ବିପଦପୂର୍ଣ୍ଣ ସୁବାସନଗର- ରାମନଗଡ଼ ରାସ୍ତାକୁ ଅନୁଧ୍ୟାନ କଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଖାଲଖମାରେ ପରିପୂର୍ଣ ବିପଦପୁର୍ଣ ଅବସ୍ଥାରେ ରହିଥିବା ସୁବାସନଗର ଠାରୁ ରାମନଗଡ଼ ରାସ୍ତାକୁ ପାରଳା ବିଧାୟକ ସମୀକ୍ଷା କରିବା ସହ ଅତି ତୁରନ୍ତ ରାସ୍ତା ନିର୍ମାଣ କରିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିବା ଜଣାଯାଇଛି.ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ସୁବାଷନଗର ଠାରୁ ଗୁମ୍ମା ବ୍ଲକର ନାମନଗଡ଼ ରାସ୍ତା ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ଖାଲଖମାରେ ପରିପୂର୍ଣ ହୋଇ ରହିଛି, ସ୍ଥାନୀୟ ଲୋକେ ଦୀର୍ଘ ଦିନ ହେଲା ଏହି ରାସ୍ତାକୁ ମରାମତି କରିବାକୁ ବହୁଵାର ଦାବି କରିଛନ୍ତି.ତଥାପି ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ନିଆଯାଇନାହିଁ. ଏହି ଘଟଣା ନେଇ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ଏହି ରାସ୍ତାର ସମୀକ୍ଷା କରିଥିଲେ. ଅତି ତୁରନ୍ତ ରାସ୍ତା କାର୍ଯ୍ୟ ନିର୍ମାଣ କରିବାକୁ ଆଲୋଚନା କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ