ବିପଦ ସଙ୍କୁଳ ବିଦ୍ୟୁତ୍ ତାର ହଟାଇବାକୁ ଦାବିପତ୍ର ପ୍ରଦାନ
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ହିଞ୍ଜିଳିକାଟୁ ପୈାରାଞ୍ଚଳ ଶ୍ରୀହର୍ଷ ମାର୍ଗ ଓ ୬ ନଂ ଓ୍ବାର୍ଡର ବିଭିନ୍ନ ସାହି ବସ୍ତିରେ ବିଦ୍ୟୁତ୍ ତାର ଖୁବ୍ କମ୍ ଉଚ୍ଚତାରେ ଓହଳି ରହିଛି। ଏ ନେଇ ସଂପୃକ୍ତ ସାହି ବାସିନ୍ଦା ଟିପିଏସଡିଓଏଲ ବିଦ୍ୟୁତ୍ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଖୁବ୍ କମ୍ ଉଚ୍ଚତାରେ ବିଦ୍ୟୁତ୍ ତାର ଗୁଡିକ ଓହଳି ରହିଥିବାରୁ ଦୂର୍ଘଟଣାର ଆଶଙ୍କା ରହିଛି। ବର୍ଷା ପବନ ହେବା ସମୟରେ ବିଦ୍ୟୁତ୍ ତାର ଗୁଡିକ ସଂଲଗ୍ନ ହୋଇ ସକ୍ ସର୍କିଟ ହେବା ସହ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି। ଏଭଳି ଘଟଣା ପରେ ସଂପୃକ୍ତ ସାହି ବାସିନ୍ଦା ବହୁ ଆଶଙ୍କାରେ ରହୁଛନ୍ତି। ଘଟଣାର ପ୍ରତିକାର ଦାବିରେ ବୁଧବାର ବିକାଶ ମଞ୍ଚ ସଭାପତି ପ୍ରମୋଦ କୁମାର ପଣ୍ଡାଙ୍କ ନେତୃତ୍ଵରେ ବହୁ ବ୍ୟକ୍ତି ଟିପିଏସଓଡିଏଲ ବିଭାଗୀୟ ଏସଡିଓ ସୁନିଲ କୁମାର ସ୍ବାଇଁଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି।ଏହାର ଏକାକିତା ନକଲ ପୈାର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଟିପିଏସଓଡିଏଲ ଅଧିକ୍ଷଣ ଯନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଲକ୍ଷ୍ମୀ ନାରାୟଣ ତ୍ରିପାଠୀ, ନମିତା ପଣ୍ଡା, ହରିହର ପଣ୍ଡା, ପ୍ରତାପ କୁମାର ପଟ୍ଟନାୟକ, ସୁରେଶ ରଥ, ରମେଶ ଚନ୍ଦ୍ର ସାହୁ, ବିଜୟ ସାବତ, ଅମୂଲ୍ୟ ପାତ୍ର, ସୁବାଷ ଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।