ବିନା ସୂଚନା ଫଳକ ରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲାର ବାଲିଗୁଡା ବ୍ଲକ ରେ ବିନା ସୂଚନା ଫଳକ ରେ ଲକ୍ଷ ଲକ୍ଷ ଟଙ୍କାର ପ୍ରକଳ୍ପ କାମ ହେବାକୁ ନେଇ ଉଠିଛି ପ୍ରଶ୍ନ । ସରକାରଙ୍କ କଡା ନିୟମ ରହିଛି କାର୍ଯ୍ୟ ଆରମ୍ଭ ରେ କାର୍ଯ୍ୟ ର ସୂଚନା ଫଳକ ରହିବା ଆବଶ୍ୟକ । ଉକ୍ତ ସୂଚନା ଫଳକରେ କେଉଁ  ଯୋଜନାର କାମ  ,ଠିକଣା  ,କାର୍ଯ୍ୟର ନାମ ,ଅଟକଳ ମୂଲ୍ୟ ,ଆର୍ଥିକ ବର୍ଷ ,କାର୍ଯ୍ୟର ଆରମ୍ଭ ଶେଷ ତାରିଖ  ,କାର୍ଯ୍ୟ ନିର୍ବାହୀ ସଂସ୍ଥା ଓ କେଉଁ ସାମଗ୍ରୀ କେତେ ପରିମାଣ ର ବ୍ୟବହାର ହେବ ଉକ୍ତ ସୂଚନା ଫଳକରେ ରହିବାର ନିୟମ ରହିଛି । ଯାହାଫଳରେ ସାଧାରଣ ଲୋକଟି ଜାଣି ପାରିବ ଯେ କେଉଁ କାମ ହେଉଛି । କିନ୍ତୁ ବାଲିଗୁଡା ବ୍ଲକ ର ପରମପଙ୍ଗା ପଞ୍ଚାୟତରେ ଏ ସବୁକୁ ନେଇ ଖୋଲା ଖୋଲି ଉଲ୍ଲଘଂନ କରାଯାଉଥିବା ଦେଖିବାକୁ ମିଳିଛି । ପଞ୍ଚାୟତରେ କାର୍ଯ୍ୟରତ ଯନ୍ତ୍ରୀ ଦୂର୍ଗା ମାଧବ ଆଚାରୀ ଉକ୍ତ କାର୍ଯ୍ୟ କରୁଥିବା ବେଳେ କିଭଳି ଜାଣି ଶୁଣି ସରକାରୀ ନିୟମକୁ ଖୋଲା ଖୋଲି ଉଲଘନ୍ନ କରୁଛନ୍ତି ତାହାକୁ ନେଇ ଉଠିଛି ପ୍ରଶ୍ନ । ମିଳିଥିବା ସୂଚନା ଅନୁଯାୟୀ ବିନା ସୂଚନା ଫଳକ ରେ ପରମପଙ୍ଗା ପଞ୍ଚାୟତର ସୁକୁଙ୍ଗିଆ ଠାରେ ଏକ ମେଟାଲ କଂକ୍ରିଟ ଗାର୍ଡ଼ ୱାଲ ନିର୍ମାଣ ଚାଲୁରହିଛି କିନ୍ତୁ ମେଟାଲ କଂକ୍ରିଟ ଗାର୍ଡ଼ ୱାଲ ରେ ମେଟାଲ ପରିବର୍ତ୍ତେ ବଡ ବଡ ନଦୀ ଓ ଜଙ୍ଗଲ ପଥର ବ୍ୟବହାର ହେଉଛି  ଯାହାର ଫୋଟ ଏବେ ବିଡିଓ ଙ୍କ ନିକଟରେ ପହଞ୍ଚିଛି ।  ବିଗତ ଦିନରେ ମଧ୍ୟ ପରମପଙ୍ଗା ପଞ୍ଚାୟତ ସମେତ ବାଲିଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତରେ ଏଭଳି ବିନା ସୂଚନା ଫଳକରେ କାର୍ଯ୍ୟ କରାଯାଇ ଥିବା ନଜିର ରହିଛି । ଜାନୁୟାରୀ ୧୫ ତାରିଖ ରେ ଯନ୍ତ୍ରୀ ମାନଙ୍କ ଏଭଳି କାର୍ଯ୍ୟ କୁ ନେଇ ବ୍ଲକ ସ୍ତରୀୟ ପଞ୍ଚାୟତ ଜନପ୍ରତିନିଧି ପରିଷଦ ପକ୍ଷରୁ ବାଲିଗୁଡା ଉପଜିଲ୍ଲାପାଳ ସଭାଗୃହରେ ହେଉଥିବା ଜିଲ୍ଲା ସ୍ତରୀୟ  ମିଳିତ ଜନଶୁଣାଣୀ ରେ ମିଳିତ ଭାବେ ଆସି କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ଵର ପାଟିଲ ଙ୍କ ନିକଟରେ ଏକ ଅଭିଯୋଗ ପତ୍ର ପ୍ରଦାନ କରି ଦୃଷ୍ଟି ଆକର୍ଷଣ କରିଥିଲେ । ଏହା ପରେ ମଧ୍ୟ ବାଲିଗୁଡା ବ୍ଲକ ର ବିଭିନ୍ନ କାର୍ଯ୍ୟରେ କୌଣସି ପରିବର୍ତ୍ତନ ହୋଇନଥିବା ପୁଣି ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକ ପ୍ରତିନିଧି ମାନେ । ପରମପଙ୍ଗା ପଞ୍ଚାୟତ ରେ କାର୍ଯ୍ୟ କରୁଥିବା ଯନ୍ତ୍ରୀ ଦୂର୍ଗା ମାଧବ ଆଚାରୀ ଏହି ପଞ୍ଚାୟତରେ ଦୀର୍ଘ ୬  ବର୍ଷ ରୁ ଉର୍ଦ୍ଧ କାର୍ଯ୍ୟ କରି ଆସୁଛନ୍ତି ଯାହାକୁ ନେଇ ଏବେ ଉଠିଛି ପ୍ରଶ୍ନ । ଅନ୍ୟ ଯନ୍ତ୍ରୀ ମାନଙ୍କ ତିନି ବର୍ଷ ମଧ୍ୟରେ ବଦଳି ହେଉଥିବା ବେଳେ ଦୂର୍ଗା ମାଧବ ଆଚାରୀ ଙ୍କ ବଦଳି ହେଉଥିବା ବେଳେ ବାରମ୍ବାର ବଦଳୀ ବାତିଲ ହେଉଥିବାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି । ନିର୍ବାଚନ ସମୟରେ ଗୋଟିଏ ସ୍ଥାନରେ ତିନି ବର୍ଷରୁ ଅଧିକ କେହି ରହିପାରିବେ ନହିଁ ବୋଲି ଗାଇଡ ଲାଇନ ରହିଥିବା ବେଳେ ତାହା କିଭଳି ଲାଗୁ ହେଉନାହିଁ ଯାହାକୁ ନେଇ  ପଞ୍ଚାୟତ ଲୋକ ପ୍ରତିନିଧି ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏ ସମ୍ପର୍କ ରେ ବାଲିଗୁଡା ବିଡିଓ ଅଚ୍ୟୁତାନନ୍ଦ ଜାନୀ ଙ୍କ ଦୃଷ୍ଟି ଆକର୍ଷଣ ପରେ ସେ ଏ ସମ୍ପର୍କ ରେ ତଦନ୍ତ କରିବେ ବୋଲି କହିଛନ୍ତି ତେବେ ଦେଖା ଯାଉ ବିଡିଓ ଶ୍ରୀ ଜାନୀ କଣ ତଦନ୍ତ କରି କିପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ