ବିନା ସୂଚନା ଫଳକରେ ଚାଲିଛି ଲକ୍ଷାଧିକ ଟଙ୍କାର ଗାରୋଇ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟ 

ନାଉଗାଁ, (ଓ୍ବାଇଏନ୍ଏସ୍): ନାଉଗାଁ ବ୍ଳକର କୋରୁଅ ପଂଚାୟତର ଗାରୋଇ ଠାରେ ନିର୍ମାଣ କରାଯାଉଛି ସୁଉଚ୍ଚ ପାଣି ଟାଙ୍କି । ଯେଉଁ ପ୍ରକଳ୍ପର ନାମ ରହିଛି ଗାରୋଇ ପାନୀୟ ଜଳ ପ୍ରକଳ୍ପ । ଦୀର୍ଘ ଦିନ ହେବ ଉକ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ନିର୍ମାଣ କରାଯାଇଛି । କିନ୍ତୁ ସୁଉଚ୍ଚ ପାଣି ଟାଙ୍କି ନଥିବାରୁ ହେତୁ ଜଳ ଯୋଗାଇ ଦିଆଯାଇ ପାରୁ ନଥିଲା । ଗ୍ରାମ୍ୟ ଜଳ ପରିମଳ ବିଭାଗ ପକ୍ଷରୁ ଏହି ଗ୍ରାମର ମାଉସୀ ମା ମନ୍ଦିର ସନ୍ନିକଟରେ ଏକ ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର କରାଯାଇଥିଲା । ଗ୍ରାମ୍ୟ ଜଳ ପରିମଳ ବିଭାଗ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁଯାୟୀ ଏହି ସୁଉଚ୍ଚ ଟାଙ୍କି କରିବା ପାଇଁ ଠିକାଦାର ଭାବେ ବିଭୁତି ରଂଜନ ଭୋଇଙ୍କୁ ନିର୍ଦ୍ଦେଶାନାମା ପ୍ରଦାନ କରାଯାଇଛି । ସୁଉଚ୍ଚ ପାଣି ଟାଙ୍କି ନିର୍ମାଣ ସହିତ ପ୍ରତି ଘରକୁ ପାଣି ପାଇପି ସଂଯୋଗ ପାଇଁ ଅଟକଳ ମୂଲ୍ୟ ୬୪ଲକ୍ଷ ୭୮ ହଜାର ୩ ଶହ ୧୦ଟଙ୍କା ବ୍ୟୟବରାଦ କରାଯାଇଛି । ପାଣି ଟାଙ୍କି ନିକଟରୁ ୬ ଶହ ମିଟର ପର୍ଯ୍ୟନ୍ତ ୧୬୦ ଏମ.ଏମ ର ପାଇପି, ୩ ଶହ ମିଟର ପର୍ଯ୍ୟନ୍ତ ୧୧୦ ଏମ.ଏମ ପାଇପି, ୩୨ ଶହ ମିଟର ୯୦ ଏମ.ଏମ ପାଇପି ବିଛାଇବା ପାଇଁ ନିୟମ ରହିଛି । କିନ୍ତୁ କାର୍ଯ୍ୟ କରୁଥିବା ଠିକାଦାର ନିମ୍ନମାନର ପାଇପ ବ୍ୟବହାର କରୁଥିବା ଜଣାଯାଇଛି । ସେହିପରି କାର୍ଯ୍ୟ ଆରମ୍ଭ ପୂର୍ବରୁ ସରକାରଙ୍କ ନିୟମାନୁସାରେ ସୂଚନା ଫଳକ ଲଗାଯିବା କଥା । କିନ୍ତୁ କାର୍ଯ୍ୟ ଅଧା ହେବାକୁ ବସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସୂଚନା ଫଳକ ଲଗାଯାଉନାହିଁ । ଯାହାଫଳରେ କାର୍ଯ୍ୟର ସ୍ଥାୟୀତ୍ୱ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଗାରୋଇ-ମାଛଗାଁକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍‌୍ନୟନ ବିଭାଗର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମିତ ରାସ୍ତା ପାଶ୍ୱର୍ ଖୋଳି ପାଇପ ବିଛା କାର୍ଯ୍ୟ ଚାଲୁ ରହିଛି । ଏହି ରାସ୍ତା ଖୋଲିବା ପାଇଁ ଗ୍ରାମ୍ୟ ଉନ୍ନୟନ ବିଭାଗର ଅନୁମତି ଆସିଛି କି ନାହିଁ ତାହା ସଠିକ ଜଣା ପଡୁ ନାହିଁ । ଜେସିବ ମେସିନରେ ରାସ୍ତା ଖୋଲି ପାଇପ ବିଛାଇବାର ନିୟମ ନଥିବା ବେଳେ ଠିକାଦାର ମନଇଚ୍ଛା ମେସିନ ଲଗାଇ ରାସ୍ତା ପାଶ୍ୱର୍ ଖୋଳୁଥିବା ଦେଖିବାକୁ ମିଲିଛି । ଖୋଲିବା ଦ୍ୱାରା ରାସ୍ତା ପାଶ୍ୱର୍ ଦବି ଖାଲ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ରହିଛି । ତେଣୁ ବିଭାଗ ପକ୍ଷରୁ ଏହାକୁ ତଦନ୍ତ କରି ସଠିକ କାର୍ଯ୍ୟ କରିବା ପାଇଁ ଅଂଚଳବାସୀ ପ୍ରଶାସନ ନିକଟରେ ଦୃଢ ଦାବି କରିଛନ୍ତି । ଏ ବିଷୟରେ ନାଉଗାଁ ଗ୍ରାମ୍ୟ ଜଳ ପରିମଳ ବିଭାଗର ଯନ୍ତ୍ରୀ ପ୍ରଦୀପ୍ତ କୁମାର ବରାଳଙ୍କୁ ପଚାରିବାରୁ ସୂଚନା ଫଳକ ଲଗାଇବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ’ଣ ପାଇଁ ଲଗାଯାଇନାହିଁ ସେ ବିଷୟରେ ତଦନ୍ତ କରାଯିବ ବୋଲି କହିଛନ୍ତି । କାର୍ଯ୍ୟ କରୁଥିବା ଠିକାଦାର ବିଭୁତି ରଂଜନ ଭୋଇ ସହ ଯୋଗାଯୋଗ ସମ୍ଭବ ହୋଇ ପରି ନଥିଲା । ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଖୋଲିବା ବିଷୟରେ ବିଭାଗର ଯନ୍ତ୍ରୀ ବିନୋଦ ତରାଇଙ୍କୁ ପଚାରିବାରୁ ଅନୁମତି ପ୍ରଦାନ କରାଯାଇଛି କି ନାହିଁ ଅଫିସ ଯାଇ ଫାଇଲ ଦେଖିଲେ ଜଣାପଡିବ ବୋଲି କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ