ବିପଦପୂର୍ଣ୍ଣ ମାର୍ଲବା ଘାଟିରେ ପୁଣି ପିକଅପ୍ ଭ୍ୟାନ ଦୁର୍ଘଟଣା 

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ବିପଦପୂର୍ଣ୍ଣ ମାର୍ଲବା ଘାଟିରେ ଗତକାଲି ଏକ ମ୍ୟାକ୍ସ ପିକଅପ ଭ୍ୟାନ ଦୁର୍ଘଟଣାଗସ୍ତ ହୋଇଥିବାର ଜଣାପଡିଛି । ଘଟଣାରୁ ପ୍ରକାଶ, ଇଲେକ୍ଟ୍ରିକାଲ ଉପକରଣ ବୋଝେଇ ହୋଇଥିବା ଉକ୍ତ ମ୍ୟାକ୍ସପିକପ ଭ୍ୟାନ ( ଓଡି୦୫ ଏମ୍ ୦୬୩୯) ଭୁବନେଶ୍ୱରରୁ ବାହାରି ପାରଳାଖେମୁଣ୍ଡି ଅଭିମୁଖେ ଆସୁଥିବା ବେଳେ ବିପଦପୂର୍ଣ ମାର୍ଲବା ଘାଟିଠାରେ ଗାଡିର ଯାନ୍ତ୍ରିକ ତ୍ରୁଟି ଯୋଗୁଁ କୌଣସି କାରଣରୁ ପାହାଡ ତଟକୁ ଧକ୍କା ଦେଇଥିଲା । ଉକ୍ତ ଗାଡିର ମାଲିକ ତଥା ଗାଡିଚାଳକ କଟକ ସହରର ହିମାଂଶୁ କୁମାର ରାଉତ(୩୦) ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । କୌଣସି ସୂତ୍ରରୁ ଖବର ପାଇ ରାୟଗଡ ଥାନା ଏସ୍‌.ଆଇ. ଅଭିମନ୍ୟୁ ପାଣିଗ୍ରାହୀ ଏବଂ ତାଙ୍କ ଟିମ୍ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଠାରେ ସ୍ମରଣ ଯୋଗ୍ୟ ଯେ,ଗଜପତିର ଏହି ବିପଦପୂର୍ଣ ମାର୍ଲବା ଘାଟିରେ ପ୍ରାୟ ପ୍ରତ୍ୟେକ ଦିନ ଛୋଟରୁ ବଡ ବିଭିନ୍ନ ଦୁର୍ଘଟଣାମାନ ଘଟିଥାଉଛି । ଅତ୍ୟଧିକ ବୁଲାଣିଆ ଏବଂ ଉଚ୍ଚତା ବିଶିଷ୍ଟ ଓ ଅତ୍ୟଧିକ ଗଡାଣିଆ ବିଶିଷ୍ଟ ଘାଟି ହୋଇଥିବାରୁ ଏଠାରେ ଦୁର୍ଘଟଣା ବାରମ୍ବାର ଘଟିବାରେ ଲାଗିଛି । ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ