ବନ ବିଭାଗ ଚକ୍ରବ୍ୟୁହରେ ଫଶିଲେ ୪ ବାଘ ଶିକାରୀ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୂରଭଂଜ ଜିଲ୍ଲାର ଗର୍ବ ଓ ଗୌରବ ହେଉଛି ଶିମିଳିପାଳ ଅଭୟାରଣ୍ୟ । ଏହାର ଅପରୂପା ପ୍ରାକୃତିକ ସୌନ୍ଦର୍ଯ୍ୟ, ଘଞ୍ଚ ବନାନୀ, ଜୀବଜନ୍ତୁ, ଜଳପ୍ରପାତର ମନୋରମ ଦୃଶ୍ୟକୁ ନେଇ ପର୍ଯ୍ୟଟକ ବାନ୍ଧି ହୋଇଯାଆନ୍ତି । ହେଲେ ଅନ୍ତଃରାଷ୍ଟ୍ରୀୟ ତସ୍କରଙ୍କ କବଳରେ‌ ଶ୍ରୀହୀନ ହୋଇପଡିଛି ଶିମିଳିପାଳ । ଓଡ଼ିଶାର ଛୋଟ ପିଲାମାନଙ୍କୁ ଯଦି ପଚରାଯାଏ ବାଘ ମାମୁଁ ଘର କେଉଁଠି ? ସମସ୍ତେ ଏକ ସ୍ଵରରେ ଉତ୍ତର ଦେବେ ଶିମିଳିପାଳ । ଯେଉଁ ବାଘକୁ ନେଇ ଶିମିଳିପାଳ ଗର୍ବ କରେ ତାହାଆଜିବଙ୍ଗୋପସାଗରରେ । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ପାଇଁ । ହେଲେ ସବୁ ଫଳ ଶୂନ୍ୟ । କେନ୍ଦ୍ର ଓ ରାଜ୍ୟ ସରକାର ବନବିଭାଗ କେତେ ଥର ବାଘ ଗଣିଲେଣି ହେଲେ ଏପର୍ଯ୍ୟନ୍ତ ସଠିକ୍ ଉତ୍ତର କେହି ଦେଇ ପାରୁ ନାହାଁନ୍ତି ।ଯାହାହିଁ ପରିବେଶବିତ୍ ଓ ପ୍ରକୃତି ପ୍ରେମୀଙ୍କୁ ନିରାଶ କରିଛି । ବାଘ ମାଫିଆଙ୍କ କବଳରେ ଶିମିଳିପାଳ ! ବାଘ ମାଫିଆଙ୍କୁ ସାବାଡ କରିବା ପାଇଁ ମୟୂରଭଂଜ ଜିଲ୍ଲାର ଯଶିପୁରସ୍ଥ ବ୍ରାଘ୍ୟ ସଂରକ୍ଷଣ ଉତ୍ତରାଞ୍ଚଳ ଉପ ନିର୍ଦ୍ଦେଶକ ଦକ୍ଷ ପ୍ରଶାସନିକ ଅଧିକାରୀ କପିଳ ପ୍ରସାଦ ଦାସ ଦାୟିତ୍ଵ ‌ ନେବା ଠାରୁ ତିକ୍ଷ୍ଣ ନଜର ରଖିବା ସହ ଜାଲ ବିଛାଇଥିଲେ ରଖିଥିଲେ । କୌଣସି ସୂତ୍ରରୁ ଦୁଇ ମାସ ପୂର୍ବରୁ ଖବର ପାଇଥିଲେ ଯେ କିଛି ଲୋକଙ୍କ ପାଖରେ କଲରାପତରିଆ ବାଘ ଚମଡ଼ା ଅଛି ଓ ସେମାନେ ଚଢା ଦରରେ କଳା ବଜାରରେ ବିକିବା ପାଇଁ ଗ୍ରାହକ ଖୋଜୁଛନ୍ତି । ସେବେଠାରୁ କପିଳ ସାର ନିଜର ନେଟ ଓ୍ବାର୍କିଙ୍ଗ ଜାଲ ବିଛେଇବା ଆରମ୍ଭ କରି ଦେଇଥିଲେ । ଶେଷରେ ଶନିବାର ଦିନ ୬ଟା ବେଳେ ନିଜର କର୍ମଚାରୀଙ୍କ ଦ୍ୱାରା ବାଘ ମାଫିଆଙ୍କ ସହ ଡିଲ ଆରମ୍ଭ କରିଥିଲେ ।ଛଦ୍ମ ବନ କର୍ମଚାରୀ ମାଫିଆଙ୍କୁ କହିଥିଲେ ଆଗେ ବାଘ ଚମଡ଼ା ଦେଖାଅ ଓ ପରେ ଦରଦାମ କଷାକଷି ହେବା । ସତକୁ ସତ ଶନିବାର ଦିନ ଯଶିପୁର ରେଞ୍ଜର ଟଙ୍ଗାଵିଲା ପାଖରେ ବାଘ ରେକେଟ ସହ ଭେଟଘାଟ ହୋଇ ମିଛି ମିଛିକା ଦରଦାମ କଷାକଷି ହେଉଥିବା ବେଳେ ପୂର୍ବ ଯୋଜନାବଦ୍ଧ ଅନ୍ୟ କର୍ମଚାରୀ ମାଫିଆଙ୍କୁ ମାଡ଼ି ବସିଥିଲେ । ଘଟଣାସ୍ଥଳରେ କଲରାପତରିଆ ବାଘ ଚମଡ଼ା ଜବତ ହୋଇଥିଲା। ସେତେବେଳେ ତିନି ମାଫିଆ କରଂଜିଆର ସୁବାସ ସାହୁ, ରଣଜିତ୍ ନାଏକ, କ୍ଷୀରୋଦ ମହାନ୍ତଙ୍କୁ ‌ଗିରଫ କରିଥିଲେ ।ତଦସହ ଏଥିରେ ସଂପୃକ୍ତ ଠାକୁରମୁଣ୍ଡା ଅଂଚଳର ଗୋଷ୍ଠୀ ସ୍ୱାସ୍ଥ୍ୟ  କେନ୍ଦ୍ରରେ ଚାକିରି କରୁଥିବା ତଳସ୍ତରରେ କର୍ମଚାରୀ ଗଣେଶ୍ୱର ସିଂଙ୍କୁ ଗିରଫ କରିବା ସହ ରବିବାର ଦିନ କୋର୍ଟ ଚାଲାଣ କରିଛନ୍ତି ।ବାଘର ଚମଡାକୁ ଜଣା ପଡୁଥିଲା ଏହାକୁ ଦୁଇ ବର୍ଷ ତଳେ ମରା ଯାଇଥିବା !ଏହା ଶିମିଳିପାଳ ଅଭୟାରଣ୍ୟର ବାଘ ନାଁ ଅନ୍ୟ କେଉଁଠିକାର ବାଘ । ଯଦି ଶିମିଳିପାଳର ବାଘ ଏମାନେ ମାରିଛନ୍ତି ନା ଆଉ କିଏ ଶିକାରୀ ସଂପୃକ୍ତ ଅଛନ୍ତି ? ଆନ୍ତଃ ରାଷ୍ଟ୍ରୀୟ ଶିକାରୀ ଓ ବେପାରୀ ଏଥିରେ ସଂପୃକ୍ତ ଅଛନ୍ତି କି ? ଆଗକୁ ସିବିଆଇ ତଦନ୍ତ ପରେ ସତ୍ୟର ଉନ୍ମୋଚନ ହେବ ?ଆଉ ଏହାର ତଦନ୍ତ ରିପୋର୍ଟ କେତେ ବର୍ଷ ଲାଗିବ ସମୟ କହିବ ?

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ