ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ କବିତା ଆସର
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) : ବିନ୍ଦୁ ସାହିତ୍ୟ ସମାଜ ପକ୍ଷରୁ ଅନ୍ଲାଇନ୍ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ପବିତ୍ର ୭୪ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଦେଶଭକ୍ତି କବିତାର ଏହି ଆସରକୁ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ପ୍ରଫେସର ନିତ୍ୟାନନ୍ଦ ମିଶ୍ର ଉଦ୍ଘାଟନ କରି ଏକ ଦେଶପ୍ରେମ କବିତା ଆବୃତ୍ତି କରିଥିଲେ । ଏଥିରେ ସେ ଗାନ୍ଧିଜୀଙ୍କ ସ୍ୱପ୍ନର ଭାରତ ଓ ଆଜିର ଭାରତ ଭିତରେ ତୁଳନାତ୍ମକ ଚିତ୍ର ପ୍ରଦାନ କରିଥିଲେ । ସୁଜାତା ମହାପାତ୍ରଙ୍କ ଦ୍ୱାରା ନିଖୁଣ ଓ ସୁନ୍ଦର ଭାବେ ସଞ୍ଚାଳିତ ଏହି କବିତା ପାଠୋତ୍ସବରେ ପଚିଶରୁ ଉର୍ଦ୍ଧ୍ୱ କବି ଓ କବୟତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ସେମାନଙ୍କ ମଧ୍ୟରେ ରାଜଲକ୍ଷ୍ମୀ ତ୍ରିପାଠୀ, ସୁଷମା ପରିଡ଼ା, ଅଜିତା ମିଶ୍ର, ଶୁଭବ୍ରତ ମହାପାତ୍ର, ରଣଜୀତ ଦାସ, ଯୁଧିଷ୍ଠିର ଲେଙ୍କା, ଡ. ଶଶିଭୂଷଣ ମହାପାତ୍ର, ସ୍ନେହଲତା ନାୟକ, ସସ୍ମିତା ଚୌଧୁରୀ, ସୁମିତା ବେହେରା, ପ୍ରଫୁଲ୍ଲ ସାହୁ, ପ୍ରତାପ ଚନ୍ଦ୍ର ବେହେରା, ରାମକୃଷ୍ଣ ମିଶ୍ର, ସୁଚେତା ନନ୍ଦ, ଲୋପାମୁଦ୍ରା ଜେନା, ଅରୁପ କୁମାର ବିଶ୍ୱାଳ ପ୍ରମୁଖ ଥିଲେ । ଅନୁଷ୍ଠାନର ଉପସଭାପତି ବାଉରୀବନ୍ଧୁ ଲେଙ୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କବିତା ଆସର ଅତ୍ୟନ୍ତ ଭାବପ୍ରବଣ ଥିଲା । ଶେଷରେ ସମ୍ପାଦକ ଅରୁଣ ବିଶ୍ୱାଳ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।