ବିନା ସୂଚନା ଫଳକରେ ଚାଲିଛି ପ୍ରାଣୀ ଚିକିତ୍ସାଳୟ ନିର୍ମାଣ

ସାରସକଣା, (ଭଗୀରଥ ମହାନ୍ତ) : ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକସ୍ଥିତ ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଶେଷ ପର୍ଯ୍ୟାୟରେ ପହଞ୍ଚିଯାଇଛି । ଉକ୍ତ ନୂତନ କୋଠାଟି ନିର୍ମାଣ ପାଇଁ କେତେ ଟଙ୍କା ବ୍ୟୟବରାଦ କରାଯାଇଛି ଏବଂ ନିର୍ମାଣର ସମୟସୀମା କେଉଁ ଯାଏ ରହିଛି ତାହା ସର୍ବସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଫଳକରେ ଦର୍ଶାଇବାକୁ ପ୍ରଶାସନ ଭୁଲିଯାଇଛି । ଏନେଇ ଜନସାଧାରଣ ଅନ୍ଧକାରରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ଅସନ୍ତୋଷ କୁହୁଳୁଛି । ସାରସକଣା ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ରର ନୂତନ କୋଠା ନିର୍ମାଣ ଯୋଗୁଁ ଗତ ୧୬ ନଭେମ୍ବର ୨୦୨୩ ମସିହାରେ ଶିଳାନ୍ୟାସ ହୋଇଥିଲା ବେଳେ ଇତି ମଧ୍ୟରେ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ହେବ ଅତିକ୍ରାନ୍ତ ହୋଇଯାଇଛି । ବିନା ସୂଚନା ଫଳକରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ଦିନଠୁ ହିଁ ନିର୍ମାଣକାରୀ ସଂସ୍ଥାର ଉଦ୍ଦେଶ୍ୟ ସନ୍ଦେହ ଘେରରେ ରହିଥିବା ବେଳେ ଏଯାଏ ତାହା ବଳବତ୍ତର ରହିଛି । ଏ କ୍ଷେତ୍ରରେ ପ୍ରଶାସନର ଦାୟିତ୍ୱ ହୀନତାକୁ ମଧ୍ୟ ବିଭିନ୍ନ ମହଲରେ ଦାୟୀ କରାଯାଉଛି । ଏଣୁ ଲୋକଙ୍କ ଅବଗତି ସକାଶେ ସୂଚନା ଫଳକ ମାରି ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ଲୋକସେବାରେ ବିନିଯୋଗ କରିବା ପାଇଁ ସାଧାରଣରେ ଦାବି ହେଉଛି । ଏଇଠୁ ଜଣାପଡ଼େ କିଭଳି ଭାବରେ ଠିକା ନେଇଥିବା ସଂସ୍ଥା ଆଉ ସରକାରୀ ଅଫିସର ବାବୁମାନେ ମିଳିମିଶି ହରିଲୁଟ କରି ଖାଇ ଚାଲିଛନ୍ତି । ଏହି ଅଞ୍ଚଳର ହଜାର ହଜାର ଲୋକ ଏକମାତ୍ର ଏହି ପ୍ରାଣୀ ଚିକିତ୍ସାଳୟ କେନ୍ଦ୍ର ଉପରେ ନିର୍ଭର କରୁଥିବା ବେଳେ ଅଦ୍ୟାବଧି ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଥିବା ଅଭିଯୋଗ ହେଉଛି । ତେଣୁ ପ୍ରଶାସନ ପକ୍ଷରୁ ତୁରନ୍ତ ଏହି କାର୍ଯ୍ୟକୁ ସମାପ୍ତ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ