ବିପତ୍ତି ସମୟରେ ଦ୍ୱାର ମୁହଁରେ ଛିଡାହେଲେ ମନ୍ତ୍ରୀ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ପାଣ୍ଡିରିପଡ଼ା ପଞ୍ଚାୟତ ଅନ୍ତର୍ଗତ ଝିକିରି ଗ୍ରାମର ଜଣେ ୧୮ ବର୍ଷର ଗରିବ ଯୁବକ ସାଗର ପ୍ରଧାନଙ୍କ ଅକାଳ ବିୟୋଗ ଘଟିଥିଲା। ଜୁନ ୧୮ ତାରିଖରେ ମାନ୍ୟବର ଶ୍ରମ ଓ ନିଯୁକ୍ତି ଏବଂ ରାଜ୍ୟ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲା ଗସ୍ତରେ ଆସିଥିବା ବେଳେ ନିଜ ନିର୍ବାଚନ ମଣ୍ଡଳୀର ସାଗର ପ୍ରଧାନଙ୍କ ଅକାଳ ବିୟୋଗ ଖବର ଶୁଣିଥିଲେ। ପ୍ରଥମେ ମନ୍ତ୍ରୀ ଶ୍ରୀ ସାହୁ, ସ୍ବର୍ଗତ ସାଗରଙ୍କ ଘର ଦ୍ୱାର ମୁହଁକୁ ଯାଇ ପରିବାର ଲୋକଙ୍କୁ ସ୍ୱନ୍ତନା ଦେବସହ ସମବେଦନା ଜଣାଇଥିଲେ । ଏଥିସହ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ। ମନ୍ତ୍ରୀ ଶ୍ରୀ ସାହୁ ବିଧାୟକ ଥିବାବେଳେ ଅକାଳ ମୃତ୍ୟୁ ବରଣ, ଦୁର୍ଘଟଣା ଜନିତ ମୃତ୍ୟୁ ବରଣ ଓ ଦୈବୀ ଦୁର୍ଘଟଣା ବେଳେ ବିପତ୍ତିରେ ପଡିଥିବା ପରିବାରଙ୍କ ନିକଟକୁ ନିଶ୍ଚିତ ଭାବେ ଯାଇ ସମବେଦନା ଜଣାଇ ଆବଶ୍ୟକ ସ୍ଥଳେ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ନିୟମ ପ୍ରକାଶରେ ସରକାରୀ ସହାୟତା ଯୋଗାଇଦେବାକୁ ବ୍ୟବସ୍ଥା କରିଥାନ୍ତି । ସେଥିପାଇଁ ତ ପୋଲସରା ନିର୍ବାଚନ ମଣ୍ଡଳୀର ଜନସାଧାରଣ ” ବାବୁଲି ଭାଇ ଗରିବ ଓ ବିପତ୍ତିର ବନ୍ଧୁ ” ବୋଲି କହିଥାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ