୍ଗା ଚିକିତ୍ସା

କୋଦଳା,(ଗୁଲସନ କୁମାର କର) : ଚିକିତ୍ସା ଭଳି ଏକ ସମ୍ବେଦନଶୀଳ କାର୍ଯ୍ୟକଳାପରେ ଖାମଖିଆଲି ଆଦୌ ଗ୍ରହଣୀୟ ନୁହେଁ l ଅଳ୍ପଟିକେ ତ୍ରୁଟି ବ୍ୟିଚ୍ୟୁତ ଘଟିଲେ ଜୀବନ ମରଣ ସମସ୍ୟା ରହିଛି l ଚିକିତ୍ସା ଭଳି ପ୍ରଫେସନ ପାଇଁ କଠିନ ପରିଶ୍ରମ ସହ ଯୋଗ୍ୟତାର ଆବଶ୍ୟକତା ରହିଛି l ସେଥିପାଇଁ ସରକାର ବିଭିନ୍ନ ମେଡିକାଲ ମାଧ୍ୟମରେ ଯୁବକ ମାନଙ୍କୁ ତାଲିମ ଦେଉଛନ୍ତି l ଏଥିରୁ ଊର୍ଣ୍ଣିତ ହେଲେ ଜଣେ ଚିକିତ୍ସା କରିବା ପାଇଁ ଯୋଗ୍ୟ ହୋଇଥାଏ l କିନ୍ତୁ ଆଜିକାଲି ସାଧାରଣତଃ ଅର୍ଦ୍ଧଶିକ୍ଷିତ ଯୁବକ ମାନେ ଚିକିତ୍ସା ନାମରେ ବିଭିନ୍ନ ସ୍ଥାନରେ କ୍ଲିନିକ ଖୋଲି ରୋଗୀଙ୍କ ଜୀବନ ମରଣ ସହ ଖେଳିବା ଦେଖାଯାଉଛି l ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ବେଗୁନିଆପଡା ବ୍ଲକ ଅନ୍ତର୍ଗତ ନୂଆଗାଁ ବୁରୁଝରୀ ଠାରେ l ସେଠାରେ ଜନୈକ ଵ୍ୟକ୍ତି ହାଡଭଙ୍ଗା କ୍ଲିନିକ କରି ଲୋକଙ୍କୁ ଚିକିତ୍ସା ନାମରେ ଲୁଟ କରୁଥିବା ଅଭିଯୋଗ ହୋଇଛି l ଏହା ସହ ବର୍ତମାନ କରୋନାର ଭୟାବହତା ଚାଲିଥିବା ବେଳେ କୌଣସି ନିୟମ ପାଳନ କରୁନଥିବା ଅଭିଯୋଗ ହୋଇଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ