ବିପତିକୁସମ୍ପତିରେ ବଦଳାଇଦେବ ଭିନ୍ନବନ୍ୟା ନୀତି
ମାୟାଧର ନାୟକ
ବର୍ଷା ଅପେକ୍ଷାରେବାଉଳୀଚାଉଳୀହେଉହେଉ ଅଚାନକଲଘୁଚାପ ସୃଷ୍ଟିହୋଇଚାରିପାଂଚଦିନ ଅସରାଅସରାମେଘବର୍ଷିଗଲେ ଅଜଗରଗର୍ଭ ପରି ଫୁଲିଉଠେଓଡିଶାର ନଈନାଳ … ପାଣିଚାପାର ଫୁକାର ଫିଟିଯାଏହୀରାକୁଦ ବନ୍ଧରଗୋଟିଏ ପରେଗୋଟିଏକବାଟ! ଚାରିଆଡେ ଆର୍ତନାଦ – ଉପକୂଳବର୍ତୀଓଡିଶାରେସୃଷ୍ଟିହୁଏଭୟଙ୍କରବନ୍ୟାରବିତ୍ପାତ !ଖବରକାଗଜର ପ୍ରଥମ ପୃଷ୍ଠାରେଶିରୋନାମାହୁଏ – ବନ୍ୟା !ଅଥଚ ବନ୍ୟାକୁନେଇ ନୂତନ ନୀତି ନିର୍ଦ୍ଧାରଣକରାଯାଇ ଯୋଜନାକୁ କାର୍ଯ୍ୟକାରୀ କରାଯାଇପାରିଲେ – ବିପତି ଯେ ସଂପତିରେ ବଦଳିଯାଇପାରିବ, ଏ କଥା ବୁଝିବାକେବେ?
କେବେ ବନ୍ୟାତ କେବେମରୁଡି, ମଝିରେମଝିରେବାତ୍ୟା – ପ୍ରତ୍ୟେକବର୍ଷ ଏଇ ଖବରରୁଓଡିଶା ନିସ୍ତାର ପାଇଲା ନାହିଁ । ପ୍ରାକୃତିକ ବିପର୍ଯ୍ୟୟରୁ ଓଡିଶା କେବେ ମୁକୁଳିବ? ବନ୍ୟା, ବାତ୍ୟା, ମରୁଡିର କ’ଣ ସ୍ଥାୟୀ ପ୍ରତିକାର ସମ୍ଭବ ନୁହେଁ? ଯଦି ସମ୍ଭବ, ତାହା ହୋଇନପାରିବାର କାରଣ କ’ଣ?
ସମୀକ୍ଷା, ପ୍ରସ୍ତାବ, ପ୍ରକଳ୍ପ ସବୁ ଶୁଣିବାକୁ ଭଲ ଲାଗିପାରେ; କିନ୍ତୁ କୌଣସି ଟି ଏପର୍ଯ୍ୟନ୍ତ କାର୍ଯ୍ୟକାରୀହେବାର ଦେଖାନାହିଁ । ମଧ୍ୟପ୍ରଦେଶ, ଛତିଶଗଡରେ ବର୍ଷା ହେଲେ ହୀରାକୁଦ ଡ୍ୟାମରେ ପାଣିଭର୍ତି ହୋଇଯାଉଛି । ହୀରାକୁଦ ଡ୍ୟାମ ଉଛୁଳିଲେ – ସ୍ଲୁଇସ୍ଗେଟ୍ଖୋଲୁଛନ୍ତି – ସେ ଜଳର ଖରପ୍ରଖର ମହାବେଗବଙ୍ଗୋପସାଗରରେ ପଡିଲାବେଳକୁ ମହାନଦୀ ଓ ତାର ଶାଖାନଦୀରେ ପ୍ରବଳବନ୍ୟାହୋଇ ନଦୀକୂଳ ପାଖାପାଖି ଅଂଚଳରେବାସକରୁଥିବା ଦୁଇକୋଟି ଲୋକଙ୍କର ନାହିଁ ନଥିବା କ୍ଷୟକ୍ଷତି କରିଚାଲିଯାଉଛି । ବନ୍ୟା, ବାତ୍ୟା, ମରୁଡି, ଘରପୋଡି, ଅଂଶୁଘାତ, ଘୂର୍ଣ୍ଣିବାତ୍ୟା, କରକାପାତ ତଥା ଅନ୍ୟାନ୍ୟ କେତେକ ବିପର୍ଯ୍ୟୟ ଓଡିଶା ବାସୀଙ୍କ ସହଚର ହୋଇଯାଇଛି । ପ୍ରତିବର୍ଷକିଛି ନା କିଛିଘଟୁଛି । ସବୁକ୍ଷେତ୍ରରେ ଯେ କେବଳ ପ୍ରକୃତି ଦାଉସାଧୁଛି, ତା’ ନୁହେଁ; ଅଧିକାଂଶ ‘ମନୁଷ୍ୟକୃତ’ ବିପଦ । ଯେଉଁମାନେ ବିପଦ ପକାଇ ଖସିଯାଉଛନ୍ତି, ସେମାନଙ୍କ ମଧ୍ୟରୁଅଧିକାଂଶଙ୍କ ଶ୍ରାଦ୍ଧଦିବସ ଆମେ ପାଳନ କରୁଛୁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତହେବା ପାଇଁ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛୁ, ଏହାହିଁବିଡମ୍ବନା ।
ହୀରାକୁଦ ଜଳଭଣ୍ଡାରରେସର୍ବୋଚ୍ଚ ୬୩୦ ଫୁଟଜଳ ଧାରଣକରିବା ସମ୍ଭବପର । କିନ୍ତୁବର୍ତମାନ ପ୍ରାୟଜଳଭଣ୍ଡାରରେ ୩୦ ଭାଗ ପଟୁମାଟି ପୋତି ହୋଇଗଲାଣି । ଅର୍ଥାତ୍ ୬୦୦ ଫୁଟ ଜଳଧାରଣ କ୍ଷମତା ରହିଛି । ଉପରମୁଣ୍ଡରୁ ବର୍ଷାହେଲେ ଖୁବ୍ ଶୀଘ୍ରଜଳପ୍ରବେଶକରୁଛି । ବାସ୍ତବରେ ୬୩୦ ଫୁଟବିପଦ ସଂକେତ ଚିହ୍ନଟକରି ଜଳଛାଡୁଛନ୍ତି । ଯାହା ଫଳରେ ମହାନଦୀ ଓ ଶାଖାନଦୀରେ ମାତ୍ରାତିରିକ୍ତଜଳ ପ୍ରବେଶକରୁଛି । ଏହିସବୁ ନଦୀ ଯୋଜନାରହିତ ଯତ୍ନ ଅଭାବରୁବହୁ ଦିନ ହେଲାପୋତି ହୋଇଆସିଲାଣି । ଜଳଉଛୁଳିଗାଁଗଣ୍ଡା ଜନଜୀବନ, ଫସଲର ବ୍ୟାପକହାନି ଘଟାଉଛି । ହୀରାକୁଦ ଡ୍ୟାମ ଓ ବିଭିନ୍ନ ନଦୀରୁ ପଟୁମାଟିବହାରକରିବା ପାଇଁବିଶେଷଜ୍ଞମାନେ ପରାମର୍ଶ ଦେଇଆସୁଥିଲେ ମଧ୍ୟ କେହିକର୍ଣ୍ଣପାତକରୁନାହାଁନ୍ତି । ଫଳରେ ସଂପଦସୂଚକ ହୀରାକୁଦ ଆଜିବିପଦବ୍ୟଂଜକହୀରାକୁଦରେ ପରିଣତହୋଇଛି ।
ଏଠାରେଉଲ୍ଲେଖଯୋଗ୍ୟ ଯେ ଏକଦା ଚୀନର ଦୁଃଖହୋୟାଂହୋ ନଦୀ ଥିଲା । ମାଓସେତୁଂଙ୍କନେତୃତ୍ୱରେଚୀନବାସୀ ନଦୀରୁମାଟିଉଠାଇ ବନ୍ଧ ଉଚ୍ଚାକରିଦେଲେ । ସେହି ଦୁଃଖନଦୀ ଏବେସୁଖନଦୀରେ ପରିଣତହୋଇଛି । ହୀରାକୁଦ ଡ୍ୟାମ, ରାଜ୍ୟର ନଦୀ, କେନାଲସବୁରୁ ପଟୁମାଟି, ବାଲିବାହାରକରାଯାଇପାରିଲେହିଁବନ୍ୟାବିପତିବନ୍ୟାସଂପତିରେ ପରିଣତହେବ ।
୧୮୬୬ ମସିହାରେ ନ’ଅଙ୍କ ଦୁର୍ଭିକ୍ଷରେ ୩୦ ହଜାରଲୋକମରିଥିଲେ । ୧୮୯୯ରେ ଭୟାବହମରୁଡି, ଅନାହାର ଓ ଦୁର୍ଭିକ୍ଷ ପଡିଥିଲା । ବ୍ରିଟିଶବାଲାଙ୍କ ଅବହେଳାଯୋଗୁଲୋକେମରୁଥିଲେ । ଏହିସବୁବିପଦ ଥିଲାମନୁଷ୍ୟକୃତ । ବିଶେଷକରି ୧୯୯୯ ବିଶ୍ୱରସର୍ବାଧିକବିଭୀଷିକାମୟଚରମଚକ୍ରବାତ୍ୟା, ୨୦୦୦ରେ ମହାମରୁଡି, ପୁଣି ୨୦୦୧, ୨୦୦୩, ୨୦୦୮ରେ ମହାବନ୍ୟାତାଣ୍ଡବଲୀଳାରେଓଡିଶାର ଅର୍ଥନୈତିକ ଓ ସାମାଜିକସ୍ଥିତିଚୂର୍ଣ୍ଣବିଚୂର୍ଣ୍ଣହୋଇଗଲା ପରେ ମଧ୍ୟ ପ୍ରାକୃତିକବିପର୍ଯ୍ୟୟରମୁକାବିଲାଯୋଜନା ପ୍ରତିସରକାର ଆଜି ପର୍ଯ୍ୟାନ୍ତ ଧ୍ୟାନ ଦେଲେ ନାହିଁ । ପାଗଭିଡୁଭିଡୁକଚେରୀବରଖାସ୍ତହେଲାଭଳି – ସରକାରବନ୍ୟାରମୁକାବିଲା ପାଇଁ ପ୍ରସ୍ତୁତ ଅଛୁକହୁଥିବାବେଳେ ୨୦୦୮ ସେପ୍ଟେମ୍ବର, ୨୦୧୪ ଅଗଷ୍ଟବନ୍ୟା ପୁଣିବନ୍ୟାଂଚଳଲୋକଙ୍କ ଆର୍ଥିକମେରୁଦଣ୍ଡ ଭାଙ୍ଗିଦେଲା । ପୁଣିସେଇ ୨୦୨୦ ଅଗଷ୍ଟ ବନ୍ୟାରତାଣ୍ଡବଲୀଳାସମସ୍ତେ ଦେଖୁଛେ ।
ଜଳବହୁଳେସୃଷ୍ଟିନାଶ – ଜଳବିହୁନେ ସୃଷ୍ଟିନାଶ । ଏ କଥାପଦକ କେଉଁ ଅନାଦିକାଳରୁଚଳିଆସିଛି । ଏଥିରେବୈଜ୍ଞାନିକସତ୍ୟତା ଅଛି । ଆମଓଡିଶାରେଏତେ ନଦୀନାଳ ଅଛି – ସବୁବର୍ଷବର୍ଷା ମଧ୍ୟ ହେଉଛି – କିନ୍ତୁ ପାଣିକୁ ଆମେ ଅଟକାଇ ପାରୁନୁ – ସବୁସମୁଦ୍ରକୁବହିଯାଉଛି – ଫସଲ ପାଇଁ ପାଣି ଦରକାର – ସବୁଶୁଖିଲା – ହେଲାମରୁଡି – ମାଟିତଳୁ ମଧ୍ୟ ପାଣିଉଠାଇଜମିରେମଡାଇବାକଷ୍ଟକରଟଙ୍କାଖର୍ଚ୍ଚକରିକଳକାରଖାନାସବୁମାଟିତଳୁ ପାଣିଶୋଷିନେଉଛନ୍ତି ।
ବହୁବର୍ଷହେଲା ନଈ, ନାଳସବୁପୋତିହୋଇଗଲାଣି । ବର୍ଷାପାଣି ନଈ, ନାଳରେଉଛୁଳି, ଏ କୂଳସେକୂଳଖାଇବିଲବାଡି, ଘରଦ୍ୱାର, ଧନସମ୍ପତି, ଗାଈଗୋରୁ, ପଶୁମଣିଷସମସ୍ତଙ୍କୁଖାଇଗୋଡାଉଛି । ଆମେବନ୍ୟାକୁ ଅଟକେଇ ପାରୁନାହାଁନ୍ତି । ଅଟକାଇପାରିଲେବନ୍ୟାବିପଦ ବରଂବିପୁଳସଂପଦରେ ପରିଣତହୁଅନ୍ତା । ବିଭିନ୍ନ ନଦୀବନ୍ଧ, କେନାଲବନ୍ଧରେକେଡେକେଡେଯେଉଁସବୁବିରାଟବିଶାଳବପୁବନ୍ତ ବୃକ୍ଷ ଥିଲାସେସବୁ ଦେଖିବାକୁମିଳୁନି । ଲୋକେଗଛକାଟିନେଉଛନ୍ତି । ନୂଆ ଗଛ ଲଗାହେଉନି । କେବଳକାଗଜପତ୍ରରେ ଗଛ ଲଗାଯାଉଛି । ବନ୍ଧବାଡମରାମତି ପାଇଁ ପ୍ରିୟାପ୍ରୀତିତୋଷଣରେଯେଉଁଟଙ୍କାବରବାଦ ହେଉଛି – ତା’ଦ୍ୱାରା ଦୁର୍ବଳ ନଦୀବନ୍ଧ ଯୋଗୁଘାଇସୃଷ୍ଟିହେଉଛି ।
ବନ୍ୟାକାହା ପାଇଁ ପୁଷମାସ – କାହା ପାଇଁସର୍ବନାଶ । ଉପଯୁକ୍ତ ଉପଦେଷ୍ଟାହୀନ ସରକାରଙ୍କ ଅଦୂରଦର୍ଶିତା ଯୋଗୁ ଲୋକଙ୍କର ଯେଉଁ ବ୍ୟାପକ କ୍ଷତିହେଉଛି, ତାହା ଭରଣା କରିବା ସମ୍ଭବ ନୁହେଁ । ଶାସକଦଳ ବିରୋଧିଦଳ ପରସ୍ପର ପ୍ରତି ଯେତେକାଦୁଅ ଫୋପଡା ଫୋପଡି ହୁଅନ୍ତୁ ପଛେ, ଏହା ଦ୍ୱାରା ବାସ୍ତବ ସମସ୍ୟା ସମାଧାନ ହେଉନାହିଁ । ସମ୍ପ୍ରତି ବନ୍ୟା ବିପର୍ଯ୍ୟୟର ମୁକାବିଲା ପାଇଁସରକାରୀ ଦଳ ଯେତେଯୋଜନାକରୁଛନ୍ତି – ସେଥିରୁ ସୁଫଳ ମିଳିବ ବୋଲିଭାବିବା ମୁର୍ଖାମୀହେବ । ଶସ୍ତା ଭୋଟରାଜନୀତି ପାଇଁ ଲୋକଙ୍କଉପରେବିପଦ ପଡୁ – ଏବଭଳିମନୋଭାବ ମଧ୍ୟ ବହୁ ରାଜନେତାଙ୍କ ମଧ୍ୟରେ ଅଛିଏବଂ ଅଫିସର କର୍ମଚାରୀମାନେ ମଧ୍ୟ କିଛିକିଚିସୁବିଧା ହାସଲକରୁଛନ୍ତି । ଆଉବିପନ୍ନ ଲୋକେ, ଚୁଡା, ଚାଉଳ, ଗୁଡ, ବିସ୍କୁଟ, ବ୍ଲିଚିଙ୍ଗ୍ ପାଉଡର, ହାଲୋଜେନ୍ବଟିକାଟିଏ, କିଛି ଘରଭଙ୍ଗା ସାହାଯ୍ୟ ମିଳିଲେ – ଭାଗ୍ୟକୁ ଆଦରି ପଡିରହିଛନ୍ତି ।
ରାଜ୍ୟ ତଥା ଦେଶରବାସ୍ତବ ଦୂରଦୃଷ୍ଟି ଥିବାବୈଜ୍ଞାନିକ, ଇଞ୍ଜିନିୟର ଓ କାରିଗରୀ ଜ୍ଞାନକୌଶଳରେ ନିପୁଣ ତଥା ଜନଦରଦୀ ବ୍ୟକ୍ତିମାନଙ୍କୁ ନେଇ ଏବଂ ସବୁ ସ୍ଥାନରୁ ମତାମତ ସଂଗ୍ରହକରି ଦୁଃଖିନୀ ଓଡିଶାକୁ ସୁଖ ସମୃଦ୍ଧିରେ ପରିପୂର୍ଣର୍କରିବା ପାଇଁ ପ୍ରବଳଇଚ୍ଛାଶକ୍ତି ଓ ସାଧୁତା ଥାଇ ନିଷ୍ଠାରସହତୁରନ୍ତ ନଈ, ନାଳରୁବାଲି ପଟୁମାଟି ବାହାରକରିବା, ବନ୍ଧବାଡକୁମଜବୁତ୍କରିବା – ଅଧିକକେନାଲ, ଡ୍ୟାମ୍, ବନ୍ଧ ନିର୍ମାଣକରିବା, ବନ୍ଧ କେନାଲକଡେକଡେ ପ୍ରଚୁର ଗଛ ଲଗେଇବା ନିହାତି ଆବଶ୍ୟକ । ବିଶେଷକରି ମହାନଦୀକୁ ସବୁ ନଦୀ କେନାଲସହ ସଂଯୋଗକରି ରିଭର ଗ୍ରିଡ୍ସୃଷ୍ଟି କରିବା ପ୍ରୟୋଜନ । ହୀରାକୁଦ ପାଣିଛାଡିଲେ କିମ୍ବା ରେଙ୍ଗାଳି ପାଣିଛାଡିଲେ ମହାନଦୀ, ବ୍ରାହ୍ମଣୀ ଦେଇ ଆସିଲାବେଳକୁ ଅନ୍ୟାନ୍ୟ ନଦୀ, ନାଳ ଦେଇ ଜଳ ଅତିବାହିତହେବ । ଯାହାଫଳରେ ବନ୍ୟାକୁ ପ୍ରଥମ ସ୍ତରରୁହିଁ ନିୟନ୍ତ୍ରଣ କରାଯାଇପାରିବ । ବର୍ଷା ଓ ବନ୍ୟା ଜଳକୁ ବିଭିନ୍ନ ସ୍ଥାନରେ ସଂରକ୍ଷିତ କରାଯାଇ, ଜଳ ସେଚନର ବନ୍ଦୋବସ୍ତ କରିହେବ । ଓଡିଶାର ଦୁଃଖ ବନ୍ୟାକ୍ଷତିକରିବ ନାହିଁକି ମରୁଡିରଭୟ ଦେଖାଯିବ ନାହିଁ । ଏଥିପାଇଁ ଯେତେ ଟଙ୍କାଖର୍ଚ୍ଚ ହେବ, ଆଦୌ କାଳବିଳମ୍ବ ନକରିକେନ୍ଦ୍ର ଓ ରାଜ୍ୟ ସରକାରତୁରନ୍ତ ବହନ କରିବା ଅବଶ୍ୟକରଣୀୟ ନୁହେଁକି?
ଯାଜପୁରରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩