ବିପଦ ସଙ୍କୁଳ ଅବସ୍ଥାରେ ବିଦ୍ୟୁତ ଟ୍ରାନ୍ସଫର୍ମର

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଚାରିଛକ ଥାନା ଅନ୍ତର୍ଗତ ତୁଳସୀପୁର ପଞ୍ଚାୟତ ର ଶ୍ରୀକୋଇଲି ମହୁରିଆ ସାହି ରାସ୍ତା ରେ ଦୀର୍ଘଦିନ ହେଲା ବିଦ୍ୟୁତ ଟ୍ରାନ୍ସଫର୍ମର ମୁକୁଳା ପଡିଥିବା ବେଳେ ତାହା ଦେହରେ ବିଭିନ୍ନ ପ୍ରକାର ଲତା ମାଡି ୧୧ କେଭି ତାରକୁ ସ୍ପର୍ଶ କରି ଢଳିକି ରହିଅଛି । କାକଟପୁର ବିଦ୍ୟୁତ ବିଭାଗ ସେକସନ ୨ ଡିଭିଜନ ଅଧିନରେ ଥିବା ତୁଳସୀପୁର ପଞ୍ଚାୟତ ଶ୍ରୀକୋଇଲି ମହୁରିଆ ଘର ପାଖରେ ଥିବା ୧୧କେଭି ଟ୍ରାନ୍ସଫର୍ମର ଟି ୧୯୯୯ ମସିହା ମହାବାତ୍ୟା ଠାରୁ ଆଜି ପର୍ଯ୍ୟନ୍ତ ମୁକୁଳା ହୋଇ ପଡ଼ିଥିବା ବେଳେ ରାସ୍ତା ପଟକୁ ଢଳି ଯାଇଥିବାବେଳେ ଟ୍ରନ୍ସଫର୍ମର ରେ ବିଭିନ୍ନ ପ୍ରକାର ଲତା ମାଡି ଯାଇଛି ।ଏହି ଟ୍ରାନ୍ସଫର୍ମର ଥିବା ସ୍ଥାନ ଦେଇ ଦୈନଦିନ ଦଣ୍ଡିକିରା , ଶ୍ରୀକୋଇଲି , କଦଳିବାରି ,ତିନ୍ତୁଳିଗୁଆ , ସଇଦାବାଦ ,ଜଳଛତ୍ର ଓ ଓଡ଼ଗୁଆଁ ଗ୍ରାମର ଶତାଧିକ ଲୋକ ଯିବା ଆସିବା କରିଥାନ୍ତି ।ସେହି ଟ୍ରାନ୍ସଫର୍ମର ମୂଳକୁ ସବୁଦିନ ଗାଈ ,ଛେଳି ,ମେଣ୍ଢା ଘାସ ଖାଇବାକୁ ଆସୁଛନ୍ତି । ଏ ସମ୍ପର୍କରେ ଦଣ୍ଡିକିରା ଗ୍ରାମର ଗ୍ରାମବାସୀମାନେ ଟ୍ରାନସଫରମର ରୁ ଲତା କାଟିବାକୁ ଓ ତାର ଚତୁପାଶ୍ଵ ରେ ତାର ଜାଲି ଘେରାଇବାକୁ ବିଦ୍ୟୁତ କର୍ମଚାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ଫଳରେ ଯେ କୌଣସି ସମୟରେ ଏଠାରେ ବିଦ୍ୟୁତ ଆଘାତ ଜନିତ ଦୁର୍ଘଟଣା ଘଟିବା ଆଶଙ୍କା ସୃଷ୍ଟି ହୋଇଛି। ଯଦି କୌଣସି ଦୁର୍ଘଟଣା ଘଟେ ତେବେ ବିଦ୍ୟୁତ ବିଭାଗ ଦାୟୀ ରହିବେ ବୋଲି ଶ୍ରୀକୋଇଲି ଓ ଦଣ୍ଡିକିରା ଗ୍ରାମର ଅର୍ଜୁନ ସ୍ବାଇଁ ,କୁଞ୍ଜବିହାରି ପରିଡା ,କାହ୍ନୁଚରଣ ବେହେରା , ରବୀନ୍ଦ୍ର ଦାସ ,ନରେସ ସ୍ବାଇଁ , ଦିଲିପ କୁମାର ଦାସ ,ଅଜୟ ପରିଡା, ସୁବାସ ପରିଡା ,ଅଜୟ ବେହେରା ପ୍ରମୁଖ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ