ବିପଦ ରେ ପ୍ରଭୁ ପଞ୍ଚାନନଙ୍କ ଭୂ ସମ୍ପତି, ଶୋଇଛି ଦେବୋତ୍ତର ବିଭାଗ
ସୋରଡ଼ା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ର ପୁରାତନ ଶୈବ ପିଠ ମଧ୍ୟ ରେ ସୋରଡା ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର। ତ୍ରେତୟା ଯୁଗ ରେ ପ୍ରଭୁ ରାମ ଚନ୍ଦ୍ର ଙ୍କ ଦ୍ଵାରା ଋଷିକୁଲ୍ୟା ନଦୀ ତଟ ରେ ବାଲି ରେ ପାଞ୍ଚଟି ଶିବ ଲିଙ୍ଗ ତିଆରି କରି ମହାଦେବ ଙ୍କୁ ପୂଜା କରଯାଇଥିଲା। ଏହା ପରେ ଏହି ପାଞ୍ଚଟି ବାଲି ର ଶିବ ଲିଙ୍ଗ ପଥର ରେ ପରିଣତ ହୋଇ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ନାମ ରେ ଆଜି ଯାଏଁ ତ୍ରେତୟା ଯୁଗ ର ଇତିହାସ କୁ ନେଇ ଅଧୁନା ସମାଜ ରେ ରହିଛି । ସୋରଡା ର ଧର୍ମ କଳା ସଂସ୍କୃତି ର ପ୍ରତୀକ ରୂପେ ଏହି ମନ୍ଦିର ସୋରଡାର ଆତ୍ମ ପରିଚୟ। ଇତିହାସ ର ଦ୍ରୁଷ୍ଟି ରୁ ଏହା ଯେତିକି ପ୍ରାଧାନ୍ଯ ସେତିକି ଧାର୍ମିକ ଦ୍ରୁଷ୍ଟି ରୁ ମଧ୍ୟ। କିନ୍ତୁ ବର୍ତମାନ ଏହି ମନ୍ଦିର ନିଜ ର ଅସ୍ତିତ୍ଵ ହରାଇବାରେ ଲାଗିଛି। ଦିନ କୁ ଦିନ ଏଠାରେ ସେବାୟତ ବିଶୃଙ୍ଖଳା ଓ ମନ୍ଦିର ପରିଚାଳନା ର ଢିଲା ନୀତି ଯୋଗୁଁ ବ୍ୟାପକ ଦୁର୍ନୀତି ଏବେ ଦୃଷ୍ଟିଗୋଚର ହେଉଛି। ଦିନ କୁ ଦିନ ପ୍ରଭୁ ପଞ୍ଚାନନ ଙ୍କ ଭୂ ସମ୍ପତି ଏବେ ହରିଲୁଟ ହେଉଛି। ସୁରକ୍ଷା ଦେଇପାରୁନି ମନ୍ଦିର ପରିଚାଳନା କମିଟି। କ୍ଷମତା ଶାଳି ଲୋକଙ୍କ ଲୋଲୁପ ଦ୍ରୁଷ୍ଟି ରେ ଏବେ ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ଭୂ ସମ୍ପତି। ପରିସ୍ଥିତି ଏପରି ଯେ ବର୍ତମାନ ଦାନ ରେ ଦିଆହେଉଛି ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ଭୁ ସମ୍ପତି। ଯଦି ଏହି ପରି ଦାନ ସୂତ୍ର ରେ ଏବଂ ବେଆଇନ ଭାବେ ଜମି ଦାନ ପ୍ରକ୍ରିୟା ଓ ବିକ୍ରି ପ୍ରକ୍ରିୟା ଚାଲେ ତେବେ ହୁଏ ତ ଆଗାମୀ ଦିନ ରେ ଏହି ମନ୍ଦିର ନିଜର ଅସ୍ତିତ୍ଵ ହରାଇ ଦେବ ଏଥିରେ କୌଣସି ସନ୍ଦେହ ନାହି। ମନ୍ଦିର ଦେବୋତ୍ତର ବିଭାଗ ଅଧୀନ ରେ ଥିବା ବେଳେ ଜମି ଜମା ସମ୍ପର୍କିତ ସମସ୍ତ ବିଚାର ଓ ନିଷ୍ପତି ଦେବୋତ୍ତର ବିଭାଗ ର ରହିଛି। କିନ୍ତୁ ଏହି ବିଭାଗ ଏବେ ନିଘୋଡ ନିଦ୍ରା ରେ। ପ୍ରଭୁ ପଞ୍ଚାନନ ଙ୍କ ସେବା ନୀତି ପାଇଁ ସେବାୟତ ନାମ ରେ କିଛି ଭୂ ସମ୍ପତି ରହିଛି ଯାହାର ମାର୍ଫତ ଟ୍ରଷ୍ଟି ପ୍ରଭୁ ପଞ୍ଚାନନ ସ୍ଵାମୀ ଅଟନ୍ତି। ଏହି ଜମି କୁ ସେମାନେ ଭୋଗ କରିବା ସହ ପିଢୀ ପରେ ପିଢୀ ପ୍ରଭୁ ଙ୍କ ସେବା କରିବା ପାଇଁ ଉଦ୍ଧିଷ୍ଟ। ତେଣୁ ଆଜି ଯାଏଁ କିଛି ନିର୍ଦ୍ଧିଷ୍ଟ ମାଳୀ ପରିବାର ହିଁ ପ୍ରଭୁ ଙ୍କ ସେବାରେ ନିୟୋଜିତ ଅଛନ୍ତି। ବର୍ତମାନ ଏହି ସବୁ ଜମି ହରିଲୁଟ ହେବାରେ ଲାଗିଛି। ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ର ବିନା ଅନୁମତି ଏବେ ସମ୍ପତି ବିକ୍ରି ହେଉଛି। ଯାହା କୁ ନେଇ ଚାରି ଆଡେ ଅସନ୍ତୋଷ। ଜଙ୍ଗଲ ବିଭାଗ ତରଫରୁ ମନ୍ଦିର ଜମି ରେ ଆଦର୍ଶ ବିଦ୍ୟାଳୟ ଓ ଋଷିକୁଲ୍ୟା ଊଚ୍ଚ ମାଧ୍ୟମିକ ବିଦ୍ୟାଳୟ ନାମ ରେ ବନୀକରଣ କରାଯାଇଥିବା ବେଳେ ଆଉ ଏକ ଜାଗା ରେ ସୌଦର୍ଯ୍ୟ କରଣ ନାମ ରେ ଜଙ୍ଗଲ ବିଭାଗ କାର୍ଯ୍ୟ କରୁଛି। ଫଳରେ ବ୍ୟାପକ ଜମି ଏବେ ଜଙ୍ଗଲ ବିଭାଗ ଅଧୀନ ରେ ରହିଛି । ଏହି ସବୁ କାର୍ଯ୍ୟ କରିବା ପୂର୍ବ ରୁ ମନ୍ଦିର ପରିଚାଳନା କମିଟି ଓ ଦେବୋତ୍ତର ବିଭାଗ ତରଫରୁ ଏନ ଓ ସି ନେବା କଥା। କିନ୍ତୁ ମନ୍ଦିର ଜମି କୁ କିଏ ପଚାରେ। ଗତ କିଛି ଦିନ ପୂର୍ବେ ମନ୍ଦିର ସେବାୟତ ମାନେ କିଛି କ୍ଷମତାଶାଳୀ ଲୋକଙ୍କ ଚକ୍ରାନ୍ତ ରେ ଆସି ଅନେକ ଜମି ଦାନ କରିଦେଇଛନ୍ତି। ଯାହା କୁ ନେଇ ଏବେ ବିବାଦ ଦେଖାଦେଇଛି। ପ୍ରକୃତ ରେ କହିବାକୁ ଗଲେ ମନ୍ଦିର ନାମ ରେ ଥିବା ସ୍ଥାବର ଅସ୍ଥାବର ସମ୍ପତି ଉପରେ ମନ୍ଦିର ସେବାୟତ ଙ୍କ କୌଣସି ଅଧିକାର ନାହିଂ ବୋଲି ସ୍ପଷ୍ଟ ନିର୍ଦେଶ ରହିଥିବା ବେଳେ ମଧ୍ୟ ଅନେକ ଜମି ଏବେ ବିକ୍ରି ହୋଇସାରିଲାଣି ଆଉ କିଛି ଜବରଦଖଲ ହେବାରେ ଲାଗିଛି। ଦିନ କୁ ଦିନ ଏହି ଦୁର୍ନୀତି ଏବେ ବଢିବାରେ ଲାଗିଛି। ଏହାର ତଦନ୍ତ ପାଇଁ ବର୍ତମାନ ଦେବୋତ୍ତର ବିଭାଗ ନିକଟରେ ଅଭିଯୋଗ ହେଲାଣି। ପ୍ରଭୁ ପଞ୍ଚାନନ ସ୍ଵାମୀ ଙ୍କ ମନ୍ଦିର ପାଖ ରେ ଥିବା ସମସ୍ତ ଜମି ଓ ଅନ୍ୟାନ ଜାଗା ରେ ଥିବା ସମସ୍ତ ଜମି ର ଶୀଘ୍ର ଚିହ୍ନଟ କରାଯିବା ସହ ମନ୍ଦିର ଜମି ବିକ୍ରି ଓ ଦାନ ରେ ଦେଇଥିବା ସେବାୟତ ଙ୍କ ବିରୋଧ ରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନ ରେ ଏହି ମନ୍ଦିର ନିଜ ଅସ୍ତିତ୍ଵ ହରାଇ ବସିବ। ଦେବୋତ୍ତର ବିଭାଗ ଏଥି ପ୍ରତି ସ୍ଵତନ୍ତ୍ର ଦ୍ରୁଷ୍ଟି ଦେବା ପାଇଁ ଦାବି ହେଉଛି।