ବିନୋଦ କୁକ୍ୱେର ପକ୍ଷରୁ ନୂଆ ଷ୍ଟିଲ୍ ବଟଲ ସ୍ୱିପ୍ଟର ବଜାର ପ୍ରବେଶ

ଦେଶର କିଚେନ୍ୱେର ବ୍ରାଣ୍ଡ ବିନୋଦ ପକ୍ଷରୁ ଏହାର ନୂତନ ଶ୍ରେଣୀର ନୂଆ ଷ୍ଟିଲ୍୍ ବଟଲ ସ୍ୱିଫ୍ଟର ବଜାର ପ୍ରବେଶ କରାଯାଇଛି । ଏହି ୫୨୦ମିଲି ଷ୍ଟେନଲେସ୍ ଷ୍ଟିଲ୍ ବଟଲ ସ୍ପୋର୍ଟସ୍ ମିଲିଟାରୀ ଗ୍ରୀନ୍ ଏବଂ ରେଡ୍ ରଙ୍ଗରେ ଉପଲବ୍ଦ ହେଉଛି । ଏହାର ମୂଲ୍ୟ ୬୬୫ ଟଙ୍କା ରହିଛି । ଏହି ଷ୍ଟାଇଲିଶ୍ ଡବଲ ୱାଲଡ୍ ବଟଲରେ ତରଳ ପଦାର୍ଥ ଗରମ କିମ୍ବା ଥଣ୍ଡା ଦୀର୍ଘ ସମୟ ପାଇଁ ରହିପାରିଥାଏ । ଏହା ବିଭିନ୍ନ ପାନୀୟ ରଖିବା ପାଇଁ ବେଶ୍ ଉପଯୋଗୀ । ଏହା ଅଲ୍ଟ୍ରା କମ୍ପାକ୍ଟ, ପୋର୍ଟେବୁଲ୍ ଏବଂ ଆଂଟି ସ୍ପିଲ୍ ମେକାନିଜିମ୍ ବିଶିଷ୍ଟ । ଏହା ୧୦୦% ସିଲଡ୍ ଯୁକ୍ତ । ଏହା ଅଣଉପଯୋଗୀ ସ୍ମେଲ୍ ତଥା ସ୍ୱାଦ ବିଶିଷ୍ଟ । ଏହା ଉପରେ ୧୨ ମାସର ୱାରେଂଟି ପ୍ରଦାନ କରାଯାଉଛି । ଏହା ଦେଶବ୍ୟାପି ସମସ୍ତ ଅଗ୍ରଣୀ ରିଟେଲ ଏବଂ ଇ-କମର୍ସ ଷ୍ଟୋରରେ ଉପଲବ୍ଧଓ ହେଉଛି । ସୂଚନାଯୋଗ୍ୟ, ବିନୋଦ କୁକ୍ୱେର ୧୯୮୬ରେ କାରବାର ଆରମ୍ଭ କରିଥିଲା । ୭ବର୍ଗରେ ଏହାର ୪୦୦ରୁ ଅଧିକ ଉତ୍ପାଦ ରହିଛି । ଏହା ଦୀର୍ଘସ୍ଥାୟୀ ଉତ୍ପାଦ ପ୍ରସ୍ତୁତ କରି ବେଷ୍ଟ୍ ଏକ୍ସପୋ ହାଉସ୍ ମାନ୍ୟତା ହାସଲ କରି ପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ