ବିପଦପୂର୍ଣ୍ଣ ହୋଇଛି ମେଦନାରୁ ଏକମ୍ବା କଂକ୍ରିଟ ରାସ୍ତା

ନବରଙ୍ଗପୁର, (ୱାଇଏନଏସ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ମେଦନା ଠାରୁ ଝରିଗାଁ ବ୍ଲକ ଏକମ୍ବା ପର୍ଯ୍ୟନ୍ତ ରାସ୍ତା ବିପଦପୂର୍ଣ୍ଣ ହୋଇପଡିଛି । ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ନିର୍ମିତ ହୋଇଥିବା ବେଳେ କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ମାଟି ବିଛାଇ ସମତଳ କରିବା ପାଇଁ ନିର୍ଦେଶ ରହିଥିଲେ ମଧ୍ୟ ତାହା କରାଯାଇ ନାହିଁ ଯାହା ଦୁର୍ଘଟଣା ସମ୍ଭାବନା କୁ ଏଡ଼ାଯାଇପାରିବ ନାହିଁ ଏବଂ ଛୋଟବଡ ଦୁର୍ଘଟଣା ମଧ୍ୟ ହେଉଥିବା ସୂଚନା ରହିଛି। ସୂଚନା ଅନୁଯାଇ ମେଦନା ଠାରୁ ଝରିଗାଁ ବ୍ଲକ ଅନ୍ତର୍ଗତ ଏକମ୍ବା ପର୍ଯ୍ୟନ୍ତ ୪ କିମି ନୂତନ ରାସ୍ତା କରିବାକୁ ଦୀର୍ଘବର୍ଷ ଧରି ଅଞ୍ଚଳବାସୀ ଦାବୀ କରି ଆସୁଥିଲେ। ଡାବୁଗାଁ ବ୍ଲକ ଓ ଝରିଗାଁ ବ୍ଲକ କୁ ସଂଯୋଗ କରୁଥିବା ଏହି ରାସ୍ତା ଉପରେ ଉଭୟ ବ୍ଲକ ର ଲୋକେ ନିର୍ଭର କରୁଥିବା ବେଳେ ୨୦୨୨/୨୩ ଆର୍ଥିକ ବର୍ଷରେ ଗ୍ରାମ୍ୟ ନିର୍ମାଣ ବିଭାଜନ ତରଫରୁ ନୂତନ ରାସ୍ତା କାର୍ଯ୍ୟ ଆସିଥିଲା । ୪.୧୦୦ ମିଟର ଦୂରତା ଏହି ରାସ୍ତା ପାଇଁ ୧ କୋଟି ୪୬ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା।ଏଥିରେ କଂକ୍ରିଟ ରାସ୍ତା ୬୧୦ ମିଟର ଓ ପିଚୁ ରାସ୍ତା ୩.୪୯୦ କିମି ନିମନ୍ତେ ବିଭାଗ ପକ୍ଷରୁ ଧାର୍ଯ୍ୟ ହୋଇଥିଲା। ତେବେ ଠିକାଦାର ଓ ବିଭାଗୀୟ ଯନ୍ତ୍ରୀ ଙ୍କ ଅବହେଳା ଯୋଗୁ ୬୧୦ ମିଟର କଂକ୍ରିଟ ରାସ୍ତା ନିର୍ମାଣ କରାଯାଇଥିଲେ ସୁଦ୍ଧା ଯାତାୟାତ ଓ ରାସ୍ତା ର ସୁରକ୍ଷା ପାଇଁ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ବିଛା ଯାଇ ନାହିଁ। ଯାହାଫଳରେ ଏହି କଂକ୍ରିଟ ରାସ୍ତା ଉପରେ ଦୁଇଟି ଚାରି ଚକିଆ ଯାନ ଯାତାୟାତ କରିବା ସମ୍ଭବ ହୋଇପାରୁ ନାହିଁ । କଂକ୍ରିଟ ରାସ୍ତା ମଧ୍ୟ ନିମ୍ନ ମାନର କାର୍ଯ୍ୟ ହୋଇଥିବାରୁ ରାସ୍ତା ମଝିରେ ଗର୍ତ୍ତ ସଦୃଶ୍ୟ ରହିଛି। ସରକାର ଲୋକଙ୍କ ଯାତାୟାତ ସୁବିଧା ପାଇଁ କୋଟି କୋଟି ଟଙ୍କା ବ୍ୟୟ କରୁଥିବା ବେଳେ ଏଠାରେ ଲୋକଙ୍କ ଜୀବନ ପ୍ରତି ବିପଦ ରହିଥିବାରୁ ତୁରନ୍ତ ଏହି କଂକ୍ରିଟ ରାସ୍ତାର ଉଭୟ ପାର୍ଶ୍ଵରେ ମାଟି ବିଛାଇବା ସହ ଡ୍ରେନ ନିର୍ମାଣ କରିବାକୁ ସାଧାରଣରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ