ବିନୋବାଜୀଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଅନୁÂିତ

ଭୁବନେଶ୍ୱର,(ଯୁଗାବ୍ଦ ନୁ୍ୟଜ୍) : ବିନୋବା ସେବା ପ୍ରତିÂାନ ସହିତ ଗାନ୍ଧୀ ସ୍ମୃତି ଓ ଦର୍ଶନ ସମିତି, ରାଜ୍ୟ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଗାନ୍ଧୀବାଦୀ ଫୋରମ ଓ ଗାନ୍ଧୀ ଗ୍ଲୋବାଲ ଫାଉଣ୍ଡେସନର ମିଳିତ ସହଯୋଗରେ ଭାରତ ରନô ଆ•ର୍ଯ୍ୟ ବିନୋବା ଭାବେଙ୍କ ୧୨୫ତମ ଜୟନ୍ତୀ ଉତ୍ସବ ଜୟଦେବ ଭବନରେ ପାଳିତ ହୋଇଯାଇଛି । ପ୍ରତିÂାନର ସାଧାରଣ ସମ୍ପାଦକ ମନୋଜ ଜେନାଙ୍କ ପୌରହିତ୍ୟରେ ଅନୁÂିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ସ୍ୱାଧୀନତା ସଂଗ୍ରାମୀ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକ, ମୁଖ୍ୟ ବକ୍ତା ଭାବେ ଆ•ର୍ଯ୍ୟ କୂଳର ରାଷ୍ଟ୍ରୀୟ ଅଧ୍ୟକ୍ଷା ପୁଷ୍ପିତା ଅବସ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ପ୍ରଧାନ, ମହିଳା ଅଧିôକାର ଅଭିଯାନର ନମ୍ରତା ଚଢା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମଧ୍ୟପ୍ରଦେଶର ସର୍ବୋଦୟ କର୍ମୀ କୈଳାସ ଆଦମୀଙ୍କୁ ଚଳିତବର୍ଷ ଗାନ୍ଧୀ-ବିନୋବା ଶାନ୍ତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଗରିବ ଓ ଅବହେଳିତ ମହିଳାଙ୍କୁ ଆର୍ଥିକ ସ୍ୱବାଲମ୍ବୀ କରିବା ପାଇଁ ‘ମୋ ରୋଷେଇ’ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ଓଡ଼ିଶା ଗାନ୍ଧୀବାଦୀ ଫୋରମର ଅଧ୍ୟକ୍ଷା ରୀନା ରାଉତରାୟ, ସମ୍ପାଦକ ଜ୍ଞାନରଞ୍ଜନ ସାମନ୍ତରାୟ, ବାସୁଦେବ ଭଟ୍ଟ, ରାଜୀବ ପଟ୍ଟନାୟକ, ରମେଶ ଭାରତୀ, ଦୀପକ ମହାନ୍ତି, ସ୍ମୃତିରେଖା ନାୟକ, ଆଶୁତୋଷ ସାମଲ, ପ୍ରଦୀପ ଜେନା, ଭାରତୀ ଗୁପ୍ତା, ମୀନା ଗୁପ୍ତା, ସସ୍ମିତା ପ୍ରଧାନ, ସସ୍ମିତା ମିଶ୍ର, ଜିତେନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରି•ଳନା କରିଥିଲେ । କାର୍ଯ୍ୟକ୍ରମର ଦ୍ୱିତୀୟାର୍ଦ୍ଧରେ ଦେଶାତ୍ମବୋଧକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଇ.ଟି.ଆଇ. ଭୁବନେଶ୍ୱରର ଛାତ୍ରଛାତ୍ରୀ ଓ ଅନ୍ୟାନ୍ୟ ଶିକ୍ଷାନୁÂାନର ୧୫୦ ଛାତ୍ରଛାତ୍ରୀ ଉପସ୍ଥାପନ କରିଥିଲେ । ଆଇ.ଟି.ଆଇ.ର ଅଧ୍ୟକ୍ଷ ଗୀତାମିତ୍ର ଶତପଥୀ, ଚନ୍ଦ୍ରଶେଖର ସୁନ୍ଦରାୟ, ନିନି ତି୍ରପାଠୀ, ନମିତାରାଣୀ ବେହେରା ପ୍ରମୁଖ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରି•ଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ