ବିପଦପୂର୍ଣ୍ଣ ଖୁଣ୍ଟିରେ ଶୋଇପଡ଼ିଲେ ବିଦ୍ୟୁତ୍ କର୍ମଚାରୀ

ଶ୍ରମିକମାନେ ଯେ କେବଳ କଠିନ ପରିଶ୍ରମ କରିଥାନ୍ତି ତାହା ନୁହେଁ, ଅନେକ ସମୟରେ ସେମାନେ ନିଜ ଜୀବନକୁ ବାଜି ଲଗାଇ ବିପଦପୂର୍ଣ୍ଣ ସ୍ଥାନରେ କାମ କରିବାର ଉଦାହରଣ ଦେଖିବାକୁ ମିଳେ । ଚୀନର ସେହିପରି ଜଣେ ଶ୍ରମିକଙ୍କ ବିଷୟରେ ଶୁଣିଲେ ଆପଣଙ୍କ ଲୋମକୂପ ଟାଙ୍କୁରି ଉଠିବ!
ନିକଟରେ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ଭିଡିଓଟିରେ ଦେଖିବାକୁ ମିଳିଛି ଯେ ଚୀନର ଜଣେ ଶ୍ରମିକ ୧୬୦ ଫୁଟ୍ ଉଚ୍ଚତାରେ ଥିବା ଏକ ବିପଦପୂର୍ଣ୍ଣ ସରୁ ଲୁହା ଉପରେ ଶୋଇଛନ୍ତି । ଏହି ଭିଡିଓଟି ଏବେ ଚାରିଆଡ଼େ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଏହି ଭିଡିଓଟି ଦେଖିବା ପରେ ଚୀନରେ କାମ କରୁଥିବା ଶ୍ରମିକମାନଙ୍କ ସୁରକ୍ଷା ଉପରେ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ଚୀନର ମର୍ଣ୍ଣି ପୋଷ୍ଟ୍ ରିପୋର୍ଟ ମୁତାବକ, ଭିଡିଓରେ ଭାଇରାଲ୍ ହୋଇଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଜଣେ ବିଦ୍ୟୁତ୍ କର୍ମୀ । ଉପରେ ଶୋଇଥିବା ଅବସ୍ଥାରେ କିଛି ସମୟ ପାଇଁ ବ୍ୟକ୍ତି ଜଣଙ୍କ ଘୁଙ୍ଗୁଡ଼ି ମାରୁଥିବାର ବି ଦେଖିବାକୁ ମିଳିଛି । ବ୍ୟକ୍ତି ଜଣଙ୍କର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଅନେକ ସୋସିଆଲ୍ ମିଡିଆ ବ୍ୟବହାରକାରୀ ତାଙ୍କ ସମ୍ପର୍କରେ ମଜାଦାର କମେଣ୍ଟ୍ ସବୁ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ