ବିନା ସୂଚନା ରେ ପାଚେରୀ ନିର୍ମାଣ କାର୍ଯ୍ୟ କୁ ବିରୋଧ, ଗାଁ ଲୋକ ଏବଂ ପୋଲିସ ଧସ୍ତାଧସ୍ତି

ଛତ୍ରପୁର, (ଦେବଦତ୍ତ ମହାରଣା):ଜିଲ୍ଲା ପ୍ରଶାସନ ପକ୍ଷରୁ କାଳୀପଲ୍ଲୀ ଅଂଚଳ ରେ ଡ଼ି ନୋଟିଫିକେସନ କୁ ସଠିକ ଭାବେ ସର୍ଭେ ନକରିବା ସହ ପଟ୍ଟା ନ ପ୍ରଦାନ କରି ବିନା ସୂଚନା ରେ ବେଆଇନ ଭାବେ ପୋଲିସ ଫୋର୍ସ ମୃତୟନ କରି ଟାଟା ପକ୍ଷରୁ ମଙ୍ଗଳବାର ଠାରୁ ପାଚେରୀ ନିର୍ମାଣ କାର୍ଯ୍ୟ ଚାଲିଛି ଏହାକୁ ବିରୋଧ କରି ଚାଲିଥିବା ପାଚେରୀ କାମ ବନ୍ଦ କରିବା ଦାବି ନେଇ କାଲିପଲ୍ଲୀ ଗ୍ରାମବାସୀ ମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଛନ୍ତି l ପ୍ରକଳ୍ପ ନିକଟରେ ପୋଲିସ ଫୋର୍ସ ମୁତୟନ କରିଥିବା ବ୍ୟାରିକେଟ ଅଂଚଳ କୁ ଧସେଇ ଫସିଲା ବେଳେ ଉତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି l ଗାଁ ଲୋକ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୋଲିସ ପକ୍ଷରୁ ମୁଦୁ ଲାଠି ଚାଳନା କରିଛନ୍ତି l ଏହା ସହିତ ଗ୍ରାମ ର ୨୫ରୁ ଊର୍ଦ୍ଧ୍ୱ ମହିଳା ଓ ପୁରୁଷଙ୍କୁ ପୋଲିସ ଉଠାଇନେଇଛି l ଏନେଇ ଘଟଣା ସ୍ଥଳରେ ଉତେଜନା ଲାଗିରହିଛି, ଘଟଣା ସ୍ଥଳରେ ସୁରକ୍ଷା ଦୃଷ୍ଟି ରଖି ଛତ୍ରପୁର ତହସିଲଦାର ପ୍ରକାଶ କୁମାର ମିଶ୍ର, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ପୁରୁଷୋତ୍ତମପୁର ତହସିଲଦାର, ଗଞ୍ଜାମ ବିଡ଼ିଓ ଜସ୍ମିନ ପ୍ରଧାନ ମାଜିଷ୍ଟ୍ରେଟ ଦାୟିତ୍ୱରେ ରହିଥିବା ବେଳେ ଗଂଜାମ ପୋଲିସ ଜିଲ୍ଲାର ଦୁଇ ଜଣ ଅତିରିକ୍ତ ଏସ୍ପି ,୬ ଜଣ ଡ଼ିଏସପି ,୧୮ ଜଣ ଇନିସପେକ୍ଟର , ୨୧ ପ୍ଲାଟୁନ ପୋଲିସ ମୁତୟନ ରହିଛନ୍ତି l ସେପଟେ ଗ୍ରାମ ର ମହିଳା ଓ ପୁରୁଷ ମାନେ ଘଟଣା ସ୍ଥଳରେ ଆନ୍ଦୋଳନ ରେ ବସିରହିଛନ୍ତି l ଅନ୍ୟପଟେ ଦୀପକ କମ୍ପାନୀ ନାମକ କୋଣସି ସରକାରଖାନା ନିମନ୍ତେ କାର୍ଯ୍ୟ ଚାଲୁନାହିଁ, ଟାଟା ପକ୍ଷରୁ ପୋଲିସ ଫୋର୍ସ ମୁତୟନ ରହି ପାଚେରୀ କାର୍ଯ୍ୟ ନିର୍ମାଣ ଚାଲୁରହିଛି, ଏ ଭିତରେ କାଳୀପଲ୍ଲୀ ଗ୍ରାମବାସୀ ପୋଲିସ ବେରିକେଟ ଭାଙ୍ଗି ପୋଲିସ କୁ ଠେଲା ପେଲା କରିବା ସହିତ ଆଇନ କୁ ସେମାନେ ହାତକୁ ନେଇଛନ୍ତି ବୋଲି ଅତିରିକ୍ତ ଏସପି ପି. କେ ଦଳାଇ ଗଣମାଧ୍ୟମ କୁ କହିଛନ୍ତି, ଏହାସହିତ ଗ୍ରାମବାସୀ ଙ୍କୁ ମଧ୍ୟ ବୁଝା ସୁଝା ଚାଲିଛି ବୋଲି କହିଥିଲେ, ଗ୍ରାମର କୋଡିଏ ଜଣ ପ୍ରତିନିଧି ଛତ୍ରପୁର କୁ ଆସି ଗଞ୍ଜାମ ଏସପି ଙ୍କ ସହ ଆଲୋଚନା କରୁଛନ୍ତି, ସୂଚନା ଯୋଗ୍ୟ ଯେ,ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ କାଳିପଲ୍ଲୀ ନିକଟ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ ଟେକ୍ନୋଲଜିର ଆମୋନିୟମ ନାଇଟ୍ରେଟ୍‌ ପ୍ଲାଣ୍ଟ ସ୍ଥାପନକୁ କାଲିପଲ୍ଲୀ ଗ୍ରାମବାସୀଙ୍କ ବିରୋଧ ଜାରି ରହିଛି l ଅପରପକ୍ଷରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇ ମଙ୍ଗଳବାରଠାରୁ ଟାଟା ଷ୍ଟିଲ ଲିମିଟେଡ଼ ପକ୍ଷରୁ ଇଡ଼କୋ ଦ୍ୱାରା ଅଧିକୃତ ବାକି ଇଲାକା ରେ ପାଚେରି କାମ ଆରମ୍ଭ ହୋଇଛି। ଏ ନେଇ କାଳୀପଲ୍ଲୀ ଗ୍ରାମବାସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଏହା ବେଆଇନ୍‌ ବୋଲି କହିଛନ୍ତି। ବିନା ସୂଚନା ରେ ପାଚେରୀ ନିର୍ମାଣ କୁ ବିରୋଧ କରିଛନ୍ତି ଆନ୍ଦୋଳନକାରୀ ମାନେ l ସରକାର ଙ୍କ ପକ୍ଷରୁ ଡ଼ି ନୋଟିଫିକେସନ ହୋଇଥିବା ଘୋଷଣା କରିଥିଲେ ସୁଦ୍ଧା ଜିଲ୍ଲାପ୍ରଶାସନ ପକ୍ଷରୁ ଉଚିତ ଭାବେ ସର୍ଭେ ନକରି ଲୋକଙ୍କୁ ମୂଳ ପଟା ପ୍ରଦାନ ନକରି ପାଚେରୀ କାମ କେମିତି କରୁଛି ତାହା କୁ ପ୍ରଶ୍ନ କରୁଛନ୍ତି କାଳୀପଲ୍ଲୀ ଗ୍ରାମ କମିଟି ର ସଭାପତି ବି. ମୋହନ ପାତ୍ର l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ